Advertisment

ରାକ୍ଷୀଙ୍କୁ ଚରମ ବାଣୀ- ଭାଇଜାନ ସହ ମିଳାମିଶା କଲେ ଭୋଗିବ ପରିଣାମ

ରାକ୍ଷୀ, ତୁମ ଭାଇ ସଲମାନଙ୍କୁ ଆମେ କଡ଼ା ସୁରକ୍ଷା ଭିତରେ ଥିବା ବେଳେ ମୁମ୍ବାଇରେ ହିଁ ମାରିବୁ । ତୁମେ ଏଥିରୁ ଦୂରେଇ ରୁହ ।’

author-image
Niharika Rout
Rakhi Sawant & Salman Khan

Rakhi Sawant & Salman Khan

ବି-ଟାଉନର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତକୁ ମିଳିଛି ଧମକ । ଭାଇଜାନ ସଲମାନ ଖାନଙ୍କ ସହ ମିଳାମିଶା କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆସିଛି ଇ-ମେଲ୍‌। ଏହା ଶେଷ ଚେତାବନୀ। ଏହାପରେ ଚେତାବନୀ ନୁହେଁ ତୁମକୁ ଶେଷ କରିଦେବୁ ବୋଲି ରାକ୍ଷୀଙ୍କୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ୍‌ । ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ ତରଫରୁ ଏହି ଧମକ ମିଳିଥିବା କୁହାଯାଉଥିବା ବେଳେ ରାକ୍ଷୀ କିନ୍ତୁ ଏ ନେଇ ଥାନାର ଦ୍ୱାରସ୍ଥ ହୋଇ ନାହାନ୍ତି।

Advertisment

ଭାଇଜାନ ସଲମାନ ଖାନଙ୍କୁ ଗତ କିଛି ଦିନ ଧରି ଲଗାତର ଭାବେ ହତ୍ୟା ଧମକ ମିଳୁଛି। ରାକ୍ଷୀ ସଲମାନଙ୍କ ସହ ମିଳାମିଶା କରୁଥିବାରୁ ତାଙ୍କୁ ବି ମିଳିଛି ଏପରି ଧମକ । ମାତ୍ର ଏଥିରେ ରାକ୍ଷୀ ଭୟଭୀତ ହୋଇ ନ ଥିବା ବେଳେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା କହିଛନ୍ତି। କିନ୍ତୁ ସଲମାନଙ୍କ ସହ ସମ୍ପର୍କ ଛିନ୍ନ କରିବେନି ବୋଲି ସଫା ସଫା ମନା କରି ଦେଇଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌।

ରାକ୍ଷୀଙ୍କ ମା’ କ୍ୟାନସରରେ ପୀଡ଼ିତ ଥିବା ବେଳେ ସଲମାନ ଖାଁ ତାଙ୍କ ନିକଟରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଖୁବ୍‌ ଆର୍ଥିକ ସହାୟତା ବି କରିଥିଲେ। ତେଣୁ ଏପରି ସ୍ଥିତିରେ ସେ ସଲମାନଙ୍କୁ ଛାଡ଼ି ପାରିବେନି ବୋଲି ସଫା ସଫା କହିଛନ୍ତି ରାକ୍ଷୀ ।

Advertisment

ରାକ୍ଷୀଙ୍କୁ ଇ-ମେଲ୍‌ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ର ବୋଲି କହିଛି। ରାକ୍ଷୀଙ୍କ ନିକଟକୁ ଗତ ୧୮ ତାରିଖରେ ଏ ନେଇ ୨ଟି ଇ-ମେଲ୍‌ ଆସିଥିଲା।

ଉକ୍ତ ଇ-ମେଲ୍‌ରେ ଲେଖା ଥିଲା, ରାକ୍ଷୀ ତୁମ ସହ ଆମର କୌଣସି ଶତ୍ରୁତା ନାହିଁ । ସଲମାନ ଖାଁ ମାମଲାରେ ପଶନି, ନଚେତ ତୁମର ଅସୁବିଧା ହେବ । ତୁମ ଭାଇ ସଲମାନଙ୍କୁ ଆମେ କଡ଼ା ସୁରକ୍ଷା ଭିତରେ ଥିବା ବେଳେ ମୁମ୍ବାଇରେ ହିଁ ମାରିବୁ । ତୁମକୁ ଶେଷ ଚେତାବନୀ ଦେଉଛୁ। ଏଥିରୁ ଦୂରେଇ ରୁହ, ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହ।

ଏନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ବେଳେ ବି-ଟାଉନ୍‌ରେ କିନ୍ତୁ ହଟଚମଟ ସୃଷ୍ଟି ହୋଇଛି।

Salman Khan Rakhi Sawant