Advertisment

ଶେର୍ଲିନଙ୍କ ବିରୋଧରେ ଥାନାକୁ ଗଲେ ରାଖୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ ଓ ଶେର୍ଲିନ ଚୋପ୍ରାଙ୍କ କ୍ୟାଟ୍ ଫାଇଟ୍। ଦାଣ୍ଡରେ ପଡି ହାଟରେ ଗଡୁଛି ଦୁହିଁଙ୍କ ଲଢ଼େଇ। ସର୍ବସାଧାରଣରେ ଶେର୍ଲିନ ରାଖୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ଏବେ ରାଗି ଯାଇଛନ୍ତି ଡ୍ରାମା କୁଇନ୍। ଏପରିକି ସେ ଶେର୍ଲିନଙ୍କ ବିରୋଧରେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅପମାନଜନକ ଟିପ୍ପଣୀ କରିବା ଅଭିଯୋଗରେ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ରାଖୀ ଶେର୍ଲିନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ନିକଟରେ ଶେର୍ଲିନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶେର୍ଲିନଙ୍କ ବିରୋଧରେ ଥାନାକୁ ଗଲେ ରାଖୀ

rakhi-sawant sherlyn-chopra

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ ଓ ଶେର୍ଲିନ ଚୋପ୍ରାଙ୍କ କ୍ୟାଟ୍ ଫାଇଟ୍। ଦାଣ୍ଡରେ ପଡି ହାଟରେ ଗଡୁଛି ଦୁହିଁଙ୍କ ଲଢ଼େଇ। ସର୍ବସାଧାରଣରେ ଶେର୍ଲିନ ରାଖୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ଏବେ ରାଗି ଯାଇଛନ୍ତି ଡ୍ରାମା କୁଇନ୍। ଏପରିକି ସେ ଶେର୍ଲିନଙ୍କ ବିରୋଧରେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅପମାନଜନକ ଟିପ୍ପଣୀ କରିବା ଅଭିଯୋଗରେ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ରାଖୀ ଶେର୍ଲିନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Advertisment

ନିକଟରେ ଶେର୍ଲିନ ମିଠୁ ଜରିଆରେ ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ପରେ ସାଜିଦ ଓ ରାଜ କୁନ୍ଦ୍ରାଙ୍କ ସମର୍ଥନରେ ବାହାରିଥିଲେ ରାଖୀ। ଏହା ପରେ ରାଖୀ ଏବଂ ଶେର୍ଲିନଙ୍କ ମଧ୍ୟରେ ଅନେକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ।

ଶେର୍ଲିନ କିଛି ଦିନ ପୂର୍ବରୁ ଫଟୋଗ୍ରାଫରଙ୍କ ଆଗରେ ତାଙ୍କୁ ପରିହାସ କରିଥିଲେ। ଏଥିସହ ରାଖୀଙ୍କ ୧୦ଟା ବୟଫ୍ରେଣ୍ଡ ଥିବା କହିଥିଲେ ଶେର୍ଲିନ। ଏହାକୁ ନେଇ ରାଖୀ ଏବେ ରାଗି ଯାଇଛନ୍ତି। ଶେର୍ଲିନଙ୍କ ବିରୋଧରେ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଶେର୍ଲିନ ତାଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ କରିଥିବା ଯୋଗୁଁ ତାଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ତାଙ୍କ ବତ୍ତମାନର ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଶେର୍ଲିନ ଟଙ୍କା ପାଇଁ ନାମିଦାମୀ ପୁଅଙ୍କୁ ବ୍ଲାକମେଲ୍ କରୁଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୮ରେ ସାଜିଦ ଖାନ୍ ମିଠୁ ବିବାଦରେ ଫଶିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ୯ଜଣ ମହିଳା ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏ ସମସ୍ତ ମହିଳା ସାଜିଦଙ୍କ ସହ କୌଣସି ନା କୌଣସି ପ୍ରୋଜେକ୍ଟରେ କାମ କରିଥିଲେ। ଅଭିଯୋଗ କରିଥିବା ମହିଳାଙ୍କ ମଧ୍ୟରେ ଶେର୍ଲିନ୍ ଚୋପ୍ରା, ସଲୋନିି ଚୋପ୍ରା, ଆହାନା କୁମରା, ମନ୍ଦନା କରିମ ସମେତ ଅନେକ ଅଭିନେତ୍ରୀ ସାମିଲ ଥିଲେ।