Advertisment

ବିପଦରେ ରାଖୀଙ୍କ ଦ୍ୱିତୀୟ ବିବାହ, କ୍ୟାମେରା ଆଗରେ କାନ୍ଦିଲେ ଡ୍ରାମା କୁଇନ୍‌

ଗତ ମାସରେ ରାଖୀ ସାଓ୍ୱନ୍ତ ନିଜ ବୟଫ୍ରେଣ୍ଡ ଆଦିଲ ଖାନ୍‌ଙ୍କ ସହ ମୁସଲିମ ରୀତିନୀତି ଅନୁଯାୟୀ କୋର୍ଟ ମ୍ୟାରେଜ କରିଥିଲେ।

ଅଦ୍ୟତନ ହୋଇଛି
Rakhi Sawant

Rakhi Sawant

Advertisment

ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାଖୀ ସାଓ୍ୱନ୍ତ। ତାଙ୍କ ଦ୍ୱିତୀୟ ବିବାହକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଆଦିଲ ଖାନ୍‌ ଦୁରାନିଙ୍କ ସହ ତାଙ୍କ ବିବାହ ତିଷ୍ଟିଲା ଭଳି ଲାଗୁନାହିଁ। ବିପଦରେ ରହିଛି ରାଖୀଙ୍କ ଦ୍ୱିତୀୟ ବିବାହ। ଏହାକୁ ନେଇ ସେ କ୍ୟାମେରା ଆଗରେ ଭୋ ଭୋ ହୋଇ କାନ୍ଦିଛନ୍ତି।

Advertisment

ଗତ ମାସରେ ରାଖୀ ସାଓ୍ୱନ୍ତ ନିଜ ବୟଫ୍ରେଣ୍ଡ ଆଦିଲ ଖାନ୍‌ଙ୍କ ସହ ମୁସଲିମ ରୀତିନୀତି ଅନୁଯାୟୀ କୋର୍ଟ ମ୍ୟାରେଜ କରିଥିଲେ। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତେବେ ଏହି ବିବାହକୁ ମାସେ ନପୂରୁଣୁ ଏହା ଏବେ ବିପଦରେ ଥିବା ନେଇ ରାଖୀ ଯନ୍ତ୍ରଣା ବଖାଣିଛନ୍ତି। ଏଥିପାଇଁ ସେ ଭାରି ଚିନ୍ତିତ ଓ ଦୁଃଖି ବୋଲି କହି କ୍ୟାମେରା ଆଗରେ କାନ୍ଦିଛନ୍ତି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ରାଖୀ କହୁଛନ୍ତି, 'ମୋ ବିବାହ ବିପଦରେ। ମୁଁ ଡିପ୍ରେସନରେ ଅଛି। ହେ ଭଗବାନ ମୋତେ ଜୀବନରେ ମାରିଦିଅ। ମୁଁ ମୋ ବିବାହ ବଞ୍ଚାଇବାକୁ ଚାହୁଁଛି। ବିବାହ କୌଣସି ଖେଳ ଘର ନୁହେଁ। ମୋ ବୈବାହିକ ଜୀବନରେ ଆସି କାହାକୁ କ'ଣ ହାସଲ ହେଉଛି।' ଭିଡିଓରେ ରାଖୀ ସାଓ୍ୱନ୍ତ କ୍ୟାମେରା ଆଗରେ ହାତ ଯୋଡି କହୁଛନ୍ତି, 'ମୋ ଉପରେ ଜୁଲମ କରିବା ବନ୍ଦ କର।' ରାଖୀଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

Advertisment

ରାଖୀଙ୍କ ଏହି ଭିଡିଓ ଦେଖି ଅନେକ ସୋଶାଲ ମିଡିଆ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ତାଙ୍କୁ କାହିଁକି ବିବାହ କରୁଛ, ଡ୍ରାମା କରିବା ପାଇଁ କି? ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ରାଖୀଙ୍କୁ ଟ୍ରୋଲ କରିଛନ୍ତି। ଡ୍ରାମା କୁଇନ୍‌ଙ୍କୁ ଡ୍ରାମା ବନ୍ଦ କରିବା ପାଇଁ କହିଛନ୍ତି।

Bollywood News Rakhi Sawant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe