Advertisment

ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍‌

୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Rajkumar Santoshi

Rajkumar Santoshi

Advertisment

ଜେଲ୍‌ ଯିବେ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀ। ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ୨ କୋଟି ଟଙ୍କାର ଜରିମାନା କରିଛନ୍ତି କୋର୍ଟ।

Advertisment

ଶନିବାର ଦିଲ୍ଲୀ ଜାମନଗର କୋର୍ଟ ୬୭ ବର୍ଷୀୟ ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଚେକ୍ ବାଉଂସ ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ବ୍ୟତୀତ ଅଦାଲତ ତାଙ୍କୁ ଚେକ ରାଶିର ଦୁଇ ଗୁଣ ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

'ଘାୟଲ' ଓ 'ଘାତକ' ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିବା ରାଜକୁମାର ସନ୍ତୋଷୀ ଜାମନଗରର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ। କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରି ନ ଥିଲେ। ଏହାକୁ ନେଇ ଅଶୋକ ଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି କରି ଆଜି ରାଜକୁମାରଙ୍କ ବିରୋଧରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

Advertisment

ଅଶୋକ ଲାଲ ଓ ରାଜକୁମାର ହେଉଛନ୍ତି ଉଭୟ ଭଲ ବନ୍ଧୁ। ୨୦୧୫ରେ ଅଶୋକ ଲାଲଙ୍କ ଠାରୁ ଏକ କୋଟି ଋଣ ଆଣିଥିଲେ ଫିଲ୍ମ ନିର୍ମାତା ରାଜକୁମାର। ତେବେ ୨୦୧୬ରେ ଋଣ ପରିଷୋଧ ବାବଦକୁ ରାଜକୁମାର ତାଙ୍କୁ ୧୦ ଲକ୍ଷ ଲେଖାଏଁ ୧୦ଟି ଚେକ୍ ଦେଇଥିଲେ। ତେବେ ଏହି ଚେକ୍‌ ଡିସେମ୍ବର ୧୬ରେ ବାଉଂସ ହୋଇଯାଇଥିଲା। ଚେକ ବାଉଂସ ହେବା ପରେ ଅଶୋକ ଲାଲ ରାଜକୁମାରଙ୍କ ସହିତ ଯୋଗାଯୋଗ କରିଥିଲେ। ହେଲେ ସେ କଥାବାର୍ତ୍ତା ହୋଇପାରିବେ ନାହିଁ ବୋଲି କହି ଫୋନ୍‌ କାଟି ଦେଇଥିଲେ। ଏହା ପରେ ଅଶୋକ ଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାଏର କରିଥିଲେ।

ଏହି ମାଲାମରେ ୨୦୧୯ ମସିହାରେ ଜାମନଗର କୋର୍ଟ ରାଜକୁମାରଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ହାଜର ହୋଇନଥିଲେ। ଏହି ମାମଲାରେ ୧୮ ଥର ଶୁଣାଣି ହୋଇଥିଲେ ହେଁ ରାଜକୁମାର କୋର୍ଟରେ ଥରୁଟିଏ ବି ହାଜର ହୋଇନଥିଲେ। ପ୍ରାରମ୍ଭରେ ଚେକ୍‌ ବାଉନ୍ସ ହେବା ପରେ ରାଜକୁମାରଙ୍କୁ ୧୫ ହଜାର ଟଙ୍କା ଦେବାକୁ ଜାମନଗର କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ କୋର୍ଟ ତାଙ୍କୁ ଅଶୋକ ଲାଲଙ୍କଠାରୁ ନେଇଥିବା ଟଙ୍କାର ଦୁଇଗୁଣା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ହେଉଛନ୍ତି ରାଜକୁମାର। ସେ ଦାମିନୀ, ଅଜବ ପ୍ରେମ କି ଗଜବ କାହାନି, ଖାକି, ପୁକାର, ଲଜ୍ଜା, ଅନ୍ଦାଜ ଅପ୍‌ନା ଅପ୍‌ନା, ଘାତକ ଏବଂ ଘାୟଲ ସମେତ ଅନେକ ସୁପରହିଟ ଫିଲ୍ମ ନିର୍ମାଣ କରିଛନ୍ତି।

Bollywood News Bollywood Rajkumar Santoshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe