ପୁଣି ବାଜି ମାରିଲା RRR, ଗୋଲ୍ଡେନ୍ ଗ୍ଲୋବ୍ସ ପରେ ହାତେଇଲା ଆଉ ଏକ ଆୱାର୍ଡ

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଫିଲ୍ମ ଆର୍‌ଆର୍‌ଆର୍। ଏସ୍‌ଏସ୍ ରାଜାମୌଲିଙ୍କ ଫିଲ୍ମ ହାତେଇଲା ଆଉ ଏକ ସମ୍ମାନଜନକ ପୁରସ୍କାର। ଗୋଲ୍ଡେନ ଗ୍ଲୋବ୍‌ସ ଆୱାର୍ଡ ପରେ ପୁଣି ଥରେ ଦେଶକୁ ଗର୍ବିତ କଲା ଏହି ବ୍ଲକବଷ୍ଟର ଫିଲ୍ମ। ଫରେନ୍ ଲାଙ୍ଗୁଏଜ୍‌ରେ ଏହି ଫିଲ୍ମଟି ଜିତିଲା ବେଷ୍ଟ କ୍ରିଟିକ୍ସ ଚଏସ୍ ଆୱାର୍ଡ। ରାମ ଚରଣ ଓ ଜୁନିଅର୍ ଏନ୍‌ଟିଆର୍‌ଙ୍କ ଅଭିନୀତ ଏହି ଫିଲ୍ମ ୨୮ତମ କ୍ରିଟିକ୍ସ ଚଏସ୍ ଆୱାର୍ଡରେ ଦୁଇଟି ପୁରସ୍କାର ହାତେଇଛି। ଏହି ଗୁଡ୍ ନ୍ୟୁଜ୍‌କୁ କ୍ରିଟିକ୍ସ ଚଏସ୍ ଆୱାର୍ଡର […]

RRR

Madhupriya Mistry
  • Published: Monday, 16 January 2023
  • , Updated: 16 January 2023, 12:19 PM IST

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଫିଲ୍ମ ଆର୍‌ଆର୍‌ଆର୍। ଏସ୍‌ଏସ୍ ରାଜାମୌଲିଙ୍କ ଫିଲ୍ମ ହାତେଇଲା ଆଉ ଏକ ସମ୍ମାନଜନକ ପୁରସ୍କାର। ଗୋଲ୍ଡେନ ଗ୍ଲୋବ୍‌ସ ଆୱାର୍ଡ ପରେ ପୁଣି ଥରେ ଦେଶକୁ ଗର୍ବିତ କଲା ଏହି ବ୍ଲକବଷ୍ଟର ଫିଲ୍ମ। ଫରେନ୍ ଲାଙ୍ଗୁଏଜ୍‌ରେ ଏହି ଫିଲ୍ମଟି ଜିତିଲା ବେଷ୍ଟ କ୍ରିଟିକ୍ସ ଚଏସ୍ ଆୱାର୍ଡ।

ରାମ ଚରଣ ଓ ଜୁନିଅର୍ ଏନ୍‌ଟିଆର୍‌ଙ୍କ ଅଭିନୀତ ଏହି ଫିଲ୍ମ ୨୮ତମ କ୍ରିଟିକ୍ସ ଚଏସ୍ ଆୱାର୍ଡରେ ଦୁଇଟି ପୁରସ୍କାର ହାତେଇଛି। ଏହି ଗୁଡ୍ ନ୍ୟୁଜ୍‌କୁ କ୍ରିଟିକ୍ସ ଚଏସ୍ ଆୱାର୍ଡର ଅଫିସିଆଲ ଟ୍ୱିଟର୍ ହ୍ୟାଣ୍ଡେଲରେ ଶେଆର କରାଯାଇଛି।

https://twitter.com/CriticsChoice/status/1614782804361084933?s=20&t=TJIw3YysQiIGdsB3qVuTdA

କ୍ରିଟିକ୍ସ ଚଏସ୍ ଆୱାର୍ଡର ଫରେନ୍ ଲାଙ୍ଗୁଏଜ୍ କ୍ୟାଟେଗୋରୀରେ ରାଜାମୌଲିଙ୍କ ଫିଲ୍ମ ଆର୍‌ଆର୍‌ଆର୍ ସହ ଅଲ୍ କ୍ୱାଇଟ୍ ଅନ୍ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ, ଆର୍ଜେଣ୍ଟିନା-୧୯୮୫, ୱାର୍ଡୋ, ଫଲ୍ସ କ୍ରନିକଲା ଅଫ୍ ଏ ହ୍ୟାଣ୍ଡଫୁଲ ଅଫ୍ ଟ୍ରୁଥ, କ୍ଲୋଜ ଏବଂ ଡିସିଜନ୍ ଟୁ ଲିଭ୍ ଭଳି ହଲିଉଡ ଫିଲ୍ମର ମୁକାବିଲା ଥିଲା। କିନ୍ତୁ ଏ ସବୁ ଫିଲ୍ମକୁ ପଛରେ ପକାଇ ଆର୍‌ଆର୍‌ଆର୍ ଫିଲ୍ମ କ୍ରିଟିକ୍ସ ଚଏସ୍ ଆୱାର୍ଡକୁ ନିଜ ନାଁରେ କରିଛି।

https://twitter.com/CriticsChoice/status/1614781526931304448?s=20&t=W9vlmtb3qk50vE0eewNLFQ

ଏହାପୂର୍ବରୁ ଆମେରିକାରେ ଆୟୋଜିତ ୮୦ତମ ଗୋଲ୍ଡେନ୍ ଗ୍ଲୋବ୍ସ ଆୱାର୍ଡରେ ଏମ୍ କେରେଭାନୀଙ୍କ ଦ୍ୱାରା ରଚିତ ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରିଜନାଲ କ୍ରିଟିକ୍ସ ସଙ୍ଗର ଆୱାର୍ଡ ମିଳିଥିଲା। ଏହି ଗୋଲ୍ଡେନ୍ ଗ୍ଲୋବ୍ସ ଆୱାର୍ଡ ସମାରୋହରେ ଫିଲ୍ମର ସମସ୍ତ ଷ୍ଟାର୍‌କାଷ୍ଟ ଉପସ୍ଥିତ ଥିଲ ।

Related story