Advertisment

ପ୍ରଭାସ କହିଲେ-ପର୍ବ ଅନେକ, ପ୍ରେମ ଏକ

ହାଇଦ୍ରାବାଦ: ନୂଆ ରୂପରେ ବାହୁବଳୀ ଫେମ୍‌ ତଥା ସୁପରଷ୍ଟାର ପ୍ରଭାସ। ସାମ୍ନାକୁ ଆସିଛି ତାଙ୍କ ନୂଆ ଲୁକ୍‌। ଏହି ଲୁକ୍‌କୁ ସେ ନିଜ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ତାଙ୍କର ଏହି ନୂଆ ଫଟୋକୁ ସେଆର କରି ସେ କହିଛନ୍ତି ପର୍ବ ଅନେକ, ପ୍ରେମ ଏକ। ପ୍ରକୃତରେ ପ୍ରଭାସଙ୍କ ଅପକମିଂ ବିଗ୍‌ ବଜେଟ୍‌ ଫିଲ୍ମ `ରାଧେ ଶ୍ୟାମ୍‌’ର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ଚୈତ୍ର ନବରାତ୍ରୀ ଅବସରରେ ଫିଲ୍ମର ନିର୍ମାତାମାନେ ପ୍ରଶଂସକ ପାଇଁ ଏହି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପ୍ରଭାସ କହିଲେ-ପର୍ବ ଅନେକ, ପ୍ରେମ ଏକ

Prabhas

ହାଇଦ୍ରାବାଦ: ନୂଆ ରୂପରେ ବାହୁବଳୀ ଫେମ୍‌ ତଥା ସୁପରଷ୍ଟାର ପ୍ରଭାସ। ସାମ୍ନାକୁ ଆସିଛି ତାଙ୍କ ନୂଆ ଲୁକ୍‌। ଏହି ଲୁକ୍‌କୁ ସେ ନିଜ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ତାଙ୍କର ଏହି ନୂଆ ଫଟୋକୁ ସେଆର କରି ସେ କହିଛନ୍ତି ପର୍ବ ଅନେକ, ପ୍ରେମ ଏକ।

Advertisment

ପ୍ରକୃତରେ ପ୍ରଭାସଙ୍କ ଅପକମିଂ ବିଗ୍‌ ବଜେଟ୍‌ ଫିଲ୍ମ `ରାଧେ ଶ୍ୟାମ୍‌'ର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ଚୈତ୍ର ନବରାତ୍ରୀ ଅବସରରେ ଫିଲ୍ମର ନିର୍ମାତାମାନେ ପ୍ରଶଂସକ ପାଇଁ ଏହି ପୋଷ୍ଟର ରିଲିଜ କରିଛନ୍ତି। ଏହି ପୋଷ୍ଟରକୁ ପ୍ରଭାସ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି।

ପୋଷ୍ଟରକୁ ସେଆର କରି ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଉଗାଡି ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, "ଗୋଟିଏ ଜିନିଷ ଏହି ସୁନ୍ଦର ପର୍ବଗୁଡ଼ିକୁ ବାନ୍ଧିଥାଏ ଏବଂ ତାହା ହେଉଛି ପ୍ରେମ, ଏହାକୁ ଅନୁଭବ କର। ଏହାର ଆନନ୍ଦ ନିଅ ଓ ଏହାକୁ ଚାରିଆଡେ ବିସ୍ତାର କର। ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟଜନମାନଙ୍କୁ ଉଗାଡି, ଗୁଡି ପାଡୱା, ବୈଶାଖି, ବିଶୁ, ପୁଥାଣ୍ଡୁ, ଜୁଆର ଶୀତଲ, ଚେତି ଚାନ୍ଦ, ବୋହାଗ ବିହୁ, ନାଭରେହ ଏବଂ ପୋଇଲା ବୋଶାକର ହାର୍ଦ୍ଦିକ ଶୁଭକାମନା।''

Advertisment

ରିଲିଜ ହୋଇଥିବା ଏହି ନୂଆ ପୋଷ୍ଟର୍‌ରେ ପ୍ରଭାସ ଏକ ପିଲରକୁ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ ବାଦାମୀ ରଙ୍ଗର ଟି-ସାର୍ଟ ଏବଂ ଚେକ୍‌ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏଥିସହ ଏହି ପୋଷ୍ଟର ତଳେ ଫିଲ୍ମର ନାଁ ଓ ରିଲିଜ ତାରିଖ ମଧ୍ୟ ଲେଖା ହୋଇଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ `ରାଧେ ଶ୍ୟାମ' ଫିଲ୍ମର ଆହୁରି ୩ଟି ପୋଷ୍ଟର ଏବଂ ଗୋଟିଏ ଟିଜର ରିଲିଜ ହୋଇସାରିଛି। ଏବେ ପ୍ରଶଂସକମାନେ ଏହି ଫିଲ୍ମର ଟ୍ରେଲର ରିଲଜ ଅପେକ୍ଷା ଅଛନ୍ତି। ଫିଲ୍ମର ଲିଡ୍‌ ରୋଲରେ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟରେ ପୂଜା ହେଗଡେ ଅଛନ୍ତି। ଆସନ୍ତା ଜୁଲାଇ ୩୦ରେ  ଫିଲ୍ମଟି ବଡ ପରଦାକୁ ଆସିବ।

View this post on Instagram

A post shared by Prabhas (@actorprabhas)

Prabhas