Advertisment

ସାଜିଦଙ୍କୁ ସମର୍ଥନ କରି ଫସିଲେ ରାଖୀ, ଏଫ୍‌ଆଇଆର୍ ରୁଜୁ

ମୁମ୍ବାଇ: ବଢ଼ିଲା ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତଙ୍କ ଅଡୁଆ। ‘ମିଠୁ’ ଅଭିଯୁକ୍ତ ତଥା ଫିଲ୍ମ ମେକର୍ ସାଜିଦ ଖାନ୍‌ଙ୍କୁ ସମର୍ଥନ କରିବା ତାଙ୍କୁ ଭାରି ପଡିଛି। ମୁମ୍ବାଇର ଏକ ଥାନାରେ ରାଖୀ ଓ ତାଙ୍କ ଓକିଲ ଫାଲଗୁନି ବ୍ରହ୍ମବତଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୩୫୪-ଏ, ୫୦୦, ୫୦୪, ୫୦୯ ଓ ୬୭-ଏ ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ରାଖୀଙ୍କ ବିରୋଧରେ ଏହି ମାମଲା ରୁଜୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସାଜିଦଙ୍କୁ ସମର୍ଥନ କରି ଫସିଲେ ରାଖୀ, ଏଫ୍‌ଆଇଆର୍ ରୁଜୁ

Rakhi Sawant

ମୁମ୍ବାଇ: ବଢ଼ିଲା ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତଙ୍କ ଅଡୁଆ। ‘ମିଠୁ’ ଅଭିଯୁକ୍ତ ତଥା ଫିଲ୍ମ ମେକର୍ ସାଜିଦ ଖାନ୍‌ଙ୍କୁ ସମର୍ଥନ କରିବା ତାଙ୍କୁ ଭାରି ପଡିଛି। ମୁମ୍ବାଇର ଏକ ଥାନାରେ ରାଖୀ ଓ ତାଙ୍କ ଓକିଲ ଫାଲଗୁନି ବ୍ରହ୍ମବତଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୩୫୪-ଏ, ୫୦୦, ୫୦୪, ୫୦୯ ଓ ୬୭-ଏ ଆଧାରରେ ମାମଲା ରୁଜୁ କରାଯାଇଛି।

Advertisment

ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ରାଖୀଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି। ତାଙ୍କ କହିବା ମୁତାବକ, ରାଖୀ ଯେଉଁଭଳି ମିଠୁ ଅଭିଯୁକ୍ତ ସାଜିଦ ଖାନଙ୍କୁ ସମର୍ଥନ କରିଛନ୍ତି, ତାହା ଭୁଲ୍। ଏହାପୂର୍ବରୁ ଶେର୍ଲିନ୍ ଚୋପ୍ରା ରାଖୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିଲେ।

ରାଖୀ ଶେର୍ଲିନ୍‌ଙ୍କ ବିରୋଧରେ ଅନେକ ଖରାପ କମେଣ୍ଟ ଦେଇଥିଲେ, ଯାହାପରେ ଅଭିନେତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁମ୍ବାଇର ଆମ୍ବୋଲି ପୁଲିସ ଷ୍ଟେସନରେ ରାଖୀ ଓ ତାଙ୍କ ଓକିଲଙ୍କ ବିରୋଧରେ ଶେର୍ଲିନ୍ ଏଫ୍‌ଆଇଆର ରୁଜୁ କରିଛନ୍ତି। ସେପଟେ ପୁଲିସ ମୁତାବକ, ବର୍ତ୍ତମାନ ସୁଦ୍ଧା ରାଖୀ ଓ ତାଙ୍କ ଓକିଲଙ୍କୁ ଏହି ମାମଲାରେ ପଚରାଉଚରା କରାଯାଇନାହିଁ।

Advertisment

ସୂଚନାନୁସାରେ, ରାଖୀ ସାୱନ୍ତ ଏବଂ ଶେର୍ଲିନ୍ ଚୋପ୍ରାଙ୍କ ମଧ୍ୟରେ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ 'ଡ୍ରାମା କୁଇନ୍' ମିଠୁ ଅଭିଯୁକ୍ତ ସାଜିଦ୍ ଖାନ୍ ଏବଂ ରାଜ କୁନ୍ଦ୍ରାଙ୍କୁ ସମର୍ଥନ କରିଥିଲେ। ରାଖୀ ଉଭୟଙ୍କୁ ତାଙ୍କ ଭାଇ ବୋଲି କହିଥିଲେ। ଗଣମାଧ୍ୟମ ସାମ୍ନାରେ ରାଖି ଶେର୍ଲିନଙ୍କୁ ଅନେକ ପରିହାସ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ରାଖୀ ସାୱନ୍ତ ଶେର୍ଲିନ୍ ଚୋପ୍ରାଙ୍କ ଉପରେ ଅନେକ ବ୍ୟକ୍ତିଗତ ମନ୍ତବ୍ୟ ମଧ୍ୟ ଦେଇଥିଲେ।

ଅନ୍ୟପଟେ କିଛି ଦିନ ପୂର୍ବରୁ ରାଖୀ ସାୱନ୍ତ ମଧ୍ୟ ଶେର୍ଲିନଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଶେର୍ଲିନ ତାଙ୍କ ବିରୋଧରେ ଅନେକ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ।