Advertisment

ଶିଷ୍ୟଙ୍କୁ ଚପଲରେ ନିର୍ଧୁମ ମାଡ଼ ମାରିଲେ ସିଙ୍ଗର୍‌ ରାହତ ଫତେ ଅଲ୍ଲି ଖାନ୍‌

କେବଳ ସେତିକି ନୁହେଁ ଶିଷ୍ୟଙ୍କ ଚୁଟି ଧରି ଘୋଷାରି ନେଇଛନ୍ତି। ଯେତେ ନେହୁରା ହେଲେ ବି କିଛି ଶୁଣୁ ନାହାନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

author-image
Madhupriya Mistry
Rahat Fateh Ali Khan

Rahat Fateh Ali Khan

ଲୋକପ୍ରିୟ ପାକିସ୍ତାନୀ ସିଙ୍ଗର୍‌ ରାହତ ଫତେ ଅଲ୍ଲି ଖାନ୍‌। ତାଙ୍କୁ ନେଇ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ନିଜର ସୁମଧୁର କଣ୍ଠସ୍ୱରରେ ଦର୍ଶକଙ୍କୁ ହୃଦୟରେ ଘର କରିଥିବା ଏହି ସିଙ୍ଗର ଟପିଛନ୍ତି ସବୁ ସୀମା। କ୍ୟାମେରା ଆଗରେ ଶିଷ୍ୟଙ୍କୁ କରିଛନ୍ତି ଦୁର୍ବ୍ୟବହାର। ତାଙ୍କୁ ନିର୍ଧୁମ ମାଡ ମାରିଛନ୍ତି। ଜଣେ ଶିଷ୍ୟଙ୍କ ଗାଲକୁ ଠୋ ଠୋ ଚାପୁଡା ମାରିବା ସହ ଚପଲରେ ପିଟିଛନ୍ତି। କେବଳ ସେତିକି ନୁହେଁ ଚୁଟି ଧରି ଘୋଷାରି ନେଇଛନ୍ତି। ଯେତେ ନେହୁରା ହେଲେ ବି କିଛି ଶୁଣୁ ନାହାନ୍ତି। କେବଳ ମାଡ଼ ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। ଏହି ପୂରା ଘଟଣା ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରକୃତରେ ଏହି ଲୋକପ୍ରିୟ କବ୍ବାଲି ଗାୟକ ଏକ 'ବୋତଲ' ବିଷୟରେ ନିଜ ଶିଷ୍ୟଙ୍କୁ ବାରମ୍ବାର ପଚାରୁଛନ୍ତି। ଏହାପରେ ତାଙ୍କୁ ଚାପୁଡା ଉପରେ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ସେପଟେ ବ୍ୟକ୍ତି ଜଣକ ବୋତଲ ବିଷୟରେ କିଛି ଜାଣି ନଥିବା କହୁଥିଲେ ସୁଦ୍ଧା ସେ କିଛି ଶୁଣୁ ନାହାନ୍ତି। ସେପଟେ ପାଖରେ ଥିବା ଆଉ କିଛି ଲୋକେ ସିଙ୍ଗରଙ୍କ ହାତରୁ ମାଡ ଖାଉଥିବା ଶିଷ୍ୟଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ପାକିସ୍ତାନର ସମା ଟିଭି ମାଡ଼ ଖାଉଥିବା ଉକ୍ତ ବ୍ୟକ୍ତିଙ୍କୁ ରାହତ ଫତେହ ଅଲ୍ଲି ଖାନଙ୍କ କର୍ମଚାରୀ ବୋଲି ଚିହ୍ନଟ କରି କହିଛି ଯେ ଗାୟକମାନଙ୍କ ମଧ୍ୟରେ ଏପରି ହିଂସା ଆଚରଣ ଏକ ଚିନ୍ତାଜନକ। ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ ତାଙ୍କ ଘରୋଇ କର୍ମଚାରୀଙ୍କୁ ଅସଦାଚରଣ କରୁଥିବା ବେଳେ କ୍ୟାମେରା ଆଗରେ ଧରା ପଡିଛନ୍ତି।

Advertisment

ସେପଟେ ଏହି ଭିଡିଓକୁ ନେଇ ଗାୟକ ନୁସରତ ଫତେ ଅଲ୍ଲି ଖାନ୍‌ଙ୍କ ପୁତୁରା ରାହତ ଫତେ ଅଲ୍ଲି ଖାନ୍‌ ସଫେଇ ଦେଇଛନ୍ତି। ସେ କହିଛନ୍ତି, ଜଣେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହା ଥିଲା ବ୍ୟକ୍ତିଗତ ମାମଲା। ସେ ମୋର ପୁଅ ଭଳି। ଶିଷ୍ୟ ଯଦି ଭଲ କାମ କରେ ତାକୁ ପ୍ରଶଂସା କରଯାଏ ଓ ତାକୁ ଭଲ ପାଇବା ମଧ୍ୟ ମିଳେ। ଆଉ ଯଦି ଖରାପ କାମ କରେ ତେବେ ତାକୁ ଦଣ୍ଡ ଦେବା ଅଧିକାର ଗୁରୁର ଥାଏ ବୋଲି ଏକ ଭିଡିଓ ପୋଷ୍ଟ କରି ରାହତ ଫତେ ଅଲ୍ଲି ଖାନ୍‌ କହିଛନ୍ତି।

କେବଳ ସେତିକି ନୁହେଁ ଶିଷ୍ୟକୁ ମାଡ଼ ମାରିବା ପରେ ସେ ତାଙ୍କୁ କ୍ଷମା ମାଗିଥିବା ମଧ୍ୟ କହିଛନ୍ତି ଏହି ପାକିସ୍ତାନୀ ସିଙ୍ଗର୍‌। ରାହତ ଫତେ ଅଲ୍ଲି ଖାନ୍‌ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ମାଡ଼ ଖାଇଥିବା ବ୍ୟକ୍ତି ଜଣ ଓ ତାଙ୍କ ବାପା ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଭିଡିଓରେ ଶିଷ୍ୟ ଜଣକ ସ୍ୱୀକାର କରିଛନ୍ତି ଯେ, ପବିତ୍ର ପାଣି ଥିବା ଏକ ବୋତଲକୁ ସେ ହଜାଇ ଦେଇଥିଲେ। ଏହି କାରଣରୁ ଏହି ଘଟଣା ଘଟିଥିଲା। କିନ୍ତୁ ତାଙ୍କ କାମ ପଛରେ କୌଣସି ମନ୍ଦ ଚିନ୍ତାଧାରା ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଶିଷ୍ୟ ଜଣ କହିଛନ୍ତି, 'ରାହତ ଫତେ ଅଲ୍ଲି ଖାନ୍‌ ତାଙ୍କ ବାପା ଭଳି। ସେ ଆମକୁ ବହୁତ ଭଲ ପାଆନ୍ତି। ଯିଏ ଏହି ଭିଡିଓକୁ ଭାଇରାଲ କରିଛି ସେ ମୋର ଗୁରୁଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି।'

ଏହି ଭିଡିଓ ଭାଇରାଲ ହେବା ପରେ ରାହତ ଫତେ ଅଲ୍ଲି ଖାନ୍‌ଙ୍କ ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି। ଲୋକେ ତାଙ୍କୁ ନିନ୍ଦା କରିବା ସହ ବିରୋଧ କରିଛନ୍ତି। ଅନେକ ସୋଶାଲ ମିଡିଆ ୟୁଜର ତାଙ୍କୁ ଟ୍ରୋଲ କରିବା ସହ ମିଛ କହି ଆପଣ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିଛନ୍ତି।

Bollywood News Viral Video Pakistani Singer Rahat Fateh Ali Khan