ଫସିଲେ ରାଖୀ! ପୁଲିସ କାଟିଲା ଚାଲାଣ

ମୁମ୍ବାଇ: ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କୁ ଲାଇମ୍‌ଲାଇଟ୍‌ରେ କିଭଳି ରୁହାଯାଏ, ତାହା ବେଶ୍‌ ଭଲଭାବେ ଜଣା। ରାଖୀ ସର୍ବଦା ନିଜ ଲୁକ୍ସ ଓ ବୟାନକୁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏବେ ସେ ଯାହା କରିଛନ୍ତି ତାକୁ ନେଇ ତାଙ୍କ ଫ୍ୟାନ୍‌ମାନେ ନିରାଶ ହୋଇ ପଡିଛନ୍ତି। ସେ ଆଇନ ଜାଲରେ ଫସିଛନ୍ତି, ଭାଙ୍ଗିଛନ୍ତି ନିୟମ। ପୁଲିସ ତାଙ୍କ ନାଁରେ ଚାଲାଣ ମଧ୍ୟ କାଟିଛି। ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ରାଖୀ ସାୱନ୍ତ। ତାଙ୍କ କାରକୁ ସେ ରାସ୍ତା ମଝିରେ ରଖିଥିଲେ। […]

Rakhi Sawant

Madhupriya Mistry
  • Published: Wednesday, 27 July 2022
  • , Updated: 27 July 2022, 03:09 PM IST

ମୁମ୍ବାଇ: ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କୁ ଲାଇମ୍‌ଲାଇଟ୍‌ରେ କିଭଳି ରୁହାଯାଏ, ତାହା ବେଶ୍‌ ଭଲଭାବେ ଜଣା। ରାଖୀ ସର୍ବଦା ନିଜ ଲୁକ୍ସ ଓ ବୟାନକୁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏବେ ସେ ଯାହା କରିଛନ୍ତି ତାକୁ ନେଇ ତାଙ୍କ ଫ୍ୟାନ୍‌ମାନେ ନିରାଶ ହୋଇ ପଡିଛନ୍ତି। ସେ ଆଇନ ଜାଲରେ ଫସିଛନ୍ତି, ଭାଙ୍ଗିଛନ୍ତି ନିୟମ। ପୁଲିସ ତାଙ୍କ ନାଁରେ ଚାଲାଣ ମଧ୍ୟ କାଟିଛି।

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ରାଖୀ ସାୱନ୍ତ। ତାଙ୍କ କାରକୁ ସେ ରାସ୍ତା ମଝିରେ ରଖିଥିଲେ। ଫଳରେ ତାଙ୍କ ଯୋଗୁଁ ରାସ୍ତାଟି ଜାମ ହୋଇଯାଇଥିଲା। ରାଖୀଙ୍କ ଏଭଳି କାମ ପାଇଁ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଖୀଙ୍କ ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ତାଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଖୀ ସାୱନ୍ତ ନିଜ ଗାଡିକୁ ରାସ୍ତା ମଝିରେ ପାର୍କ କରିଦେଉଛନ୍ତି। ଏହି କାରଣରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ଉପରେ ପଛକୁ ପଛକ ଗାଡି ଅଟକି ରହିଛି। ଏହାକୁ ଦେଖି ରାଖୀ କହୁଛନ୍ତି, ହମ୍‌ ଜାହାଁ ଖଡେ ହୋତେ ହେଁ, ଲାଇନ୍‌ ୱହିଁ ସେ ସୁରୁ ହୋତି ହୈ। ରୁକ୍‌ ଜାଓ।' ଏହା କହି ରାଖୀ ସେଠାରୁ କାର୍‌ ନେଇ ପଳାଇ ଯାଉଛନ୍ତି।

ରାଖୀ ସାୱନ୍ତଙ୍କ ଏଭଳି କାମ ପାଇଁ ଅନ୍ଧେର ଲୋଖଣ୍ଡୱାଲା ରେସିଡେଣ୍ଟସ ଆସୋସିଏସନ୍‌ ପୁଲିସରେ ଅଭିଯୋଗ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହାପରେ ଟ୍ରାଫିକ୍‌ ପୁଲିସ ମଧ୍ୟ ଆକ୍ସନ ମୁଡ୍‌କୁ ଆସିଛି। ଓଶିୱାରା ଟ୍ରାଫିକ୍‌ ପୁଲିସ ରାସ୍ତା ଜାମ୍‌ କରିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ଅଭିଯୋଗରେ ରାଖୀଙ୍କ କାର୍‌ର ଇ-ଚାଲାଣ କାଟିଛି। ପୁଲିସର କହିବା ମୁତାବକ, ରାଖୀ ସାୱନ୍ତ ସେହି ଗାଡିର ମାଲିକ ନୁହନ୍ତି।

ସେପଟେ ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଅନେକ ୟୁଜର୍ସ ରାଖୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। କିଛି ୟୁଜର୍ସ ରାଖୀଙ୍କୁ ଡ୍ରାମେବାଜ୍‌ କହୁଥିବା ବେଳେ ଆଉ କିଛି ପୁଲିସ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

Related story