Advertisment

ରଜନୀକାନ୍ତ ପାଇବେ ଏହି ପୁରସ୍କାର, ଟ୍ଵିଟ୍ କରି କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

to get award

ଅଦ୍ୟତନ ହୋଇଛି
ରଜନୀକାନ୍ତ ପାଇବେ ଏହି ପୁରସ୍କାର, ଟ୍ଵିଟ୍ କରି କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

rajnikanth

Advertisment

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ସବୁଠାରୁ ସମ୍ମାନଜନକ ପୁରସ୍କାର ପାଇବେ ସୁପରଷ୍ଟାର ରଜନୀକାନ୍ତ। ୨୦୧୯ ପାଇଁ ରଜନୀକାନ୍ତ ପାଇବେ ଦାଦାସାହେବ ଫାଲକେ ପୁରସ୍କାର। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପ୍ରକାଶ ଜାଭଡେକର ଟ୍ୱିଟ୍ କରି କହିଛନ୍ତି ଯେ ରଜନୀକାନ୍ତ ୨୦୧୯ ଦାଦାସାହେବ ଫାଲକେ ପୁରସ୍କାର ପାଇବେ। ସେଥିପାଇଁ ମୁଁ ବହୁତ ଖୁସି। ୫ ଜଣ ସଦସ୍ୟ ଆଶା ଭୋଁସଲେ, ସୁଭାଷ ଘାଇ, ମୋହନ ଲାଲ, ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟାର୍ଜୀଙ୍କୁ ନେଇ ଗଠିତ ପ୍ୟାନେଲ ସର୍ବସମ୍ମତି କ୍ରମେ ରଜନୀକାନ୍ତଙ୍କ ପାଇଁ ଏହି ପୁରସ୍କାର ସୁପାରିଶ କରିଛନ୍ତି।

Advertisment

୧୯୬୯ ମସିହାରେ ଆରମ୍ଭ ହୋଇଥିଲା ଏହି ପୁରସ୍କାର। ସିନେମାର ଗଡ ଫାଦର ବା ଭୀଷ୍ମ ପିତାମହ କୁହାଯାଉଥିବା ଦାଦାସାହେବ ଫାଲକେଙ୍କ ନାମରେ ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଏ। ଯିଏ ଏହି ପୁରସ୍କାର ପାଆନ୍ତି ତାଙ୍କୁ କେନ୍ଦ୍ର ସରକାର ଦଶ ଲକ୍ଷ ନଗଦ ଟଙ୍କା ଏବଂ ସୁନାର ପଦକ ଦିଅନ୍ତି। ଦାଦା ସାହେବ ଫାଲକେ ପ୍ରଥମେ ‘ରାଜା ହରିଚନ୍ଦ୍ର’ ଚଳଚ୍ଚିତ୍ର ତିଆରି କରିଥିଲେ।

https://twitter.com/PrakashJavdekar/status/1377485248024436736?s=20

ଏହାପୂର୍ବରୁ ୨୦୧୮ରେ ଦାଦାସାହେବ ଫାଲକେ ପୁରସ୍କାର ଅମିତାଭ ବଚ୍ଚନଙ୍କୁ ପ୍ରଦାନ କରାଯାଇଥିଲା। ୨୦୧୭ରେ ଅଭିନେତା ବିନୋଦ ଖାନ୍ନା ପାଇଥିଲେ। ଏହାପୂର୍ବରୁ ମନୋଜ କୁମାର, ଶଶି କପୁର, ଗୁଲଜାର, ପ୍ରାଣ, ଶ୍ୟାମ, ସୌମିତ୍ର ଚାଟାର୍ଜୀ, କେ ବାଲଚନ୍ଦର, ଡି ରାମନାୟୁଡୁ, ଭି କେ ମୂର୍ତ୍ତି, ଦେବ ଆନନ୍ଦ, ୟଶ ଚୋପ୍ରା, ଆଶା ଭୋଁସଲେ, ଦିଲୀପ କୁମାରଙ୍କ ସମେତ ଅନେକ ଭେଟେରାନ ଏହି ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

Advertisment

ତେବେ ଅନ୍ ସ୍କ୍ରିନରେ ପ୍ରଥମ ଥର ପାଇଁ କିସ୍ କରିଥିବା ଅଭିନେତ୍ରୀ ଦେବିକା ରାଣୀଙ୍କୁ ୧୯୬୯ରେ ଏହି ପୁରସ୍କାର ମିଳିଥିଲା। ୧୯୩୩ ମସିହାରେ ଦେବିକା ରାଣୀ କରିସ୍ମା ସିନେମାରେ ଡେବ୍ୟୁ କରିଥିଲେ।

Rajinikanth Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe