Advertisment

ଆଜି ହେବ କମେଡି କିଙ୍ଗଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ ।  ଆଜି ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।  ଗତ ଅଗଷ୍ଟ ୧୦ରେ ଜିମ୍‌ରେ ଶାରିରୀକ ବ୍ୟାୟାମ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ ଶ୍ରୀବାସ୍ତବ । ହାର୍ଟ ଆଟାକ୍ ଯୋଗୁଁ ବ୍ରେନ୍ ଡେମେଜ୍ ହୋଇଥିବାରୁ ସେ ୪୦ରୁ ଅଧିକ ଦିନ ପାଇଁ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ମସ୍ତିଷ୍କରେ ମଧ୍ୟ ଅତି ସାଂଘାତିକ […]

ପୁଣି ବିଗିଡ଼ିଲା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା, ଭେଣ୍ଟିଲେଟରରେ ଭର୍ତ୍ତି

Raju

Advertisment

ନୂଆଦିଲ୍ଲୀ: ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ ।  ଆଜି ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।  ଗତ ଅଗଷ୍ଟ ୧୦ରେ ଜିମ୍‌ରେ ଶାରିରୀକ ବ୍ୟାୟାମ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ ଶ୍ରୀବାସ୍ତବ । ହାର୍ଟ ଆଟାକ୍ ଯୋଗୁଁ ବ୍ରେନ୍ ଡେମେଜ୍ ହୋଇଥିବାରୁ ସେ ୪୦ରୁ ଅଧିକ ଦିନ ପାଇଁ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ମସ୍ତିଷ୍କରେ ମଧ୍ୟ ଅତି ସାଂଘାତିକ କ୍ଷତି ହୋଇଥିବା ଜଣାପଡ଼ିଥିଲା। ସେହିଦିନ ଠାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସେ ଏକପ୍ରକାର କୋମା ସ୍ଥିତିରେ ଥିଲେ।   ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ତାଙ୍କର ମେଡିସିନ୍ ଡୋଜ୍ କମିଥିଲା ଏବଂ ଆଉ ୨-୩ ଦିନ ପରେ ଭେଣ୍ଟିଲେଟର କଢାଯାଇଥାନ୍ତା

Advertisment

ତେବେ ମଙ୍ଗଳବାର ଅର୍ଥାତ ଗତକାଲି ପୁଣି ଦ୍ୱିତୀୟ ଥର ହାର୍ଟ ଆଟାକ୍ ହେବାରୁ ଚିର ଦିନ ପାଇଁ ଆଖି ବୁଜିଥିଲେ ରାଜୁ  । ତାଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

୧୯୬୩ ଡିସେମ୍ବର ୨୫ ତାରିଖରେଖରେ ଉତ୍ତରପ୍ରଦେଶରେ ସେ  ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକୃତ ନାମ ସତ୍ୟପ୍ରକାଶ ଶ୍ରୀବାସ୍ତବ। ବଲିଉଡ୍‌ ଫିଲ୍ମ ସଲମନ ଖାନ୍‌ଙ୍କକ ‘ମୈନେ ପ୍ୟାର କିୟା,  ଶହାରୁଖ ଖାନ୍‌ଙ୍କ ବାଜିଗର  ଏବଂ ବମ୍ବେ ଟୁ ଗୋଆରେ ଛୋଟ ଅଭିନୟ କରିଛନ୍ତି। ୨୦୦୫ରୁ ୨୦୧୭ ମଧ୍ୟରେ ସେ ଟେଲିଭିଜନ ସେ ‘ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଶୋ’ରେ ତାଙ୍କ କମେଡି ବେଶ ଲୋକପ୍ରିୟ ହୋଇ ପାରିଥିଲା। ବିଷେଶ କରି ‘ଗଜୋଧର’ ଓ ‘ମନୋଧର’ ଭୂମିକାରେ ତାଙ୍କ ଅଭିନୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୧୯୯୩ରେ ଲକ୍ଷ୍ନୌର ଶିଖା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ୨ଟି ସନ୍ତାନ ତଥା ଜଣେ ଝିଅ ଅନ୍ତରା ଏବଂ ପୁଅ ଆୟୁଷ୍ମାନ ଅଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ରାଜୁ ଶ୍ରୀବାସନ୍ତ ସମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଥିଲେ। ପରେ ସେ ବିଜେପିରେ ମିଶିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe