ପୁଣି ଅଜା ହେଲେ ରଜନୀକାନ୍ତ

ହାଇଦ୍ରାବାଦ: ପୁଣି ଥରେ ଅଜା ହେଲେ ସାଉଥ ସୁପରଷ୍ଟାର୍‌ ତଥା ଥଲାଇଭି ରଜନୀକାନ୍ତ। ତାଙ୍କ ଘରକୁ ଆସିଲେ କୁନି ଅତିଥି। ରବିବାର ସାନ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ତାଙ୍କ ନବଜାତ ଶିଶୁର ଫଟୋକୁ ଶେଆର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।     ସୌନ୍ଦର୍ଯ୍ୟା ରଜନୀକାନ୍ତ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ତାଙ୍କ ପୁଅର ନାଁ ବୀର ରଜନୀକାନ୍ତ ବନଙ୍ଗମୁଡି ରଖିଛନ୍ତି। ହେଲେ […]

Rajnikanth

Madhupriya Mistry
  • Published: Monday, 12 September 2022
  • , Updated: 12 September 2022, 04:28 PM IST

ହାଇଦ୍ରାବାଦ: ପୁଣି ଥରେ ଅଜା ହେଲେ ସାଉଥ ସୁପରଷ୍ଟାର୍‌ ତଥା ଥଲାଇଭି ରଜନୀକାନ୍ତ। ତାଙ୍କ ଘରକୁ ଆସିଲେ କୁନି ଅତିଥି। ରବିବାର ସାନ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ତାଙ୍କ ନବଜାତ ଶିଶୁର ଫଟୋକୁ ଶେଆର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

 

 

ସୌନ୍ଦର୍ଯ୍ୟା ରଜନୀକାନ୍ତ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ତାଙ୍କ ପୁଅର ନାଁ ବୀର ରଜନୀକାନ୍ତ ବନଙ୍ଗମୁଡି ରଖିଛନ୍ତି। ହେଲେ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିବା ଫଟୋରେ ପୁଅର ଚେହେରା ଦେଖାଇ ନାହାଁନ୍ତି ସେ। କେବଳ ପିଲାର ଆଙ୍ଗୁଠିଗୁଡିକ ଦେଖାଯାଉଛି। ଅନ୍ୟ ଏକ ଫଟୋରେ ପୂରା ପରିବାର ସହି ସେ ନଜର ଆସିଛନ୍ତି। ଶେଷ ଫଟୋରେ ସେ ତାଙ୍କର ବଡ ପୁଅ ବେଦ୍‌ଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକ ସୌନ୍ଦର୍ଯ୍ୟାଙ୍କୁ ଟ୍ୱିଟରେ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୌନ୍ଦର୍ଯ୍ୟା ଏବଂ ବିସ୍‌ଗନ ବିନଙ୍ଗମୁଣ୍ଡି ୨୦୧୯ରେ ବିବାହ କରିଥିଲେ। ଦ୍ୱିତୀୟ ବିବାହରୁ ଏହା ସେମାନଙ୍କର ପ୍ରଥମ ସନ୍ତାନ। ଏହାପୂର୍ବରୁ ୨୦୧୦ରେ  ସୌନ୍ଦର୍ଯ୍ୟା ରଜନୀକାନ୍ତ ପ୍ରଥମ ବିବାହ ଅଶ୍ୱିନ ରାମକୁମାରଙ୍କ ସହ ହୋଇଥିଲା। ୭ ବର୍ଷ ଏକାଠି ରହିବା ପରେ ଦୁହିଁଙ୍କ ଛାଡପତ୍ର ହୋଇଯାଇଥିଲା। ପ୍ରଥମ ବିବାହରୁ ସୌନ୍ଦର୍ଯ୍ୟାଙ୍କ ଗୋଟିଏ ପୁଅ ଅଛି। ତାଙ୍କ ନାଁ ବେଦ।

Related story