Advertisment

ତୃତୀୟ ବିବାହ କରିବେ ରାଖୀ? ବ୍ରାଇଡାଲ ଲୁକ୍‌ରେ ଡ୍ରାମା କୁଇନ୍‌

ନିଜ ବ୍ୟକ୍ତିଗତ ଲାଇଫକୁ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ ।

Rakhi Sawant

Rakhi Sawant

Advertisment

ପୁଣି ବିବାହ କରିବେ ରାଖୀ ସାୱନ୍ତ। ତୃତୀୟ ବିବାହ କରିବାକୁ ଯାଉଛନ୍ତି ବଲିଉଡର ଡ୍ରାମା କୁଇନ୍। ନିକଟରେ ବ୍ରାଇଡାଲ ଲୁକ୍‌ରେ ସେ ଆସିଛନ୍ତି ନଜର। ଏଥର ଆଦିଲ ନୁହେଁ, ଜଣେ ମିଷ୍ଟ୍ରିମ୍ୟାନ୍‌ଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି। ତେବେ ପ୍ରକୃତରେ ନୁହେଁ, ତାଙ୍କ ଅପ୍‌କମିଂ ଭିଡିଓ ସଙ୍ଗ ପାଇଁ ସେ ଏଭଳି ବ୍ରାଇଡାଲ ଗେଟ୍‌ଅପ୍‌ରେ ନେଇଛନ୍ତି। ଯାହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ନିଜ ବ୍ୟକ୍ତିଗତ ଲାଇଫକୁ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ । ସେ ବେଶ୍ ଚିନ୍ତିିତ ଅଛନ୍ତି। ଏପରିକି ମିଡିଆ ସାମ୍ନାରେ ସେ ଅନେକ ଥର କାନ୍ଦି ମଧ୍ୟ ଛନ୍ତି। ସ୍ୱାମୀ ଆଦିଲ ଖାନ୍ ଦୁରାନୀ ନିକଟରେ ରାଖୀଙ୍କ ସହ ଠକେଇ କରିଛନ୍ତି। ଏନେଇ ରାଖୀ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏହାରି ଭିତରେ ବ୍ରାଇଡ ଲୁକ୍‌ରେ ରାଖୀ ସାୱନ୍ତଙ୍କୁ ଦେଖି ହଠାତ୍ ଚକିତ ହୋଇପଡିଛନ୍ତି ତାଙ୍କ ଫ୍ୟାନ୍। ସେ କୁଆଡେ ପୁଣି ଥରେ ତୃତୀୟ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି।  

ସାମ୍ନାକୁ ଆସିଥିବା ଭିଡିଓରେ ରାଖୀ ଏକ କ୍ରିମ ଓ ଲାଇଟ ପିଙ୍କ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି। ତାଙ୍କ ସହ ଜଣେ ବ୍ୟକ୍ତି ବର ବେସରେ ନଜର ଆସିଛନ୍ତି। ଭିଡିଓରେ ରାଖୀ କହୁଛନ୍ତି ‘ଥରେ ବିବାହ କରିଛି ଆଉ ଦ୍ୱିତୀୟ ଥର ବିବାହ କରିବି ନାହିଁ। ମୋର ଗୋଟିଏ ହିଁ ବର, ଯିଏ ଜେଲ୍‌ରେ ଅଛି।’ ରାଖୀ ତାଙ୍କ ଅପ୍‌କମିଂ ମ୍ୟୁଜିକ ଭିଡିଓ ପାଇଁ ଏଭଳି ବ୍ରାଇଡାଲ ଲୁକ୍‌ରେ ସଜେଇ ହୋଇଥିବା ଜଣାପଡିଛି। 

Advertisment

ସେହିପରି ଆଉ ଏକ ଭିଡିଓରେ ରାଖୀ ହସୁଥିବା ନଜର ଆସିଛନ୍ତି। ନିଜ ଭ୍ୟାନିଟି ଭ୍ୟାନ୍ ଗେଟ୍ ମୁହଁରେ ଠିଆ ହୋଇ ରାଖୀ କହୁଛନ୍ତି, ‘କନିଆଁ ଏଠି ଅଛନ୍ତି ଆଉ ବର ଜେଲ୍‌ରେ।’ ଏହି ଦୁଇଟି ଭିଡିଓରେ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। 

 

Viral Video Bollywood Rakhi Sawant Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe