Advertisment

ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ ରଜନୀକାନ୍ତ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ପିଛା ଛାଡ଼ୁନି ସ୍ୱାସ୍ଥ୍ୟ ଜନିତ ସମସ୍ୟା। ଶୁକ୍ରବାର ମଧ୍ୟରାତ୍ରରେ ସେ ଅଧିକ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ସେ କେଉଁ ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ, ତାହା ଜଣାପଡ଼ିନି। କିନ୍ତୁ ପରିବାର ବର୍ଗ ପକ୍ଷରୁ ସେ କେବଳ ସାଧାରଣ ଚେକଅପ ପାଇଁ ଏପରି ଗସ୍ତ କରିଥିବା କୁହାଯାଇଛି। ଜୁନ୍‌ ୧୮ ତାରିଖ ମଧ୍ୟରାତ୍ରରେ ରଜନୀକାନ୍ତ ତାଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା […]

ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ ରଜନୀକାନ୍ତ

Rajanikantha

Advertisment

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ପିଛା ଛାଡ଼ୁନି ସ୍ୱାସ୍ଥ୍ୟ ଜନିତ ସମସ୍ୟା। ଶୁକ୍ରବାର ମଧ୍ୟରାତ୍ରରେ ସେ ଅଧିକ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ସେ କେଉଁ ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ, ତାହା ଜଣାପଡ଼ିନି। କିନ୍ତୁ ପରିବାର ବର୍ଗ ପକ୍ଷରୁ ସେ କେବଳ ସାଧାରଣ ଚେକଅପ ପାଇଁ ଏପରି ଗସ୍ତ କରିଥିବା କୁହାଯାଇଛି।

Advertisment

ଜୁନ୍‌ ୧୮ ତାରିଖ ମଧ୍ୟରାତ୍ରରେ ରଜନୀକାନ୍ତ ତାଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ଅଭିମୁଖେ ଗସ୍ତ କରିଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। କିଛି ବର୍ଷ ତଳେ ରଜନୀକାନ୍ତ କିଡ୍‌ନୀ ପ୍ରତିରୋପଣ କରିଥିଲେ। ସମ୍ଭବତଃ ଏହାର ଚେକଅପ ପାଇଁ ସେ ଚେନ୍ନାଇରୁ ଦୋହା ଦେଇ ଆମେରିକା ଯାଇଥିବା କୁହାଯାଉଛି।

ସୂଚନା ଅନୁସାରେ, ବର୍ତ୍ତମାନ Annaatthe ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ରଜନୀକାନ୍ତ ପ୍ରଥମେ ଆମେରିକାରେ ଥିବା ତାଙ୍କ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଚେକଅପ ପାଇଁ ପତ୍ନୀଙ୍କ ସହ ସେଠାକୁ ଯାଇଛି। ଉଭୟ ସେଠାରେ ବେଶ କିଛି ସପ୍ତାହ ରହିବେ। ଆମେରିକାରେ ତାଙ୍କର ଏକାଧିକ ଟେଷ୍ଟ ହେବ ବୋଲି ମଧ୍ୟ କୁହାଯାଉଛି।

Advertisment


ମଧ୍ୟରାତ୍ର ସମୟରେ ରଜନୀ ଓ ଲତା ଗୋଟିଏ କାରରେ ଏୟାରପୋର୍ଟରେ ପହଞ୍ଚିଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜନୀ କଳା ରଙ୍ଗର ଟି-ଶର୍ଟ ଓ ଗ୍ରେ ରଙ୍ଗର ପ୍ୟାଣ୍ଟ ପିନ୍ଧି ଏୟାରପୋର୍ଟ ମଧ୍ୟରେ ଚାଲିଚାଲି ବିମାନ ଅଭିମୁଖେ ଯାଉଥିବା ଦୃଶ୍ୟ ଏହି ଭିଡିଓରେ ରହିଛି।

ଚେନ୍ନାଇରୁ ଦୋହା ଯାଏ ଉଭୟ ଚାର୍ଟାର୍ଡ ବିମାନରେ ଯାଇଛନ୍ତି। ସେଠାରୁ ଯାତ୍ରୀବାହୀ ବିମାନରେ ସେମାନେ ଆମେରିକା ଯିବେ। ସମ୍ଭବତଃ ଜୁଲାଇ ୮ରେ ରଜନୀକାନ୍ତ ଓ ପତ୍ନୀ ଲତା ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe