Advertisment

୧୦୦ କୋଟିରେ ବିକ୍ରି ହେଲା ଶୋ’ ମ୍ୟାନ୍‌ଙ୍କ ଘର

ରାଜ କପୁରଙ୍କ ଏହି ବଙ୍ଗଳାଟି ମୁମ୍ବାଇର ସବୁଠୁ ଦାମୀ ଅଞ୍ଚଳ ଚେମ୍ବୁରରେ ଅଛି।

ଅଦ୍ୟତନ ହୋଇଛି
Raj Kapoor

Raj Kapoor

Advertisment

ବିକ୍ରି ହେଲା ବଲିଉଡର ଶୋ’ ମ୍ୟାନ୍ ତଥା ଦିବଙ୍ଗତ ଅଭିନେତା ରାଜ କପୁରଙ୍କ ଐତିହାସିକ ଘର।  ପ୍ରଡ୍ୟୁସର ତଥା ଡାଇରେକ୍ଟର ରାଜ କପୁରଙ୍କ ଏହି ବଙ୍ଗଳାଟି ମୁମ୍ବାଇର ସବୁଠୁ ଦାମୀ ଅଞ୍ଚଳ ଚେମ୍ବୁରରେ ଅଛି। ରାଜ କପୁରଙ୍କ ଏହି ବଙ୍ଗଳାକୁ ଗୋଦରେଜ୍ ପ୍ରପର୍ଟିଜ୍ ଲିମିଟେଡ୍ ୧୦୦ କୋଟି ଟଙ୍କାରେ କିଣିଛି। ଏନେଇ କମ୍ପାନୀ ଖୋଦ ସୂଚନା ଦେଇଛି। କମ୍ପାନୀ ଉକ୍ତ ସ୍ଥାନରେ ଏକ ବିଳାଶପୂର୍ଣ୍ଣ ଆବାଶିକ ପ୍ରକଳ୍ପ ତିଆରି କରୁବାକୁ ଯୋଜନା କରିଛି। ଗୋଦରେଜ କମ୍ପାନୀ କହିଛି, ଏହି ଜମିକୁ ରାଜ କପୁରଙ୍କ ଆଇନଗତ ଉତ୍ତରାଧିକାରୀ କପୁର ପରିବାରଠାରୁ କିଣାଯାଇଛି। 

Advertisment

ସୂଚନା ମୁତାବକ, ରାଜ କପୁରଙ୍କ ଏହି ବଙ୍ଗଳାଟି ପ୍ରାୟ ୧ ଏକର ଜମିରେ ବିସ୍ତୃତ। ଏହା ମୁମ୍ବାଇର ଦେବନାର ଫାର୍ମ ରୋଡ୍‌ର ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍ ସୋଶାଲ ସାଇନ୍ସେଜ୍ ନିକଟରେ ସ୍ଥିତ। ଏହି ଅଞ୍ଚଳଟିକୁ ମୁମ୍ବାଇର ସବୁଠୁ ପ୍ରିମିୟମ ରେସିଡେନ୍‌ସିଆଲ୍ ଅଞ୍ଚଳ ବୋଲି କୁହାଯାଏ। ଏଥିଯୋଗୁ ଏବେ ଏଠାରେ ପ୍ରିମିୟମ ରେସିଡେନ୍‌ସିଆଲ୍ ପ୍ରୋଜେକ୍ଟ ଡେଭଲପ୍ ହେବ। 

ରାଜ କପୁର ନିଜ ପିଲାଙ୍କ ପାଇଁ ସବୁଠୁ ବଡ଼ ସମ୍ପତ୍ତି ଛାଡି ଯାଇଥିଲେ। ମୁମ୍ବାଇର ଚେମ୍ବୁର ଅଞ୍ଚଳର ଏକ ଏକର ଜମିରେ ତିଆରି ଏହି ଆଇକନିକ ବିଲ୍ଡିଂରେ ଅନେକ ବଲିଉଡର ସ୍ମରଣୀୟ ଫିଲ୍ମ ତିଆରି ହୋଇଛଇ। ‘ଶ୍ରୀ-୪୨୦’ ଠାରୁ ଆରମ୍ଭ କରି ‘ବବି’ ଯାଏଁ ଫିଲ୍ମ ଏଠାରେ ଶୁଟିଂ ହୋଇଛି। କୁହାଯାଉଛି ଯେ, ଏହି ଘରର ଦାମ୍ ୫୦୦ କୋଟି ଟଙ୍କାରୁ ଅଧିକ ଥିଲା। ତେବେ କପୁର ପରିବାର କିନ୍ତୁ ଏହି ଘରକୁ ଦେଖାରଖା କରିବାରେ ବିଫଳ ହେବା ପରେ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା। 

Advertisment

୧୯୪୬ରେ ପ୍ରାୟ ୩ ହଜାର ସ୍କୁୟାର ଫୁଟ୍‌ରେ ଏହି ବଙ୍ଗଳାକୁ ତିଆରି କରିଥିଲେ ରାଜ କପୁର। ଏହି ଘରେ ରାଜ କପୁର ତାଙ୍କ ପତ୍ନୀ କୃଷ୍ଣା ଓ ପିଲାମାନେ ରହୁଥିଲେ। 

ବଙ୍ଗଳା ବିକ୍ରି ହେବା ନେଇ ରାଜ କପୁରଙ୍କ ପୁଅ ରଣଧିର କପୁର କହିଛନ୍ତି, ଚେମ୍ବୁରର ଏହି ସମ୍ପତ୍ତି ସହ ଆମ ପରିବାରର ଭାବପ୍ରବଣ ଜଡିତ ଅଛି। ଏହା ଆମ ପାଇଁ ଐତିହାସକ ମହତ୍ତ୍ୱ ରଖେ। ଆମେ ପୁଣି ଥରେ ଗୋଦରେଜ ପ୍ରପର୍ଟିଜ ସହ ଜଡିତ ହୋଇ ଆନନ୍ଦିତ।
ଏହାପୂର୍ବରୁ ୨୦୧୯ ମେ’ ମାସରେ କପୁର ପରିବାରର ଠାରୁ ଆର୍‌କେ ଷ୍ଟୁଡିଓ କିଣିଥିଲା ଗୋଦରେଜ୍ କମ୍ପନୀ।  

Raj Kapoor Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe