Advertisment

ଗରିବ ପିଲାମାନଙ୍କୁ ଟଙ୍କା ବାଣ୍ଟିଲେ ରାକ୍ଷୀ

ରାକ୍ଷୀଙ୍କର ଟଙ୍କାବଣ୍ଟା ଭିଡିଓକୁ କେତେକ ଫ୍ୟାନମାନେ ଟ୍ରୋଲ କରିଥିବା ବେଳେ ଆଉ କେତେଜଣ ଏହାକୁ ପ୍ରଶଂସା କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
rakhi-sawant

rakhi-sawant

ବି-ଟାଉନର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଆକ୍ଟିଂ ଅପେକ୍ଷା ବିଭିନ୍ନ କାରଣ ଯୋଗୁ ସବୁବେଳେ ରହିଥାନ୍ତି ଲାଇମ୍‌ ଲାଇଟ୍‌ରେ। ଏବେ ପୁଣି ଗରିବ ପିଲାମାନଙ୍କୁ ଟଙ୍କା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ।

Advertisment

ରାକ୍ଷୀଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାକ୍ଷୀ ୫୦୦ ଟଙ୍କିଆ ବିଡ଼ା ଧରି ଗରିବ ପିଲାମାନଙ୍କୁ ଖଣ୍ଡିଏ ଖଣ୍ଡିଏ ନୋଟ୍ ବଢ଼ାଇ ଦେଉଛନ୍ତି। ପିଲାମାନେ ରାକ୍ଷୀଙ୍କ ପାଖରୁ ଟଙ୍କା ନେବା ପାଇଁ ଭିଡ଼ ଜମାଇଛନ୍ତି। ଖୁସିରେ ପିଲାମାନେ ଟଙ୍କା ନେଇ ମଧ୍ୟ ପଳାଇ ଯାଉଛନ୍ତି।ରାକ୍ଷୀ ପିଲାଙ୍କୁ ଟଙ୍କା ଦେଇ ରେନକୋର୍ଟ କିଣିବାକୁ କହୁଛନ୍ତି।

ଏବେ ବର୍ଷା ଦିନ ଚାଲିଥିବାରୁ ଗରିବ ପିଲାମାନେ ବର୍ଷାରେ ଭିଜି ଯିବା ଆସିବା କରୁଛନ୍ତି। ସେମାନଙ୍କ ପାଖରେ ପଇସା ନଥିବାରୁ ରେନକୋର୍ଟ କିଣିପାରୁ ନାହାନ୍ତି। ରାକ୍ଷୀ ଗରିବ ପିଲାଙ୍କର ଏହି ଦୁଃଖ ସହି ପାରି ନଥିଲେ। ଗତକାଲି ରାକ୍ଷୀ ମୁମ୍ବାଇରେ ରେନକୋର୍ଟ କିଣିବାକୁ ଗରିବ ପିଲାମାନଙ୍କୁ ଟଙ୍କା ଦେଇଥିଲେ। ରାକ୍ଷୀଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାକ୍ଷୀଙ୍କର ଏହି ଭିଡିକୁ କେତେକ  ଟ୍ରୋଲ କରିଥିବା ବେଳେ ଆଉ କେତେକ ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। 

Advertisment

ଏହା ପୂର୍ବରୁ ରାକ୍ଷୀ ସ୍ୱାମୀ ଆଦିଲ ଦୁରାନୀ ବିରୋଧରେ ନିର୍ଯାତନା ଓ ଦୁର୍ବ୍ୟବହାର ଆଣି ଚର୍ଚ୍ଚାକୁ ଆସିଥିଲେ।

Bollywood Rakhi Sawant