ରାଜୁଙ୍କୁ ଅଶ୍ରୁଳ ବିଦାୟ, ପଞ୍ଚଭୂତରେ ଲୀନ ହେଲେ କମେଡିର ବାଦ୍‌ଶାହ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ କମେଡିର ବାଦ୍‌ଶାହା ରାଜୁ ଶ୍ରୀବାସ୍ତବ। ସମସ୍ତଙ୍କୁ ହସାଉଥିବା ଗଜୋଧର ଭୟା ଓରଫ ରାଜୁ ଦିଆଯାଇଛି ଶେଷ ବିଦାୟ। ଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ନିଗମବୋଧ ଘାଟର ଭିଆଇପି ସେକ୍ସନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ହିନ୍ଦୁ ରୀତିନୀତି ଅନୁସାରେ ରାଜୁଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଏହି ସମୟରେ ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କ ସହ କିଛି ହାସ୍ୟ ଅଭିନେତା ମଧ୍ୟ ଉପସ୍ଥିତ ଥିଲେ। ପୁଅ […]

Raju last rite

Madhupriya Mistry
  • Published: Thursday, 22 September 2022
  • , Updated: 22 September 2022, 02:46 PM IST

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ କମେଡିର ବାଦ୍‌ଶାହା ରାଜୁ ଶ୍ରୀବାସ୍ତବ। ସମସ୍ତଙ୍କୁ ହସାଉଥିବା ଗଜୋଧର ଭୟା ଓରଫ ରାଜୁ ଦିଆଯାଇଛି ଶେଷ ବିଦାୟ। ଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ନିଗମବୋଧ ଘାଟର ଭିଆଇପି ସେକ୍ସନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ହିନ୍ଦୁ ରୀତିନୀତି ଅନୁସାରେ ରାଜୁଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଏହି ସମୟରେ ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କ ସହ କିଛି ହାସ୍ୟ ଅଭିନେତା ମଧ୍ୟ ଉପସ୍ଥିତ ଥିଲେ। ପୁଅ ଆୟୁଷ୍ମାନ ଶ୍ରୀବାସ୍ତବ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ  ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ, ଝିଅ ଅନ୍ତରା ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ।

ତେବେ ତାଙ୍କ ଭାଇ କାଜୁ ଶ୍ରୀବାସ୍ତବ କିନ୍ତୁ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇପାରି ନାହାନ୍ତି। ସେ ଏବେ କାନପୁରରେ ଅଛନ୍ତି। ସେ ଅସୁସ୍ଥ ଥିବା ବେଳେ ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି। ଅସୁସ୍ଥତା କାରଣରୁ କାଜୁଙ୍କ ଇଚ୍ଛା ଥିଲେ ସୁଦ୍ଧା ଦିଲ୍ଲୀ ଆସି ସେ ରାଜୁଙ୍କ ଅନ୍ତିମ ଦର୍ଶନ କରି ପାରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଶେତାଶୂନ୍ୟ ହୋଇପଡିଥିଲେ ରାଜୁ ଶ୍ରୀବାସ୍ତବ। ଏହାପରେ ତାଙ୍କୁ ତରନ୍ତ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ତେବେ ତାଙ୍କ ଚେତା ଫେରିନଥିଲା। ଅବସ୍ଥା ଗୁରତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଗତ ୪୨ ଦିନ ଧରି ଜୀବନ ସହ ଲଢ଼େଇ କରିବା ପରେ ବୁଧବାର ରାଜୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି।

Related story