'ରାଜ କୁନ୍ଦ୍ରା ଶିଳ୍ପାଙ୍କ ଭଉଣୀଙ୍କୁ ନେଇ କାଷ୍ଟ କରିବାକୁ ଇଚ୍ଛା ରଖିଥିଲେ'

ମୁମ୍ୱାଇ: ରାଜ୍ କୁନ୍ଦ୍ରା ଏକ ନୂଆ ଆପ୍ ଲଞ୍ଚ କରି ସେଥିରେ ତାଙ୍କ ଶାଳୀ ତଥା ଶିଳ୍ପାଙ୍କ ଭଉଣୀ ଶର୍ମିଷ୍ଠା ସେଟ୍ଟୀଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ। ଗହନା ବଶିଷ୍ଟ ଏହି କଥା କହିଛନ୍ତି। ସେ କହିଛନ୍ତି, ରାଜ କୁନ୍ଦ୍ରା ଜେଲ୍‌ ଯିବାର କିଛି ଦିନ ପୂର୍ବରୁ ମୁଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲି। ସେଠାରେ ମୁଁ ଜାଣିବାକୁ ପାଇଥିଲି ଯେ ସେ (ରାଜ୍ କୁନ୍ଦ୍ରା) ‘ବଲିଫେମ୍’ ନାମକ ଏକ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ଆପ୍‌ରେ ସେ […]

raj-kundra-and-sharmila-she

raj-kundra-and-sharmila-she

Subhransu Sekhar
  • Published: Friday, 23 July 2021
  • Updated: 23 July 2021, 01:21 PM IST

Sports

Latest News

ମୁମ୍ୱାଇ: ରାଜ୍ କୁନ୍ଦ୍ରା ଏକ ନୂଆ ଆପ୍ ଲଞ୍ଚ କରି ସେଥିରେ ତାଙ୍କ ଶାଳୀ ତଥା ଶିଳ୍ପାଙ୍କ ଭଉଣୀ ଶର୍ମିଷ୍ଠା ସେଟ୍ଟୀଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ। ଗହନା ବଶିଷ୍ଟ ଏହି କଥା କହିଛନ୍ତି।

ସେ କହିଛନ୍ତି, ରାଜ କୁନ୍ଦ୍ରା ଜେଲ୍‌ ଯିବାର କିଛି ଦିନ ପୂର୍ବରୁ ମୁଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲି। ସେଠାରେ ମୁଁ ଜାଣିବାକୁ ପାଇଥିଲି ଯେ ସେ (ରାଜ୍ କୁନ୍ଦ୍ରା) ‘ବଲିଫେମ୍’ ନାମକ ଏକ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ଆପ୍‌ରେ ସେ ରିଆଲିଟି ଶୋ, ଚାଟ୍ ଶୋ, ମ୍ୟୁଜିକ୍ ଭିଡିଓ, କମେଡି ଶୋ ଏବଂ ଫିଚର ଫିଲ୍ମ କରିବାକୁ ଯୋଜନା କରିଥିଲେ। ଫିଲ୍ମରେ ବୋଲ୍‌ଡ ସିନ୍ ରଖିବା ନେଇ କୌଣସି ଯୋଜନା ନଥିଲା।

ସେ ଆହୁରି କହିଛନ୍ତି, ଏହି ଭେଟଘାଟ ବେଳେ କିଛି ସ୍କ୍ରିପ୍ଟ ଉପରେ ଆଲୋଚନା ହୋଇଥିଲା। ଏଥିରୁ ଗୋଟିକରେ ରାଜ କୁନ୍ଦ୍ରା ତାଙ୍କ ଶାଳୀ ଶର୍ମିଷ୍ଠା ସେଟ୍ଟୀଙ୍କୁ ନେବାକୁ ଚିନ୍ତା କରୁଥିଲେ। ଅନ୍ୟ ଗୁଡ଼ିକରେ ଅନ୍ୟ କିଛି ଅଭିନେତ୍ରୀଙ୍କୁ ନେବାର ଯୋଜନା ଥିଲା। ମୁଁ ଏହି ସିନେମା ଗୁଡ଼ିକର ନିର୍ଦ୍ଦେଶନା ଦେବାର ଥିଲା।

ଏହା ସହିତ ସେ ଅଭିନେତ୍ରୀ ପୁନମ ପାଣ୍ଡେ ଓ ଶେର୍ଲିନ୍ ଚୋପ୍ରାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଇ ଅଭିନେତ୍ରୀଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ କରିବା ଅଭିଯୋଗରେ ମାମଲା ରୁଜୁ ହେବା ଉଚିତ୍।

ସୂଚନାଯୋଗ୍ୟ, ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି। ଏହି ମାମଲାରେ ଧୀରେ ଧୀରେ ତାଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ଡାହାଣ ହାତ କୁହାଯାଉଥିବା ଉମେଶ କାମତ ବି ପୁଲିସ୍ ହେପାଜତରେ ଅଛି। ଏହି ମାମଲାର ଯାଂଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର। ଖାଲି ସେତିକି ନୁହେଁ, ଉମେଶ କାମତ ନିର୍ମାଣ କରିଥିବା ୭୦ ଟି ପର୍ଣ୍ଣ ଭିଡିଓ ବି ଲାଗିଛି ତଦନ୍ତକାରୀ ଟିମ୍ ହାତରେ। ଆଜି କୁନ୍ଦ୍ରାଙ୍କ ପୁଲିସେ ହେପାଜତ ଅବଧି ଶେଷ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos