Advertisment

‘ଫାଷ୍ଟ ଟ୍ରାକ୍ କୋର୍ଟରେ ମୋ’ ଶୁଣାଣି କର’

ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ଅସ୍ୱୀକାର କରୁଥିବା ରାଜ କୁନ୍ଦ୍ରା ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହାର ଶୁଣାଣୀ ପାଇଁ ଆବେଦନ କରିଛନ୍ତି।

Raj Kundra

Raj Kundra

Advertisment

ପୂର୍ବରୁ ଅଶ୍ଳୀଳ ଫିଲ୍ମ ତିଆରି କରିବା ଅଭିଯୋଗରେ ଜେଲ୍‌ ଯାଇ ଫେରିଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବି ଟେନସନମୁକ୍ତ ହୋଇ ପାରୁ ନାହାନ୍ତି। ଏବେ ରାଜ କୁନ୍ଦ୍ରା ବାହାରେ ବୁଲୁଥିଲେ ବି ନିଜ ଉପରେ ଲାଗିଥିବା ଅଭିଯୋଗ ପାଇଁ ଶାନ୍ତିରେ ରହି ପାରୁ ନାହାନ୍ତି। ଏହି ସବୁ ଅଭିଯୋଗକୁ ଅସ୍ୱୀକାର କରୁଥିବା ରାଜ କୁନ୍ଦ୍ରା ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହାର ଶୁଣାଣି ପାଇଁ ଆବେଦନ କରିଛନ୍ତି। ବିଳମ୍ବରେ ମିଳୁଥିବା ନ୍ୟାୟର ମୂଲ୍ୟ କିଛି ନାହିଁ ବୋଲି କହି ଏହାର ତ୍ୱରିତ ଶୁଣାଣି ପାଇଁ ରାକ କୁନ୍ଦ୍ରାଙ୍କ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Advertisment

ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ଏହି ବିବୃତ୍ତି ଜାରି କରି କହିଛନ୍ତି ଯେ, ବିଳମ୍ବରେ ମିଳୁଥିବା ନ୍ୟାୟ କେବେବି ନ୍ୟାୟ ନୁହେଁ। ମୋ’ ମହକିଲ ରାଜ କୁନ୍ଦ୍ରା ମିଥ୍ୟା ମାମଲାର ଶିକାର ହୋଇଛନ୍ତି। ଶୁଣାଣି ଆରମ୍ଭ ହେବାର ବର୍ଷ ପରେ ବର୍ଷ ବିତିଗଲାଣି। ହେଲେ ଏହି ମାମଲାର ରାୟ ପ୍ରକାଶ ପାଇ ପାରୁନି। କୋର୍ଟର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ଅପରପକ୍ଷ ମକଦ୍ଦମାରେ ଅଧିକ ବିଳମ୍ବ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏହି ବିବୃତ୍ତିରେ ଗଣମାଧ୍ୟମକୁ ଟାର୍ଗେଟ କରି ରାଜ କୁନ୍ଦ୍ରାଙ୍କ ଓକିଲ କହିଛନ୍ତି ଯେ, ସମ୍ପୂର୍ଣ୍ଣ ସତ୍ୟ ନ ଜାଣି ଗଣମାଧ୍ୟମ ମୋ ମହକିଲଙ୍କ ବିଷୟରେ ଭୁଲ ଖବର ପରିବେଷଣ କରିଛନ୍ତି। ଏସମ୍ପର୍କରେ କିଛି ତଥ୍ୟ, ପ୍ରମାଣ ସେମାନଙ୍କ ହାତରେ ନ ଥାଇ ବି ସେମାନେ ନିଜ ରାୟ ପ୍ରକାଶ କରି ସାରିଛନ୍ତି, ଯାହାକି କେବେ ସମୀଚୀନ ନୁହେଁ। ମୋ ମହକିଲଙ୍କ ବିରୋଧରେ ସେମାନଙ୍କ ନିକଟରେ କୌଣସି ପ୍ରମାଣ ନାହିଁ। ସମଗ୍ର ଚାର୍ଜସିଟକୁ ସଠିକ୍ ଭାବରେ ତର୍ଜମା କଲେ ମୋ ମହକିଲଙ୍କ ବିରୋଧରେ କୌଣସି ଅଭିଯୋଗ ନ ଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି।

Advertisment

ଏଥିସହ ସେ କହିଛନ୍ତି, ବିଳମ୍ବିତ ଶୁଣାଣି ହେତୁ ମୋ’ ମହକିଲଙ୍କ ମୌଳିକ ଅଧିକ କ୍ଷୁର୍ଣ୍ଣ ହେଉଛି। ତାଙ୍କୁ ତ୍ୱରିତ୍ୱ ଶୁଣାଣି ଅଧିକାରରୁ ବଞ୍ଚିତ କରାଯାଉଛି। ଆମକୁ କିନ୍ତୁ ବିଚାର ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି।

ଯଦି ମୋ ମହକିଲ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ବିରୋଧରେ ଦଣ୍ଡ ବିଧାନ କରାଯିବା ଉଚିତ। ହେଲେ ଯଦି ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ ତେବେ ସେ ଶୀଘ୍ର ଏଥିରୁ ମୁକ୍ତ ହେବାକୁ ହକଦାର। ବିଳମ୍ବିତ ନ୍ୟାୟ ହେଉଛି ପ୍ରତ୍ୟାକ୍ଷିତ ନ୍ୟାୟ। । ଆଇନ ପ୍ରକ୍ରିୟା ଅନୁସରଣ କରି ମାମଲାର ଶୀଘ୍ର ଫଳାଫଳ ଆଶା କରୁଛୁ ।

ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ତିଆରି ଅଭିଯୋଗରେ ରାଜ କୁନ୍ଦ୍ରା ଙ୍କୁ ୨୦୨୧ ମସିହା ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କ ସମେତ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ପରେ ଉକ୍ତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ମୁମ୍ବାଇର ଏକ ଅଦାଲତ ୫୦,୦୦୦ ମୁଚଲିକାରେ ରାଜ କୁନ୍ଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

Shilpa Shetty Raj Kundra Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe