Advertisment

ବ୍ରେନଷ୍ଟ୍ରୋକର ଦୁଇ ମାସ ପରେ କେମିତି ଅଛନ୍ତି ଅଭିନେତା ରାହୁଲ

ମୁମ୍ବାଇ: ନଭେମ୍ବର ୨୦୨୦ରେ ଆଶିକି ଫେମ ରାହୁଲ ରୟଙ୍କୁ ବ୍ରେନଷ୍ଟ୍ରୋକ ହୋଇଥିଲା। ତେବେ ଦୁଇ ମାସ ପରେ କେମିତି ଅଛନ୍ତି ଏହି ଅଭିନେତା? କିଭଳି ଚାଲିଛି ତାଙ୍କ ଚିକିତ୍ସା? ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବ୍ରେନଷ୍ଟ୍ରୋକ ପରଠୁ ପୁରାପୁରି ଠିକ ହେବା ପାଇଁ ଚେଷ୍ଟା କରୁଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଏବେ ତାଙ୍କର ପୁରା ସମୟ ଘରେ ବିତାଉଛନ୍ତି। ଘରେ ତାଙ୍କର ମ୍ୟୁଜିକ ଥେରାପୀ ଚାଲିଛି। ସେ ମ୍ୟୁଜିକ […]

ଅଦ୍ୟତନ ହୋଇଛି
ବ୍ରେନଷ୍ଟ୍ରୋକର ଦୁଇ ମାସ ପରେ କେମିତି ଅଛନ୍ତି ଅଭିନେତା ରାହୁଲ

Rahul Roy

Advertisment

ମୁମ୍ବାଇ: ନଭେମ୍ବର ୨୦୨୦ରେ ଆଶିକି ଫେମ ରାହୁଲ ରୟଙ୍କୁ ବ୍ରେନଷ୍ଟ୍ରୋକ ହୋଇଥିଲା। ତେବେ ଦୁଇ ମାସ ପରେ କେମିତି ଅଛନ୍ତି ଏହି ଅଭିନେତା? କିଭଳି ଚାଲିଛି ତାଙ୍କ ଚିକିତ୍ସା? ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବ୍ରେନଷ୍ଟ୍ରୋକ ପରଠୁ ପୁରାପୁରି ଠିକ ହେବା ପାଇଁ ଚେଷ୍ଟା କରୁଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଏବେ ତାଙ୍କର ପୁରା ସମୟ ଘରେ ବିତାଉଛନ୍ତି। ଘରେ ତାଙ୍କର ମ୍ୟୁଜିକ ଥେରାପୀ ଚାଲିଛି। ସେ ମ୍ୟୁଜିକ ଥେରାପୀ ନେଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବ୍ରେନଷ୍ଟ୍ରୋକ ପରଠୁ ରାହୁଲଙ୍କ ପୁରା ଶରୀର ଉପରେ ପ୍ରଭାବ ପଡିଛି। ଏପରିକି ସେ ଭଲଭାବେ କଥା ମଧ୍ୟ କହିପାରୁ ନାହାନ୍ତି। ଏଥିପାଇଁ ମ୍ୟୁଜିକ ଥେରାପୀ ଜରିଆରେ ସେ ନିଜ କଥା କହିବା ଶୈଳୀକୁ ଠିକ୍ କରିବା ଲାଗି ଚେଷ୍ଟା କରୁଛନ୍ତି। ଏଥିରେ ତାଙ୍କ ଭଉଣୀ ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

ଭାଇରାଲ ଭିଡିଓରେ ରାହୁଲ ସାରେଗାମାପା ଗାଉଥିବା ନଜର ଆସିଛନ୍ତି। ସେ ତାଙ୍କ ଭଉଣୀଙ୍କ ସହ ତାଳ ଦେଇ ଗାଉଛନ୍ତି ଏବଂ ନିଜ ଉଚ୍ଚାରଣକୁ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓକୁ ନିଜେ ରାହୁଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି। ସେ ଲେଖିଛନ୍ତି, “ଆଶା କରୁଛି ଯେ ଆପଣ ସମସ୍ତଙ୍କୁ ମୋର ଧୀରେ ଧୀରେ ସୁସ୍ଥ ହେବାର ଭିଡିଓ ପସନ୍ଦ ଆସୁଥିବ। ବ୍ରେନଷ୍ଟ୍ରୋକରୁ ସୁସ୍ଥ ହେବା ପାଇଁ ଅନେକ ସମୟ ଲାଗୁଛି। ଅନେକ କଥାକୁ ଧ୍ୟାନରେ ରଖିବାକୁ ପଡୁଛି।  ବ୍ରେନଷ୍ଟ୍ରୋକ ଯୋଗୁଁ ମୁଁ ଠିକ୍ ସେ କଥା କହିପାରୁ ନାହିଁ। ତେଣୁ ମ୍ୟୁଜିକ ଥେରାପି ଜରିଆରେ ଏହାକୁ ଠିକ କରିବା ପାଇଁ ଭଉଣୀ ମୋତେ ସହଯୋଗ କରୁଛି । ଆପଣମାନେ ଖୁବଶୀଘ୍ର ମୋତେ ପୂର୍ବଭଳି କଥା କହୁଥିବ ଦେଖିବେ ବୋଲି ସେ କହିଛନ୍ତି।”

Advertisment

ସୂଚନାଯୋଗ୍ୟ ଯେ, କାରଗିଲରେ ଫିଲ୍ମ ‘ଏଲଏସି’ର ଶୁଟିଂ ବେଳେ ଅଭିନେତା ରାହୁଲ ରୟ ବ୍ରେନଷ୍ଟ୍ରୋକର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ମୀରା ରୋଡ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ ଜାନୁଆରୀ ୭ ତାରିଖରେ ଡିସଚାର୍ଜ ମିଳିଥିଲା।

Rahul Roy Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe