Advertisment

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ୍ ସୋମବାର ଦିନ ଗିରଫ କରିଛି। ଅଶ୍ଲୀଳ ଫିଲ୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ୍ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଅଶ୍ଲୀଳ ଫିଲ୍ମ ତିଆରି କରି ସେଗୁଡ଼ିକୁ କିଛି ଆପ୍‌ରେ ଛଡ଼ାଯାଉଥିବା ନେଇ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ମାମଲା […]

ଅଦ୍ୟତନ ହୋଇଛି
ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ

Shilpa Shetty and Raj Kundra

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ୍ ସୋମବାର ଦିନ ଗିରଫ କରିଛି। ଅଶ୍ଲୀଳ ଫିଲ୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Advertisment

ମୁମ୍ବାଇ ପୁଲିସ୍ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଅଶ୍ଲୀଳ ଫିଲ୍ମ ତିଆରି କରି ସେଗୁଡ଼ିକୁ କିଛି ଆପ୍‌ରେ ଛଡ଼ାଯାଉଥିବା ନେଇ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଆଉ ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ସେ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କ ବିରୋଧରେ କ୍ରାଇମ୍‌ ବ୍ରାଞ୍ଚ ହାତରେ ବହୁତ ପ୍ରମାଣ ରହିଛି।

ଏହି ମାମଲାରେ ତାଙ୍କର କୌଣସି ଭୂମିକା ନଥିବା କହି ରାଜ୍ କୁନ୍ଦ୍ରା ଅନ୍ତରୀଣ ଜାମିନ୍ ମଧ୍ୟ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି।

Advertisment

୨୦୧୩ରେ କ୍ରିକେଟ୍‌ ବେଟିଂ ଓ ସ୍ପଟ୍ ଫିକ୍ସ ସ୍କାଣ୍ଡାଲ୍‌ରେ ଦିଲ୍ଲୀ ପୁଲିସ୍ ରାଜ୍ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ୨୦୦୯ରେ ରାଜ୍ କୁନ୍ଦ୍ରାଙ୍କୁ ବାହା ହୋଇଥିଲେ।

Raj Kundra Shilpa Shetty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe