ମୁସେୱାଲା ହତ୍ୟା ମାମଲା: ତଦନ୍ତ ଘେରରେ ଭଉଣୀ, ୫ ଘଣ୍ଟା ଜେରା କଲା NIA

ମୁମ୍ବାଇ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଏକ ନୂଆ ଅପ୍‌ଡେଟ୍ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଘେରକୁ ଆସିଛନ୍ତି ତାଙ୍କ ଉଭଣୀ ତଥା ପଞ୍ଜାବୀ ପ୍ଲେବ୍ୟାକ୍ ସିଙ୍ଗର ଅଫ୍‌ସାନା ଖାନ୍ । ଅଫ୍‌ସାନା ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର୍ ଟେରରିଷ୍ଟ ସିଣ୍ଡିକେଟ୍ କେସ୍‌ରେ ଏନ୍‌ଆଇଏନ୍ ସମନ କରିଛି । ଏହି ମାମଲାରେ ଏନ୍‌ଆଇଏ ଅଫ୍‌ସାନାଙ୍କୁ ୫ ଘଣ୍ଟା ଜେରା କରିଥିଲା । ଅଫସାନା ସିଙ୍ଗର ମୁସେୱାଲାଙ୍କ ଘନିଷ୍ଟ ଥିଲେ। ସେ ମୁସେୱାଲାଙ୍କୁ […]

afsana-khan-summoned

Madhupriya Mistry
  • Published: Wednesday, 26 October 2022
  • , Updated: 26 October 2022, 05:06 PM IST

ମୁମ୍ବାଇ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଏକ ନୂଆ ଅପ୍‌ଡେଟ୍ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଘେରକୁ ଆସିଛନ୍ତି ତାଙ୍କ ଉଭଣୀ ତଥା ପଞ୍ଜାବୀ ପ୍ଲେବ୍ୟାକ୍ ସିଙ୍ଗର ଅଫ୍‌ସାନା ଖାନ୍ ।

ଅଫ୍‌ସାନା ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର୍ ଟେରରିଷ୍ଟ ସିଣ୍ଡିକେଟ୍ କେସ୍‌ରେ ଏନ୍‌ଆଇଏନ୍ ସମନ କରିଛି । ଏହି ମାମଲାରେ ଏନ୍‌ଆଇଏ ଅଫ୍‌ସାନାଙ୍କୁ ୫ ଘଣ୍ଟା ଜେରା କରିଥିଲା । ଅଫସାନା ସିଙ୍ଗର ମୁସେୱାଲାଙ୍କ ଘନିଷ୍ଟ ଥିଲେ। ସେ ମୁସେୱାଲାଙ୍କୁ ନିଜ ଭାଇ ବୋଲି କହୁଥିଲେ।

ସୂତ୍ର ଅନଯାୟୀ, ମୁସେୱାଲା ହତ୍ୟା ମାମଲାରେ ଅଫସାନାଙ୍କ ସମ୍ପୃକ୍ତି ଅଛି ବୋଲି ଏନ୍‌ଆଇଏ ସନ୍ଦେହ କରୁଛି। ତାଙ୍କର ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ବନ୍ଧ ଥିବା ସମ୍ପର୍କରେ ଏନ୍‌ଆଇଏ ସୂଚନା ପାଇଛି। ନିକଟରେ ଗ୍ୟାଙ୍ଗଷ୍ଟରଙ୍କ ଉପରେ ଏନଆଇଏର ଦ୍ୱିତୀୟ ରାଉଣ୍ଡ ଚଢ଼ାଉ ବେଳେ ଅଫସାନାଙ୍କ ନାଁ ସାମ୍ନାକୁ ଆସିଥିଲା। ବାମ୍ବିହା ଗ୍ୟାଙ୍ଗ ସହିତ ଅଫସାନାଙ୍କ ସମ୍ପର୍କ ଥିବା ନେଇ ଏନ୍‌ଆଇଏ ସନ୍ଦେହ କରୁଛି।

ବାମ୍ବିହା ଗ୍ୟାଙ୍ଗ ହେଉଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପ୍ରତିଦ୍ୱନ୍ଦ୍ୱୀ। ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଯୋଜନା କରିଥିବା ଅଭିଯୋଗ ହୋଇଛି। ଏହି ଅପରାଧିକ ଗ୍ୟାଙ୍ଗଷ୍ଟର ନେଟୱାର୍କର ପର୍ଦ୍ଦାଫାସ କରିବା ଉଦ୍ଦେଶ୍ୟରେ ଏନଆଇଏ ଦୁଇଥର ଚଢ଼ାଉ ମଧ୍ୟ କରିଥିଲା।

ଚଳିତ ବର୍ଷ ମେ’୨୯ ତାରିଖରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ମାତ୍ର ୨୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ମୁସେୱାଲାଙ୍କ ଉପରକୁ ୩୦ ରାଉଣ୍ଡ ଗୁଳିମାଡ କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ ତଥା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଥିଲା। କାନାଡାରେ ରହି ମୁସେୱାଲାଙ୍କୁ କିଭଳି ହତ୍ୟା କରାଯିବ ତା’ର ଷଡଯନ୍ତ୍ର ରଚିଥିଲା ଗୋଲ୍ଡି ବ୍ରାର।

Related story