Advertisment

'ଶାହରୁଖ୍ ଖାନ୍ ଯୁବପିଢିଙ୍କୁ ପଥଭ୍ରଷ୍ଟ କରୁଛନ୍ତି', ଗେମିଂ ଆପର ବ୍ରାଣ୍ଡ୍ ଆମ୍ବାସଡର୍ ହେବାକୁ ବିରୋଧ

ପୁଣି ଅଡୁଆରେ ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ ଖାନ୍। ଯୁବପିଢିଙ୍କୁ ପଥଭ୍ରଷ୍ଟ କରାଉଥିବା ଅନଲାଇନ୍ ଗେମିଂ ଆପର ବ୍ରାଣ୍ଡ୍ ଆମ୍ୱାସଡର ହୋଇଥିବା ଅଭିଯୋଗ। ବାସଭବନ 'ମନ୍ନତ' ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ୟୁଥ୍ ଫାଉଣ୍ଡେସନ୍।

Saha Rukh Khan

Saha Rukh Khan

Advertisment

ପୁଣି ଅଡୁଆରେ ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ ଖାନ୍। ନିକଟରେ ତାଙ୍କ ଚଳଚ୍ଚିତ୍ର 'ଯବାନ' ଆସିବାକୁ ଥିବାବେଳେ ଅଡୁଆରେ ପଡିଛନ୍ତି କିଙ୍ଗ୍ ଖାନ୍। ଯୁବପିଢିଙ୍କୁ ପଥଭ୍ରଷ୍ଟ କରୁଥିବା ଭଳି ଗେମିଙ୍ଗ୍ ଆପକୁ ଶାହରୁଖ୍ ସମର୍ଥନ କରୁଥିବା ଅଭିଯୋଗ କରି ତାଙ୍କୁ ବିରୋଧ କରିଛି ଏକ ୟୁଥ୍ ଫାଉଣ୍ଡେସନ୍। ଏପରିକି ଶାହାରୁଖଙ୍କ ବାସଭବନ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଆପକୁ ପ୍ରୋତ୍ସାହନ କରିବାରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଶାହାରୁଖଙ୍କ ବାସ ଭବନ 'ମନ୍ନତ' ସମ୍ମୁଖରେ ପୁଲିସ ମୁତୟନ କରାଯାଇଛି। 

Advertisment

ସୂଚନା ଅନୁସାରେ, ନିକଟରେ A23 ରମି ନାମକ ଏକ ଅନଲାଇନ୍ ଗେମିଂ ଆପର ବ୍ରାଣ୍ଡ୍ର ଆମ୍ୱାସଡର ହୋଇଛନ୍ତି ଶାହରୁଖ୍ ଖାନ୍। ସେ ଏହି ଆପ୍ ପାଇଁ ଏକ ପ୍ରୋମୋ ମଧ୍ୟ ସୁଟ୍ କରିଛନ୍ତି, ଯେଉଁଥିରେ ସେ କହୁଛନ୍ତି "ଚଲୋ ସାଥ୍ ଖେଲେଁ"। ଏହାକୁ ତୀବ୍ର ବିରୋଧ କରିଛି ଅନଟଚ୍ ୟୁଥ୍ ଫାଉଣ୍ଡେସନ୍। ଏହି ଫାଉଣ୍ଡେସନର ସଭାପତି କୃଷ୍ଣଚନ୍ଦ୍ର ଆଦଲ୍ କହିଛନ୍ତି ଯେ, ଏହିପରି ଜୁଆ ଖେଳ ଭଳି ଆପ୍ ଆମ ଯୁବପିଢିମାନଙ୍କ ମତିଭ୍ରଷ୍ଟ କରୁଛି। ଜଙ୍ଗଲୀ ରମି, ଜୁପୀ ଭଳି ଜୁଆ ଆପରେ ଯୁବପିଢିଙ୍କ ସମୟ ସହ ଅର୍ଥହାନୀ ହେଉଛି। ସେମାନେ ଏହି ଆପସବୁର ମାୟାଜାଲରେ ପଡି ପଥଭ୍ରଷ୍ଟ ହେଉଛନ୍ତି। 

ଯଦି କେହି ଅନଲାଇନରେ ଜଙ୍ଗଲି ରମି ଖେଳୁଛନ୍ତି କିମ୍ବା ବାହାରେ ଜୁଆ ଖେଳୁଛନ୍ତି, ତେବେ ପୁଲିସ ସେମାନଙ୍କୁ ଗିରଫ କରୁଛି। କିନ୍ତୁ ଅନଲାଇନ୍ ଖେଳକୁ ପ୍ରୋତ୍ସାହିତ କରୁଥିବା ବଡ ବଡ ବଲିଉଡ୍ ତାରକାମାନେ ଯୁବପିଢିକୁ ବିଭ୍ରାନ୍ତ କରୁଛନ୍ତି। ବଲିଉଡ ତାରକାମାନେ ଜାଣନ୍ତି ଯେ, ଏହା ଭୁଲ୍ କିନ୍ତୁ ସେମାନେ ଟଙ୍କା ପାଇଁ ଏସବୁ ଆପକୁ ପ୍ରୋତ୍ସାହିତ କରୁଛନ୍ତି। ଆମେ ଏହି ତାରକାମାନଙ୍କ ଚଳଚ୍ଚିତ୍ର ଦେଖି ସେମାନଙ୍କୁ ପ୍ରସିଦ୍ଧ କରୁଛୁ। ରାତା ରାତି କୋଟିପତି ହେଉଛନ୍ତି। କିନ୍ତୁ ସେମାନେ ଏପରି ଆପକୁ ପ୍ରୋତ୍ସାହିତ କରି ଆମ ସମାଜର ଯୁବପିଢିଙ୍କୁ ପଥଭ୍ରଷ୍ଟ କରାଉଥିବା କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି।

Advertisment

ଏସବୁ ଆପ୍ ବେଆଇନ୍, ଗୁଗୁଲରେ ଉପଲବ୍ଧ ନାହିଁ। ତଥାପି ପ୍ରାଇଭେଟ୍ ୱେବସାଇଟ୍ସ ଜରିଆରେ ଆପକୁ ପ୍ରୋମୋଟ୍ କରାଯାଉଛି। ତେଣୁ ଏପରି ଆପକୁ ତୁରନ୍ତ ରଦ୍ଦ କରିବାକୁ ସେ ଦାବି କରିଛନ୍ତି। କହି ରଖୁଛୁ ଯେ, ଶାହରୁଖ୍ ଅନଲାଇନ୍ ଶିକ୍ଷାଭିତ୍ତିକ ଆପ୍ ବାଇଜୁସର ବିଜ୍ଞାପନ ମଧ୍ୟ କରିଥାନ୍ତି। ତାଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ ଯେତେବେଳେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଖବର ସାମ୍ନାକୁ ଆସିଥିଲା ସେତେବେଳେ ତାଙ୍କୁ ଏହି ସଂସ୍ଥା ବିଜ୍ଞାପନରେ ସାମିଲ୍ କରିନଥିଲା। ନିଜ ପିଲାଙ୍କୁ ଉଚିତ୍ ଶିକ୍ଷା ଦେଇନଥିବା ବ୍ୟକ୍ତି ଅନ୍ୟ ପିଲାମାନଙ୍କୁ କିପରି ଉଚିତ୍ ପରାମର୍ଶ ଦେଇପାରିବେ ବୋଲି ଚର୍ଚ୍ଚା ହୋଇଥିଲା। ଯାହା ଫଳରେ ଲୋକପ୍ରିୟ ଶିକ୍ଷାଭିତ୍ତିକ ପ୍ଲାଟଫର୍ମ ବାଇଜୁସ୍ ଏପରି ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ସେ ପୁନର୍ବାର ଯୁବପିଢିଙ୍କୁ ପଥଭ୍ରଷ୍ଟ କରାଇବା ଭଳି ଗେମିଂ ଆପରେ ନିୟୋଜିତ ହେବା ବାସ୍ତବରେ ସାମାଜିକ ଚିନ୍ତାର କାରଣ। 

Bollywood Gaming App SRK Saha Rukh Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe