'କାନ୍ସ' ରେଡ୍‌ କାର୍ପେଟ୍‌ରେ ଇତିହାସ ରଚିଲେ ରାଜସ୍ଥାନୀ ଗାୟକ

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ। ବିଶ୍ୱର ସବୁଠାରୁ ବଡ ଇଭେଣ୍ଟ ମଧ୍ୟରୁ ଗୋଟିଏ। ମଙ୍ଗଳବାର ଅର୍ଥାତ୍‌ ମେ’ ୧୭ରୁ ଏହି ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଆଜି ଏହି ଫେଷ୍ଟିଭାଲର ଦ୍ୱିତୀୟ ଦିନ। ଏହି ଫେଷ୍ଟିଭାଲକୁ ନେଇ ସାରା ବିଶ୍ୱରେ ଫ୍ୟାନ୍‌ମାନେ ଉତ୍ସାହିତ ଅଛନ୍ତି। ଇଭେଣ୍ଟ ସହ ଜଡିତ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଦେଶୀ ସେଲେବ୍ରିଟିମାନଙ୍କ ସମେତ ଦେଶର ପ୍ରସିଦ୍ଧ ସେଲେବ୍ରିଟିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ତେବେ ଚଳିତ […]

mame-khan

Madhupriya Mistry
  • Published: Wednesday, 18 May 2022
  • , Updated: 18 May 2022, 01:32 PM IST

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ। ବିଶ୍ୱର ସବୁଠାରୁ ବଡ ଇଭେଣ୍ଟ ମଧ୍ୟରୁ ଗୋଟିଏ। ମଙ୍ଗଳବାର ଅର୍ଥାତ୍‌ ମେ' ୧୭ରୁ ଏହି ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଆଜି ଏହି ଫେଷ୍ଟିଭାଲର ଦ୍ୱିତୀୟ ଦିନ। ଏହି ଫେଷ୍ଟିଭାଲକୁ ନେଇ ସାରା ବିଶ୍ୱରେ ଫ୍ୟାନ୍‌ମାନେ ଉତ୍ସାହିତ ଅଛନ୍ତି। ଇଭେଣ୍ଟ ସହ ଜଡିତ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଦେଶୀ ସେଲେବ୍ରିଟିମାନଙ୍କ ସମେତ ଦେଶର ପ୍ରସିଦ୍ଧ ସେଲେବ୍ରିଟିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ତେବେ ଚଳିତ ଥର ଏହି ଫିଲ୍ମ ଫେଷ୍ଟିଭାଲରେ ରାଜସ୍ଥାନୀ ଲୋକ ଗାୟକ ମାମେ ଖାନ୍‌ ମଧ୍ୟ ଭାଗ ନେଇଛନ୍ତି।

ଭାରତର ପ୍ରଥମ ଲୋକ ଗାୟକ ଭାବେ କାନ୍ସ ରେଡ୍‌ କାର୍ପେଟ୍‌ରେ ଇତିହାସ ରଚିଛନ୍ତି ମାମେ ଖାନ୍‌। ସେ ରେଡ୍‌ କାର୍ପେଟ୍‌ରେ ଚତ୍ମକାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏହି ରାଜସ୍ଥାନୀ ଗାୟକ ଜଣକ କାନ୍ସ ରେଡ୍‌ କାର୍ପେଟ୍‌ରେ ଗୋଲାପୀ ରଙ୍ଗର କୁର୍ତା ଏବଂ ଏମ୍ବ୍ରୋଡରୀ ଜ୍ୟାକେଟ୍‌ ପିନ୍ଧି ପୂରାପୁରି ଦେଶୀ ଅନ୍ଦାଜରେ ଏଣ୍ଟ୍ରି କରିଥିଲେ। ଏହି ସମୟରେ ସେ ନିଜ ମୁଣ୍ଡରେ ରାଜସ୍ଥାନୀ ପଗଡି ମଧ୍ୟ ପିନ୍ଧିଥିଲେ। ତାଙ୍କ ପର୍ସନାଲିଟି କାନ୍ସ ରେଡ୍‌ କାର୍ପେଟ୍‌ରେ ଚାର୍‌ ଚାନ୍ଦ ଲଗାଇ ଦେଇଥିଲା।

କିଏ ଏହି ରାଜସ୍ଥାନୀ ଗାୟକ?

ମାମେ ଖାନ୍‌। ସେ ଜଣେ ରାଜସ୍ଥାନୀ ଲୋକ ଗାୟକ। ଅନେକ ବଲିଉଡ ଫିଲ୍ମର ଗୀତରେ ନିଜ ଭଏସ୍‌ ଦେଇଛନ୍ତି। ସେ 'ଲକ୍‌ ବାଏ ଚାନ୍ସ', 'ନୋ ୱାନ୍‌ କିଲ୍ଡ ଜେସିକା', ଏବଂ 'ସୋନଚିରୟା' ଭଳି ଫିଲ୍ମରେ ଗୀତ ଗାଇଛନ୍ତି। ସେ ଅମିତ ତ୍ରିବେଦୀଙ୍କ ସହ କୋକ୍‌ ଷ୍ଟୁଡିଓ ସହ ମଧ୍ୟ ଜଡିତ।

ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅନେକ ଭାରତୀୟ ସେଲେବ୍ରିଟି ଭାଗ ନେବା ପାଇଁ ପହଞ୍ଚି ସାରିଲେଣି। ଏଥର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ କାନ୍ସ ଜୁରି ସଦସ୍ୟ ଭାବରେ ସାମିଲ କରାଯାଇଛି। ଦୀପିକା ମଧ୍ୟ ଜୁରି ସଦସ୍ୟରେ ସାମିଲ ହୋଇଥିବା ବେଶ୍‌ ଉତ୍ସାହିତ ଅଛନ୍ତି। ଦୀପିକାଙ୍କ ବ୍ୟତୀତ ଏହି ଫେଷ୍ଟିଭାଲରେ, ତମନ୍ନା ଭାଟିଆ, ଐଶ୍ୱର୍ଯ୍ୟା ରାୟ, ହୀନା ଖାନ୍‌, ଆର୍‌ ମାଧବନ୍‌, ନୱାଜୁଦ୍ଦିନ ସିଦ୍ଦିକି ପ୍ରମୁଖ ଭାଗ ନେଇଛନ୍ତି।

 

View this post on Instagram

 

A post shared by Mame Khan (@mame_khan)

Related story