Advertisment

‘ପରବିନ ବାବି ପେଗ୍‌ ବନାନ୍ତି, ରାଜେଶ ଖାନା ୧-୨ ବୋତଲ ପିଇଦିଅନ୍ତି’

ସ୍କ୍ରିନ୍‌ ନାଁ ରଂଜିତ୍ ଭାବେ ପରିଚିତ ଗୋପାଳ ବେଦୀ ୭୦ ଦଶକର ବଲିଉଡ ପାର୍ଟି କଥା ବଖାଣି ଏପରି କହିଛନ୍ତି...

author-image
Debibandita Barick
ଅଦ୍ୟତନ ହୋଇଛି
Rajesh Khanna & Paveena Babi

Rajesh Khanna & Paveena Babi

୭୦-୮୦ ଦଶକର ପ୍ରସିଦ୍ଧ କଳାକାର ଗୋପାଳ ବେଦି, ଯିଏକି ତାଙ୍କ ସ୍କ୍ରିନ ନାଁ ରଞ୍ଜିତ ନାମରେ ପରିଚିତ ପୂର୍ବ ସମୟର କିଛି ସ୍ମୃତି ଚର୍ଚ୍ଚା କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ରଞ୍ଜିତ ସେତେବେଳେ ବଲିଉଡ଼ରେ କିପରି ପାର୍ଟି ହେଉଥିଲା ସେ ବାବଦରେ ଆଲୋଚନା କରିଛନ୍ତି।

Advertisment

ତାଙ୍କ ଘରେ ସୁନୀଲ ଦତ୍ତ, ରାଜ କୁମାର, ସଞ୍ଜୟ ଖାନ, ଫିରୋଜ ଖାନ, ଧର୍ମେନ୍ଦ୍ର, ଶତ୍ରୁଘ୍ନ ସିହ୍ନାଙ୍କ ସମେତ ଅନେକ ହିରୋଇନ ଏକାଠି ହେଉଥିଲେ ଏବଂ ମଉଜ-ମସ୍ତି କରୁଥିଲେ। ସେ କହିଛନ୍ତି, ମୋ ବାପା-ମାଆ ଦିଲ୍ଲୀରେ ଆଉ ମୁଁ ମୁମ୍ବାଇରେ ରହୁଥିଲି ବୋଲି ଅଧିକାଂଶ ସମୟରେ ମୋ ଘରେ ହିଁ ପାର୍ଟି ହେଉଥିଲା। 

ରଞ୍ଜିତ କହିଛନ୍ତି, ଆମେ ପ୍ରାୟ ସନ୍ଧ୍ୟା ସମୟରେ ଏକାଠି ହେଉ, ଆମ ମଧ୍ୟରେ କୌଣସି ପ୍ରକାର ଫର୍ମାଲିଟିଜ ନଥାଏ। ହିରୋଇନମାନେ ବିଭିନ୍ନ ପ୍ରକାର ରୋଷେଇ କରନ୍ତି। ରୀନା ରଏ ପରଟା, ମୌସୁମୀ ଚାଟାର୍ଜୀ ମାଛ, ପରବିନ ବାବି ଡ୍ରିଙ୍କ ଏବଂ ନୀତୁ କପୁର ଭେଣ୍ଡି ରୋଷେଇ କରୁଥିଲେ। ପୂର୍ବର ଏହି ସ୍ୱର୍ଣ୍ଣିମ ଅଧ୍ୟାୟକୁ ବଖାଣି ରଞ୍ଜିତ କହିଛନ୍ତି, ରାଜେଶ ଖାନ୍ନାଙ୍କ ଭଳି ବ୍ୟକ୍ତି ରାତିକରେ ଗୋଟିଏରୁ ଦୁଇଟି ବୋତଲ ପିଇ ଦେଉଥିଲେ।

Advertisment

ସେ ଆହୁରି କହିଛନ୍ତି, ସେ ଶିଫ୍ଟ ସାରି ଆସିବା ବେଳକୁ ଅନ୍ୟମାନେ ଏକଦମ ପାର୍ଟିରେ ଝୁମୁଥାନ୍ତି। ମୋତେ ଲାଗେ ଯେଉଁ ଘର ଅତିଥିରେ ପରିପୂର୍ଣ୍ଣ ଥାଏ, ସେ ଘରକୁ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ। ମଜା-ମସ୍ତି କରିବା ପାଇଁ ମୋ ବଙ୍ଗଳାରେ ପର୍ଯ୍ୟାପ୍ତ ସ୍ଥାନ ଥିଲା। ଏହିପରି ସେତେବେଳେ ପାର୍ଟି ଚାଲେ। 

ସେ କହିଛନ୍ତି, ଯାହା ହେଉ ରାତିରେ ଅନିଦ୍ରା ହେବା ପରେ ମଧ୍ୟ ଦିନରେ ମୁଁ ଶିଫ୍ଟ କରିପାରେ। ଅନେକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅଛନ୍ତି ଯେଉଁମାନେ ବିଳମ୍ବରେ ଉଠନ୍ତି, ୧୦ଟା ବେଳେ ଶିଫ୍ଟ ଥାଇ ମଧ୍ୟ ସେମାନେ ପାଖାପାଖି ଦିନ ୨ଟା ବେଳକୁ ଉଠନ୍ତି। ଏପରି ଅଭ୍ୟାସ ସତ୍ତ୍ୱେ ସେମାନେ ଏକାଧିକ ପ୍ରୋଜେକ୍ଟରେ କାମ କରିଦେଉଥିଲେ। 

ପୂର୍ବ ସମୟର ସିନେମା ବାବଦରେ ଆଲୋଚନା କରି ସେ କହିଛନ୍ତି, ସେତେବେଳେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ପାଇଁ କୌଣସି ସଂଳାପ ଲେଖାଯାଉନଥିଲା। ସବୁ ଧ୍ୟାନ କେବଳ ହିରୋ ଏବଂ ହିରୋଇନଙ୍କ ଉପରେ ଦିଆଯାଉଥିଲା। ମୁଁ ତ ଅନେକ ସମୟରେ ସଂଳାପ କହିବା ବେଳେ ନିଜେ କିଛି ଧାଡି କହିଛି। 

ବର୍ତ୍ତମାନର ଚଳଚ୍ଚିତ୍ର ଏବଂ ଶୋ ବିଷୟରେ ରଞ୍ଜିତ କହିଛନ୍ତି: "ଯଦି ଏବେର ସିନେମାକୁ ଦେଖିବା, ତେବେ ଏପରି ଲାଗୁଛି ଯେପରି ମୂଳ ଦୃଶ୍ୟ ହଟିଯାଇଛି, ତା ପରିବର୍ତ୍ତେ ଆଇଟମ୍ ନମ୍ବର ଏବଂ ଦୁଷ୍କର୍ମ, ନିର୍ଯାତନା ଦୃଶ୍ୟ ଯୋଡ଼ି ଦେଇଛନ୍ତି। ପୂର୍ବ ସମୟର ନୃତ୍ୟ ଶୈଳୀ ବି ଖୁବ୍ ଚମତ୍କାର ଥିଲା।"

Rajesh Khanna 70s Bollywood Parties Parveen Babi Ranjeet