ପୁଣି ବିଗିଡ଼ିଲା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା, ଭେଣ୍ଟିଲେଟରରେ ଭର୍ତ୍ତି

ମୁମ୍ବାଇ: ଷ୍ଟାଣ୍ଡଅପ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ପୁଣି ଚିନ୍ତା ବଢ଼ାଇବା ଭଳି ଖବର ଆସିଛି। ସେ ଭୀଷଣ ଜ୍ୱର ସହ ଆଜି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁଣି ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବ ଜିମରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସେବେଠାରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ହାର୍ଟଆଟାକ ପରେ ତାଙ୍କର ବିଭିନ୍ନ ଅପରେସନ ଓ ପରୀକ୍ଷା କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ […]

Raju

  • Published: Thursday, 01 September 2022
  • , Updated: 01 September 2022, 08:36 PM IST

ମୁମ୍ବାଇ: ଷ୍ଟାଣ୍ଡଅପ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ପୁଣି ଚିନ୍ତା ବଢ଼ାଇବା ଭଳି ଖବର ଆସିଛି। ସେ ଭୀଷଣ ଜ୍ୱର ସହ ଆଜି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁଣି ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବ ଜିମରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସେବେଠାରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ହାର୍ଟଆଟାକ ପରେ ତାଙ୍କର ବିଭିନ୍ନ ଅପରେସନ ଓ ପରୀକ୍ଷା କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଦୀର୍ଘ ୧୫ ଦିନ କାଳ ବିଭିନ୍ନ ପ୍ରକାରର ଚିକିତ୍ସା ଓ ପରୀକ୍ଷା ପରେ ତାଙ୍କର ଚେତା ଫେରିଥିଲା। ସେ ଧୀରେଧୀରେ ସୁସ୍ଥ ହେଉଥିବା ମଧ୍ୟ ଡାକ୍ତର ଓ ପରିବାର ଲୋକ ସୂଚନା ଦେଇଥିଲେ।

କିନ୍ତୁ ଚେତା ଫେରିବାର ୭ ଦିନ ପରେ ରାଜୁ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଆଜି ତାଙ୍କ ଶରୀରରେ ଟେମ୍ପ୍ରେଚର ୧୦୦ ଡିଗ୍ରୀ ପାର କରି ଯାଇଛି। ସେ ଖୁବ ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ପୁଣି ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ରାଜୁଙ୍କ ପିଆରଓ ଗାରଭିଟ ନାରଙ୍ଗ ଦେଇଥିବା ସୂଚନା ଅନୁଯାୟୀ, ଏହି ଷ୍ଟାଣ୍ଡଅପ କମେଡିଆନ ଜଣଙ୍କ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ ମଧ୍ୟ ଚେତା ହରାଇ ନାହାନ୍ତି। ସେହିପରି ତାଙ୍କ ଓ ଶରୀରରେ ଧୀରେଧୀରେ ଚଳପ୍ରଚଳ କରୁଛି। ତାଙ୍କ ଶରୀରରେ ଜ୍ୱରର ମାତ୍ରା ୧୦୦ ଡିଗ୍ରୀରୁ ଅଧିକ ରହିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ରୁ ଏମ୍ସରେ ଚକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତବଙ୍କ ଚେତା ଅଗଷ୍ଟ ୨୫ ତାରିଖ ସକାଳ ୮.୧୦ରେ ଆସିଥିଲା। ଏହାପରେ ତାଙ୍କ ପରିବାର ଓ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ସମସ୍ତେ ଆଶା କରିଥିଲେ ଯେ ରାଜୁ ଖୁବଶୀଘ୍ର ହସ୍ପିଟାଲରୁ ବାହାରିବେ। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପୁଣି ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି।

ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଚେୟାରମ୍ୟାନ ରାଜୁ ଶ୍ରୀବାସ୍ତବ କିଛି ବିଶିଷ୍ଟ ରାଜନେତାଙ୍କୁ ସାକ୍ଷାତ କରିବା ପାଇଁ ନୂଆଦିଲ୍ଲୀ ଯାଇଥିଲେ। ସେଠାରେ ହୋଟେଲରେ ରହୁଥିବା ରାଜୁ ୧୦ ତାରିଖ ସକାଳେ ଜିମ୍‌ ଯାଇଥିଲେ। ଟ୍ରେଡମିଲ୍‌ରେ ୱର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ସେ ପଡ଼ି ଯାଇଥିଲେ। ଏହାଦେଖି ଟ୍ରେନର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବିଭିନ୍ନ ପରୀକ୍ଷା ପରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେଠାରେ ୧୦ ତାରିଖରୁ ସେ ଭେଣ୍ଟିଲେଟର୍‌ରେ ରହିଥିଲେ।

Related story