Advertisment

ଶାହରୁଖଙ୍କୁ ଭେଟିବାକୁ ଅଲ୍ଳୁଙ୍କ ମନ, କହିଲେ ଏମିତି...

ସେ ବଲିଉଡର ବାଦଶାହଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Allu Arjun and Shahrukh Khan

Allu Arjun and Shahrukh Khan

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଆଗକୁ ଫିଲ୍ମ ପୁଷ୍ପା-୨ ଜରିଆରେ ସେ ବଡ ପରଦାରେ ପୁଣି ଥରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାରି ଭିତରେ ସେ କିଙ୍ଗ ଖାନ୍ ଶାହରୁଖଙ୍କ ପାଲଟିଛନ୍ତି ବଡ଼ ଫ୍ୟାନ୍। ସେ ବଲିଉଡର ବାଦଶାହଙ୍କୁ ଭେଟିବାକୁ କରିଛନ୍ତି ଇଚ୍ଛା ପ୍ରକାଶ। କେବଳ ସେତିକି ନୁହେଁ ଅଲ୍ଲୁ ଶାହରୁଖଙ୍କ ବ୍ଲକ ବଷ୍ଟର ଫିଲ୍ମ ଡିଡିଏଲ୍‌ର ପ୍ରଶଂସା ମଧ୍ୟ କରିଛନ୍ତି। 

Advertisment

ସୋଶାଲ ମିଡିଆରେ ଅଲ୍ଲୁ ଅର୍ଜୁନଙ୍କ ଏକ ଇଣ୍ଟରଭ୍ୟୁ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଶାହରୁଖ ଖାନ୍‌ଙ୍କୁ ଭେଟିବାକୁ ଚାହୁଁଥିବା କହିଛନ୍ତି। ଅଲ୍ଲୁ କହିଛନ୍ତି, ‘ମୁଁ କେବେ ନା କେବେ ଶାହରୁଖ ସାର୍‌ଙ୍କୁ ଭେଟିବାକୁ ଚାହୁଁଛି। ମୁଁ ତାଙ୍କୁ ଏଯାଏଁ ଭେଟିନାହିଁ। ମୋତେ ତାଙ୍କ ଫିଲ୍ମ ଡିଡିଏଲ୍‌ଜେ ଭାରି ପସନ୍ଦ। ମୁଁ ଏହି ଫିଲ୍ମକୁ ବାରମ୍ବାର ଦେଖିଛି। ଆମେ କେବେ ମିଶିବା ସାର୍‌...।’

ଏହାପୂର୍ବରୁ ଅଲୁ ଅର୍ଜୁନଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ରିମେକ୍ କରିବା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ବାସ୍ତବରେ ଭିଡିଓରେ ପୁଷ୍ପା ଷ୍ଟାର ରିମେକରେ କାମ ନ କରିବାର ଭୟ ପ୍ରକାଶ କରିଥିଲେ। 

Advertisment

ସୂଚନା ମୁତାବକ, ଶାହରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଯବାନ’ରେ ଅଲ୍ଲୁ ଅର୍ଜୁନ କୁଆଡେ କେମିଓ ରୋଲ କରିବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଖବର କେତେ ସତ କେତେ ମିଛ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଫ୍ୟାନ୍‌ମାନେ କିନ୍ତୁ ଏହି ଦୁଇ ସୁପରଷ୍ଟାର୍‌ଙ୍କୁ ଏକାଠି ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି। 

Bollywood News Bollywood Shah Rukh Khan Allu Arjun