Advertisment

FTIIର ସଭାପତି ହେଲେ ଅଭିନେତା ଆର ମାଧବନ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ମାଧବନଙ୍କୁ ନୂଆ ଦାୟିତ୍ୱ ମିଳିଥିବା ସୂଚନା ଦେଇଛନ୍ତି। ଏଥିସହ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

R Madhavan

R Madhavan

Advertisment

ବଲିଉଡର ଚର୍ଚ୍ଚିତ ଅଭିନେତା ଆର ମାଧବନଙ୍କୁ ମିଳିଛି ନୂଆ ଦାୟିତ୍ୱ। ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(FTII)ର ସଭାପତି ଓ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

Advertisment

ତାଙ୍କ ଦ୍ୱାରା ଅଭିନୀତ 'Rocketry' ସିନେମା ନିକଟରେ ଜାତୀୟ ପୁରସ୍କାର ଜିତିଥିଲା। ଏହି ଫିଲ୍ମରେ ମାଧବନ ଅଭିନୟ କରିବା ସହ ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଥିଲେ। କେବଳ ଏହି ଗୋଟିଏ ସିନେମା ନୁହେଁ, ରଙ୍ଗ ଦେ ବସ୍ତନ୍ତୀ ଠାରୁ ଆରମ୍ଭ କରି ୩ ଇଡିଏଟ ଭଳି ଫିଲ୍ମରେ ମଧ୍ୟ ସେ ଚମତ୍କାର ଅଭିନୟ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ମାଧବନଙ୍କୁ ନୂଆ ଦାୟିତ୍ୱ ମିଳିଥିବା ସୂଚନା ଦେଇଛନ୍ତି। ଏଥିସହ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ମାଧବନ ମଧ୍ୟ ନୂଆ ଦାୟିତ୍ୱ ପାଇ ଉତ୍ସାହିତ ହେବା ସହ ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସମସ୍ତଙ୍କ ଆଶା ଅନୁସାରେ ସେ ଭଲ କାମ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

Anurag Thakur FTII R. Madhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe