Advertisment

ଅଡ଼ୁଆରେ ରଜନୀକାନ୍ତଙ୍କ ନାତି, ଧରିଲା ପୁଲିସ

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ଷ୍ଟାର୍‌କିଡ୍‌କୁ ପୁଲିସ ଅଟକାଇଛି।

Dhanush son Yatra

Dhanush son Yatra

Advertisment

ଅଡ଼ୁଆରେ ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ନାତି। ସାଉଥ ଅଭିନେତା ଧନୁଷଙ୍କ ବଡ଼ ପୁଅ ଯାତ୍ରା ରାଜାଙ୍କୁ ଧରିଲା ପୁଲିସ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ଷ୍ଟାର୍‌କିଡ୍‌କୁ ପୁଲିସ ଅଟକାଇଛି। ଏଥିସହ ତାଙ୍କ ନାଁରେ କଟିଛି ଚାଲାଣ।

Advertisment

୧୭ ବର୍ଷୀୟ ଯାତ୍ରା ରାଜା ବିନା ହେଲ୍‌ମେଟ୍‌ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍ ଚଳାଉଥିବା ବେଳେ ଧରାପଡିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ପୁଲିସ ଆକ୍ସନ ନେଇଛି। ତାଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କାଟିଛି ପୁଲିସ।

ଭିଡିଓରେ ୟାତ୍ରା ରାଜା ଜଣେ ଗାଇଡଙ୍କ ସାହାଯ୍ୟରେ ରାସ୍ତାରେ ସୁପର୍‌ ବାଇକ ଧରି ବୁଲୁଥିବା ଦେଖିବାକୁ ମିଳିଛି। ସେ ବାଇକ୍ ଚଳାଇବା ଶିଖୁଥିଲେ। ତେବେ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ଯାତ୍ରା ହେଲମେଟ ପିନ୍ଧି ନଥିଲେ କିତାଙ୍କ ବାଇକରେ ନମ୍ବର ପ୍ଲେଟ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲା। ପୁଲିସ ଧନୁଷ ଏବଂ ତାଙ୍କ ପୁଅଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ନିକଟରେ କୌଣସି ଡ୍ରାଇଭିଂ ଲାଇସେନ୍ସ ନଥିବା ଜଣାପଡିଥିଲା। ଭିଡିଓରେ ତାଙ୍କର ପରିଚୟ ନିଶ୍ଚିତ କରିବାକୁ ପୁଲିସ ଯାତ୍ରାଙ୍କ ମାଆ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା। ଚାଲାଣ କଟିବା ଖବର ସାମ୍ନାକୁ ଆସିବା ପରେ ଧନୁଷଙ୍କ ପୁଅ ଯାତ୍ରା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

Advertisment

କହିରଖୁ ଯେ ଧନୁଷ ଓ ଐଶ୍ୱର୍ଯ୍ୟା ଏକ ବର୍ଷ ପୂର୍ବେ ପରସ୍ପରଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ତେବେ ଉଭୟ ସେମାନଙ୍କର ଦୁଇ ପୁଅଙ୍କ ଦାୟିତ୍ୱ ବହନ କରୁଛନ୍ତି। ୨୦୦୪ ମସିହା ନଭେମ୍ବର ୧୮ ତାରିଖରେ ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ତଥା ଫିଲ୍ମ ନିର୍ମାତା ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ଦୁଇ ବର୍ଷ ପରେ, ୨୦୦୬ ମସିହାରେ ପୁଅ ଯାତ୍ରା ଜନ୍ମ ହୋଇଥିବା ବେଳେ୨୦୧୦ରେ ସେମାନଙ୍କ ଦ୍ୱିତୀୟ ପୁଅ ଲିଙ୍ଗା ଜନ୍ମ ହୋଇଥିଲା।

ସୂଚନା ମୁତାବକ, ଧନୁଷ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ 'କ୍ୟାପ୍ଟେନ୍‌ ମିଲର' ଯୋଗୁ ବ୍ୟସ୍ତ ଅଛନ୍ତି। ଲୋକେ ତାଙ୍କର ଏହି ଫିଲ୍ମକୁ ଉତ୍ସାହର ଅପେକ୍ଷା କରି ବସିଛନ୍ତି।

Tollywood Rajnikant Dhanush
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe