Advertisment

ସାମ୍ନାକୁ ଆସିଲା 'ଆର୍‌ଆର୍‌ଆର୍‌'ର ଦମ୍‌ଦାର ଆକ୍ସନ

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଆସିଲା ନୂଆ ଝଲ୍‌କ। ଦେଖିବାକୁ ମିଳିଲା ଦମ୍‌ଦାର ଆକ୍ସନ। ରିଲିଜ ହୋଇଛି ଫିଲ୍ମର ନୂଆ ଟିଜର। ଏଥିରେ ଫିଲ୍ମର ସମସ୍ତ ଚରିତ୍ରର ଝଲକ୍‌ ଦେଖିବାକୁ ମିଳିଛି। ରିଲିଜ ହୋଇଥିବା ଟିଜର୍‌ରେ ଏକ ଯୁଦ୍ଧକୁ ଦେଖାଯାଇଛି ଏବଂ ଫିଲ୍ମର ସବୁ ଷ୍ଟାର ଏହି ଯୁଦ୍ଧରେ ଲଢ଼ୁଥିବା ଦେଖିବାକୁ ମିଳିଛି। ବାହୁବଳି ପ୍ରାଞ୍ଚାଇଜ ତୁଳନାରେ ଏହି ଫିଲ୍ମଟି ଏକ ବଡ ପ୍ରୋଜେକ୍ଟ ହେବ ବୋଲି ଆଶା କରାଯାଉଛି। ବହୁବଳି ଫେମ୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା 'ଆର୍‌ଆର୍‌ଆର୍‌'ର ଦମ୍‌ଦାର ଆକ୍ସନ

RRR

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ 'ଆର୍‌ଆର୍‌ଆର୍‌'ର ଆସିଲା ନୂଆ ଝଲ୍‌କ। ଦେଖିବାକୁ ମିଳିଲା ଦମ୍‌ଦାର ଆକ୍ସନ। ରିଲିଜ ହୋଇଛି ଫିଲ୍ମର ନୂଆ ଟିଜର। ଏଥିରେ ଫିଲ୍ମର ସମସ୍ତ ଚରିତ୍ରର ଝଲକ୍‌ ଦେଖିବାକୁ ମିଳିଛି।

Advertisment

ରିଲିଜ ହୋଇଥିବା ଟିଜର୍‌ରେ ଏକ ଯୁଦ୍ଧକୁ ଦେଖାଯାଇଛି ଏବଂ ଫିଲ୍ମର ସବୁ ଷ୍ଟାର ଏହି ଯୁଦ୍ଧରେ ଲଢ଼ୁଥିବା ଦେଖିବାକୁ ମିଳିଛି। ବାହୁବଳି ପ୍ରାଞ୍ଚାଇଜ ତୁଳନାରେ ଏହି ଫିଲ୍ମଟି ଏକ ବଡ ପ୍ରୋଜେକ୍ଟ ହେବ ବୋଲି ଆଶା କରାଯାଉଛି।

ବହୁବଳି ଫେମ୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତଆରି ଏହି ଫିଲ୍ମର ଲିଡ୍‌ ରୋଲରେ ରାମ ଚରଣ, ଜୁନିଅର୍‌ ଏନ୍‌ଟିଆର୍‌, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ଅଛନ୍ତି। ବିଗ୍‌ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ଏକ୍ସାଇଟେଡ୍‌।

Advertisment

ପୂର୍ବରୁ ଫିଲ୍ମଟିକୁ ଚଳିତ ବର୍ଷ ଅକ୍ଟୋବର ୧୩ରେ ରିଲିଜ କରିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହା ଆସନ୍ତା ବର୍ଷ ଜାନୁଆରୀ ୭ରେ ପରଦାକୁ ଆସିବ

ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ ଏବଂ ଅଲ୍ଲୁରୀ ସୀତାରାମରାଜୁଙ୍କ ଜୀବନୀ ସହ ଜଡିତ ଏକ କାଳ୍ପନିକ କାହାଣୀ ଉପରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆଧାରିତ। ୪୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ସମେତ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ।

Tollywood