ଫିଲ୍ମରେ ଅଭିନୟ କରିଛନ୍ତି, ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ

ନୂଆଦିଲ୍ଲୀ : ଜଣାଶୁଣା ତଥା ଲୋକପ୍ରିୟ ହାସ୍ୟଅଭିନେତା ରାଜୁ ଶ୍ରୀବାସ୍ତବ ଆଜି ହଠାତ୍‌ ହୃଦଘାତରେ ଶିକାର ହୋଇ  ହିପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଛି।  ଜିମରେ କାମ କରୁଥିବା ବେଳେ ଶ୍ରୀବାସ୍ତବ ହୃଦଘାତରେ ଶିକାର ହୋଇଥିଲେ। ତାଙ୍କର ଅଶୁଆରୋଗ୍ୟ କାମନା କରି ତାଙ୍କ ଶୁଭେଚ୍ଛୁକ ଓ ପ୍ରଶଂସକମାନେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ୧୯୬୩ ଡିସେମ୍ବର ୨୫ ତାରିଖରେଖରେ ଉତ୍ତରପ୍ରଦେଶରେ ସେ  ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ତାଙ୍କର ନାମ ଥିଲା ସତ୍ୟପ୍ରକାଶ […]

raju2

  • Published: Wednesday, 10 August 2022
  • , Updated: 10 August 2022, 03:47 PM IST

ନୂଆଦିଲ୍ଲୀ : ଜଣାଶୁଣା ତଥା ଲୋକପ୍ରିୟ ହାସ୍ୟଅଭିନେତା ରାଜୁ ଶ୍ରୀବାସ୍ତବ ଆଜି ହଠାତ୍‌ ହୃଦଘାତରେ ଶିକାର ହୋଇ  ହିପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଛି।  ଜିମରେ କାମ କରୁଥିବା ବେଳେ ଶ୍ରୀବାସ୍ତବ ହୃଦଘାତରେ ଶିକାର ହୋଇଥିଲେ। ତାଙ୍କର ଅଶୁଆରୋଗ୍ୟ କାମନା କରି ତାଙ୍କ ଶୁଭେଚ୍ଛୁକ ଓ ପ୍ରଶଂସକମାନେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ୧୯୬୩ ଡିସେମ୍ବର ୨୫ ତାରିଖରେଖରେ ଉତ୍ତରପ୍ରଦେଶରେ ସେ  ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ତାଙ୍କର ନାମ ଥିଲା ସତ୍ୟପ୍ରକାଶ ଶ୍ରୀବାସ୍ତବ।  ବଲିଉଡ୍‌ ଫିଲ୍ମ ସଲମନ ଖାନ୍‌ଙ୍କକ ‘ମୈନେ ପ୍ୟାର କିୟା,  ଶହାରୁଖ ଖାନ୍‌ଙ୍କ ବାଜିଗର  ଏବଂ ବମ୍ବେ ଟୁ ଗୋଆରେ ଛୋଟ ଅଭିନୟ କରିଛନ୍ତି। ୨୦୦୫ରୁ ୨୦୧୭ ମଧ୍ୟରେ ସେ ଟେଲିଭିଜନ ସେ ‘ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଶୋ’ରେ ତାଙ୍କ କମେଡି ବେଶ ଲୋକ ପ୍ରିୟ ହୋଇ ପାରିଥିଲା।

ବିଷେଶ କରି ‘ଗଜୋଧର’ ଓ ‘ମନୋଧର’ ଭୂମିକାରେ ତାଙ୍କ ଅଭିନୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୧୯୯୩ରେ ଲକ୍ଷ୍ନୌର ଶିଖା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ୨ଟି ସନ୍ତାନ ତଥା ଜଣେ ଝିଅ ଅନ୍ତରା ଏବଂ ପୁଅ ଆୟୁଷ୍ମାନ ଅଛନ୍ତି।

୨୦୧୪ ସାଧାରଣ ନିର୍ବାଚନରେ ରାଜୁ ଶ୍ରୀବାସନ୍ତ ସମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଥିଲେ। ପରେ ସେ ବିଜେପିରେ ମିଶିଥିଲେ।  ରାଜୁଙ୍କ ପିଆରଓ ଅଜିତ ସକ୍ସେନା କହିଛନ୍ତି ଯେ, ରାଜୁଙ୍କୁ କିଛି ବଡ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ରହିଥିଲେ। ସକାଳେ ଜିମ୍ ଯାଇ ବ୍ୟାୟାମ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ରାଜୁ ଶ୍ରୀବାସ୍ତବଙ୍କ ସୁସ୍ଥ ହେଉଛନ୍ତି।

Related story