Advertisment

ରାଖୀଙ୍କୁ କାମୁଡ଼ିଲା କୁକୁର! କହିଲେ-ମୁଁ ବି କାମୁଡ଼ିବି

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସେ ପ୍ରାୟତଃ ଏଭଳି କିଛି କରନ୍ତି, ଯେଉଁଥିପାଇଁ ସର୍ବଦା ଲାଇମଲାଇଟ୍‌ରେ ରୁହନ୍ତି। ନିକଟରେ ରାଖୀ ସ୍ପାଇଡର ମ୍ୟାନ୍‌ ସାଜିଥିଲେ। ବିଗ୍‌ ବସ୍‌ OTT କୁ ଯିବା ପାଇଁ ସ୍ପାଇଡର୍ ମ୍ୟାନ୍‌ ରୂପ ନେଇଥିଲେ ରାଖୀ, ଯାହା ଲୋକଙ୍କୁ ବେଶ ମନୋରଞ୍ଜନ କରିଥିଲା। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ରାଖୀଙ୍କ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ପୁଣି ଥରେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିଗ୍‌ ବସ୍‌ […]

ଅଦ୍ୟତନ ହୋଇଛି
ରାଖୀଙ୍କୁ କାମୁଡ଼ିଲା କୁକୁର! କହିଲେ-ମୁଁ ବି କାମୁଡ଼ିବି

Rakhi shawant

Advertisment

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସେ ପ୍ରାୟତଃ ଏଭଳି କିଛି କରନ୍ତି, ଯେଉଁଥିପାଇଁ ସର୍ବଦା ଲାଇମଲାଇଟ୍‌ରେ ରୁହନ୍ତି। ନିକଟରେ ରାଖୀ ସ୍ପାଇଡର ମ୍ୟାନ୍‌ ସାଜିଥିଲେ। ବିଗ୍‌ ବସ୍‌ OTT କୁ ଯିବା ପାଇଁ ସ୍ପାଇଡର୍ ମ୍ୟାନ୍‌ ରୂପ ନେଇଥିଲେ ରାଖୀ, ଯାହା ଲୋକଙ୍କୁ ବେଶ ମନୋରଞ୍ଜନ କରିଥିଲା। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ରାଖୀଙ୍କ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ପୁଣି ଥରେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ବିଗ୍‌ ବସ୍‌ ସେଟ୍‌ରେ ତାଙ୍କୁ କୁକୁର କାମୁଡି ଦେଇଥିବା ଭିଡିଓରେ ରାଖୀ କହୁଛନ୍ତି। ଏହି ଭିଡିଓକୁ ନିଜେ ରାଖୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ସେ ଭିଡିଓରେ କହୁଛନ୍ତି ଯେ, ତାଙ୍କୁ କୁକୁର କାମୁଡି ଦେଇଥିଲା। ଏଥିପାଇଁ ସେ ଦୁଇ ଦିନ ଯାଏଁ ଘରେ ରେଷ୍ଟ କରୁଥିଲେ। ରାଖୀ ବିରକ୍ତି ହୋଇ କହୁଛନ୍ତି, ‘ଜୀବନ ନଷ୍ଟ ହୋଇ ଗଲାଣି, କେତେବେଳେ ଟିକା ଇଞ୍ଜେକସନ ତ ଆଉ କେତେବେଳେ କୁକୁର କାମୁଡିବା ଇଞ୍ଜେକସନ, ତ ପୁଣି କେତେବେଳେ ମଲ୍ଟି ଭିଟାମିନ ଇଞ୍ଜେକ୍ସନ। ମୁଁ ଭାବୁଛି ଯେଉଁ କୁକୁର ମୋତେ କାମୁଡି ଥିଲା ତାକୁ ମୁଁ ପୁଣି କାମୁଡି ଦେବି।’

[caption id="attachment_670042" align="aligncenter" width="650"]Rakhi shawant ବିଗ୍‌ ବସ୍‌ ସେଟ୍‌ରେ ତାଙ୍କୁ କୁକୁର କାମୁଡି ଦେଇଥିବା ରାଖୀ କହୁଛନ୍ତି।[/caption]

Advertisment

ରାଖୀଙ୍କ ଏହି ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ତାଙ୍କର ଏଭଳି ମଜାଳିଆ ଅନ୍ଦାଜକୁ ପସନ୍ଦ ମଧ୍ୟ କରୁଛନ୍ତି। ଏବେ ଯାଏଁ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ସୂଚନା ମୁତାବକ, ନିକଟରେ ରାଖୀ ସାୱାନ୍ତ ବିଗ୍‌ ବସ୍‌ ଓଟିଟିର ସେଟ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ଶୋ’ର ହୋଷ୍ଟ କରଣ ଜୋହର ଏବଂ ପ୍ରତିଯୋଗୀଙ୍କ ସହ ଫୁଲ୍‌ ଦମ୍‌ରେ ମଜା ମସ୍ତି କରିଥିଲେ। ଏହି ସମୟରେ ସେ ଏକ ପିଚ୍‌ କଲର୍‌ର ଗାଉନ୍ ପିନ୍ଧିଥିଲେ। ଏହି ଗାଉନ୍‌କୁ ପିନ୍ଧି ରାଖୀ ବେଶ୍ ସୁନ୍ଦର ମଧ୍ୟ ଲାଗୁଥିଲେ।

Rakhi Sawant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe