Advertisment

କ୍ରିତିଙ୍କ ହାତ ଧରିଲେ ପୁଲକିତ, ସରିଲା ବିବାହ

ଏହି ନବବିବାହିତ ଷ୍ଟାର୍‌ କପଲଙ୍କ ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
pulkit kriti Wedding

pulkit kriti Wedding

Advertisment

ମିସ୍‌ରୁ ମିସେସ୍‌ ହେଲେ ବଲିଉଡର ଆଉ ଜଣେ ଅଭିନେତ୍ରୀ। ଅଭିନେତା ପୁଲକିତ ସମ୍ରାଟଙ୍କ ହାତ ଧରିଲେ କ୍ରିତି ଖରବନ୍ଦା। ବୈଦିକ ରିତି ନୀତିରେ ପଡିଲା ହାତ ଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ନେଲେ ସାତଫେରା। ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲକିତ-କ୍ରିତି। ସରିଲା ବିବାହ। ଏହି ନବବିବାହିତ ଷ୍ଟାର୍‌ କପଲଙ୍କ ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଲେହେଙ୍ଗା ଆଉ ହାତରେ ମେହେନ୍ଦି। ଲାଲ ରଙ୍ଗର ଚୁଡି ଓ ସିନ୍ଥିରେ ସିନ୍ଦୁର ନାଇ ନବବଧୂ ସାଜିଲେ ଅଭିନେତ୍ରୀ। ସେହିପରି କୁର୍ତ୍ତା ପାଇଜାମା ସାଙ୍ଗକୁ ମୁଣ୍ଡର ପଗଡି ବାନ୍ଧି ବର ବେଶରେ ସଜେଇ ହୋଇଛନ୍ତି ଅଭିନେତା ପୁଲକିତ। ଦୀର୍ଘ ଦିନର ଡେଟିଂ ପରେ ମାର୍ଚ୍ଚ ୧୫ ତାରିଖରେ ଗୁରଗାଓଁରେ ବିବାହ କରିଛନ୍ତି ଉଭୟ କ୍ରିତି-ପୁଲକିତ। ବିବାହ ବେଳର ଫଟୋକୁ ଆଜି ଏହି ଷ୍ଟାର୍‌ କପଲ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋକୁ ଶେୟାର କରି ଏହାର କ୍ୟାପସନରେ ଉଭୟ ଷ୍ଟାରକପଲ ଏକ ସୁନ୍ଦର କବିତା ଲେଖିଛନ୍ତି, ଯାହା ତାଙ୍କ ଫ୍ୟାନ୍ସମାନଙ୍କୁ ବେଶ୍‌ ପସନ୍ଦ ଆସିଛି।

ବିବାହ ବେଳେ ଅଭିନେତ୍ରୀ କ୍ରିତି ଖବରବନ୍ଦା ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସେହପରି ଅଭିନେତା ପୁଲକିତ ସମ୍ରାଟ ଅଲିଭ୍‌ ଗ୍ରୀନ୍‌ର ଶେରଓ୍ୱାନୀ ପିନ୍ଧିଥିଲେ। ତେବେ ପୁଲକିତଙ୍କ ଏହି ଶେରଓ୍ୱାନୀଟି ଥିଲା ବେଶ୍ ଖାସ୍‌। କାରଣ ଏଥିରେ ଅନେକ ମନ୍ତ୍ର ଲେଖା ହୋଇଥିବା ଦେଖିବାକୁ ମିଳିଥିଲା। କ୍ରିତି ଓ ପୁଲକିତଙ୍କ ବିବାହରେ କେବଳ ଉଭୟଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁ ବାନ୍ଧବମାନେ ହିଁ ସାମିଲ ହୋଇଥିଲେ।

Advertisment

ପୁଲକିତ ସମ୍ରାଟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ୨୦୧୪ରେ ସେ ନିଜ ପୂର୍ବତନ ଗାର୍ଲଫ୍ରେଣ୍ଡ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ। ସେ ହେଉଛନ୍ତି ଅଭିନେତା ସଲମାନ ଖାନ୍‌ଙ୍କ ରାଖୀ ଭଉଣୀ। ତେବେ ୨୦୧୫ରେ ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା। ଦୁହେଁ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ। ଏବେ ସେ ପୁଣି ଥରେ ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କୁ ବିବାହ କରିଛନ୍ତି।

Bollywood News Bollywood Pulkit Samrat-Kriti Kharbanda Wedding
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe