ରାଜୁ ଶ୍ରୀବାସ୍ତବଙ୍କୁ ମିଳିଥିଲା ହତ୍ୟା ଧମକ, ଦାଉଦ୍‌କୁ ନେଇ ଶୁଣାଇଥିଲେ ବ୍ୟଙ୍ଗ

ମୁମ୍ବାଇ: ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା। ସବୁଠି ରହିଛି ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଦବ୍‌ଦବା। ତାଙ୍କ କମେଡି କରିବା ଷ୍ଟାଇଲ୍‌ ଲୋକଙ୍କୁ ବେଶ୍‌ ପସନ୍ଦ। ଘରେ ଘରେ ସେ ବେଶ୍‌ ପରିଚିତ। କିନ୍ତୁ ବର୍ତ୍ତମନା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ହସ୍ପିଟାଲ ବେଡ୍‌ରେ  ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ରାଜୁ। ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କ ଫ୍ୟାନ୍‌ମାନେ ସମସ୍ତେ ସେ କିଭଳି ଶୀଘ୍ର ସୁସ୍ଥ ହୋଇଯିବେ ସେଥିପାଇଁ କରୁଛନ୍ତି କାମନା। କମେଡିଆନ୍‌ […]

Raju srivastava-death-threat

Madhupriya Mistry
  • Published: Friday, 19 August 2022
  • , Updated: 19 August 2022, 11:45 AM IST

ମୁମ୍ବାଇ: ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା। ସବୁଠି ରହିଛି ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଦବ୍‌ଦବା। ତାଙ୍କ କମେଡି କରିବା ଷ୍ଟାଇଲ୍‌ ଲୋକଙ୍କୁ ବେଶ୍‌ ପସନ୍ଦ। ଘରେ ଘରେ ସେ ବେଶ୍‌ ପରିଚିତ। କିନ୍ତୁ ବର୍ତ୍ତମନା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ହସ୍ପିଟାଲ ବେଡ୍‌ରେ  ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ରାଜୁ। ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କ ଫ୍ୟାନ୍‌ମାନେ ସମସ୍ତେ ସେ କିଭଳି ଶୀଘ୍ର ସୁସ୍ଥ ହୋଇଯିବେ ସେଥିପାଇଁ କରୁଛନ୍ତି କାମନା।

କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ଦୀର୍ଘ ସମୟ ଧରି କମେଡି ଜଗତରୁ ଦୂରେଇ ଯାଇଥିଲେ। କିନ୍ତୁ ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ଦିନ ଥିଲା ଯେତେବେଳେ ସେ ମଞ୍ଚ ଉପରକୁ ଆସୁଥିଲେ କରତାଳିରେ ପୂରା ଥିଏଟର ଫାଟି ଯାଉଥିଲା। ତାଙ୍କ କମେଡି କରିବା ଷ୍ଟାଇଲ୍‌ ଲୋକଙ୍କୁ ଭାରି ପସନ୍ଦ ଥିଲା।  ଭାରତରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ବହୁ ବର୍ଷ ତଳେ ତାଙ୍କ ଉପରେ ହିଁ ତାଙ୍କ ବ୍ୟଙ୍ଗ ଭାରି ପଡିଥିଲା। ଏଥିପାଇଁ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ମିଳିଥିଲା।

ବାସ୍ତବରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କୁ ନେଇ ବ୍ୟଙ୍ଗ ଶୁଣାଇବା ତାଙ୍କୁ ଭାରି ପଡିଥିଲା। ଏହାପରେ ତାଙ୍କୁ ମିଳିଥିଲା ହତ୍ୟା ଧମକ। ବାସ୍ତବରେ, ୨୦୧୦ ମସିହାରେ, ରାଜୁ ଶ୍ରୀବାସ୍ତବ ଦାଉଦ ଇବ୍ରାହିମଙ୍କ ଉପରେ ଏକ ବ୍ୟଙ୍ଗ ଶୁଣାଇଥିଲେ। ସେ ଅଣ୍ଡରୱାର୍ଲ୍ଡ ଡନ୍‌କୁ ନିଜ କମେଡି ଜରିଆରେ ପରିହାସ କରିଥିଲେ। ତାଙ୍କର ଏହି କମେଡି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନରୁ ହ୍ୱାଟସଆପ୍‌ କଲ ଜରିଆରେ ରାଜୁ ଶ୍ରୀବାସ୍ତବଙ୍କୁ ହତ୍ୟା ଧମକ ମିଳିଥିଲା। ଦାଉଦ, ଛୋଟା ଶକିଲ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିବା ବନ୍ଦ କରିବାକୁ ଚେତାବନୀ ଦିଆଯାଇଥିଲା। ନଚେତ୍ ତାଙ୍କୁ ଏବଂ ତାଙ୍କ ପରିବାରକୁ ଭୟଙ୍କର ପରିଣାମର ଭୋଗିବାକୁ ପଡିବ ବୋଲି କୁହାଯାଇଥିଲା।

ଏହି ପୂରା ମାମଲାକୁ ନେଇ ରାଜୁ ଶ୍ରୀବାସ୍ତବ ମଧ୍ୟ କଡା ଜବାବ ଦେଇଥିଲେ। ସେ କହିଥିଲେ, 'ମାଫିଆ ଓ ଗୁଣ୍ଡାମାନେ ଗରିବଙ୍କ ଜମି ହଡପ କରିନେଇଛନ୍ତି। ସେଠାରେ ନିଜର କୋଠା ତିଆରି କରିଛନ୍ତି। ଯଦି କୌଣସି ଅପରାଧିର ଏନ୍‌କାଉଣ୍ଟର କରାଯାଏ ତେବେ ମଜା ଆସିଯିବ। ଯଦି ଭାରତୀୟ ସେନା ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରେ, ତେବେ ଭାରତୀୟମାନେ ଖୁସି ମନାଇବେ।  ଆମେ କାନପୁରିଆ, ଆମେ ନିଜେ ନିଜକୁ ତିଆରି କରିଛୁ। ଆମେ ଡରିବା ଲୋକ ନୁହଁ।' ରାଜୁ ଶ୍ରୀବାସ୍ତବ ପ୍ରାୟତଃ ନିଜ କମେଡି ଜରିଆରେ ବଡ ବଡ ରାଜନେତାଙ୍କ ମଧ୍ୟ ପରିହାସ କରନ୍ତି।

Related story