ହସ୍ପିଟାଲରେ ରାଖୀଙ୍କ ମା’, ଭିଡିଓ ଶେଆର କରି କାନ୍ଦିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ତଥା ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି। ରାତି ଅଧରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି। କ୍ୟାନ୍‌ସର୍ ପରେ ତାଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିବା ଜଣାପଡିଛି। କେବଳ ସେତିକି ନୁହେଁ ପାରାଲିସିସ୍‌ର ଶିକାର ମଧ୍ୟ ହୋଇଛନ୍ତି ସେ। ଏନେଇ ରାଖୀ ସାୱାନ୍ତ ଖୋଦ୍ ଭିଡିଓ ଶେଆର କରି ନିଜ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଛନ୍ତି। ନିକଟରେ ବିଗ୍‌ବସ୍ ମରାଠୀରୁ ବାହାରିବା ପରେ ରାଖୀ ଘରକୁ ଫେରିଥିଲେ। ଘରକୁ […]

rakhi-sawant-mother

Madhupriya Mistry
  • Published: Monday, 09 January 2023
  • , Updated: 09 January 2023, 06:25 PM IST

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ତଥା ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି। ରାତି ଅଧରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି। କ୍ୟାନ୍‌ସର୍ ପରେ ତାଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିବା ଜଣାପଡିଛି। କେବଳ ସେତିକି ନୁହେଁ ପାରାଲିସିସ୍‌ର ଶିକାର ମଧ୍ୟ ହୋଇଛନ୍ତି ସେ। ଏନେଇ ରାଖୀ ସାୱାନ୍ତ ଖୋଦ୍ ଭିଡିଓ ଶେଆର କରି ନିଜ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଛନ୍ତି।

ନିକଟରେ ବିଗ୍‌ବସ୍ ମରାଠୀରୁ ବାହାରିବା ପରେ ରାଖୀ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ତାଙ୍କୁ ଏହି ଦୁଃଖଦ ଖବର ମିଳିଥିଲା। ମା’ ଅସୁସ୍ଥ ଥିବା ଜାଣି ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ରାଖୀ। ଏବେ ହସ୍ପିଟାଲ ଭିତରୁ କାନ୍ଦି କାନ୍ଦି ଭିଡିଓ ଶେଆର କରି ସେ ମା’ଙ୍କ ଅସୁସ୍ଥ ଥିବା ଖବର ବଖାଣିଛନ୍ତି। ଏଥିସହ ତାଙ୍କ ମା’ ଯେପରି ସୁସ୍ଥ ହୋଇଯିବେ ସେଥିପାଇଁ ପ୍ରାର୍ଥନା କରିବାକୁ ସେ ନିଜ ଫ୍ୟାନ୍‌ମାନଙ୍କୁ ନିବେଦନ କରିଛନ୍ତି।

ଡାକ୍ତରଙ୍କ କହିବା ମୁତାବକ, ରାଖୀଙ୍କ ମା’ ଫୁସ୍‌ଫୁସ୍ କ୍ୟାନ୍‌ସନରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ପରୀକ୍ଷା ସରିଛି, ରେଜଲ୍ଟକୁ ଅପେକ୍ଷା। ରିପୋର୍ଟ ଆସିବା ପରେ ହିଁ ନିଷ୍ପତ୍ତି ନିଆଯିବ। ତାଙ୍କୁ ରେଡିଏସନ୍ ଥେରାପି ଆଉ କେତେ ଥର ଦିଆଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ହେବ। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ଉପରେ ରେଡିଏସନ୍ ବ୍ୟତୀତ ଆଉ କୌଣସି ଔଷଧ କାମ କରୁନାହିଁ।

ରାଖୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଫ୍ୟାନ୍ ତାଙ୍କ ମା’ଙ୍କ ସୁସ୍ଥ କାମନା କରିଛନ୍ତି। ସେହିପରି ଅନେକ ସେଲେବ୍ରିଟିମାନେ ମଧ୍ୟ ରାଖୀଙ୍କ ମା’ ଯେପରି ସୁସ୍ଥ ହୋଇଯିବେ ସେଥିପାଇଁ ପ୍ରାର୍ଥନା କରିଛନ୍ତି। ଏଥିସହ ରାଖୀଙ୍କୁ ଧୈର୍ଯ୍ୟ ରଖିବା ପାଇଁ କହିଛନ୍ତି।

 

View this post on Instagram

 

A post shared by Rakhi Sawant (@rakhisawant2511)

Related story