Advertisment

ରାଖୀଙ୍କ ନୂଆ ଡ୍ରାମା, ଟ୍ରକ୍‌ ଚଢ଼ାଇ ମାରି ଦେବାକୁ ଧମକ ଦେଇଥିଲେ ଆଦିଲ୍‌

ଶାରୀରିକ ଓ ମାନସିକା ନିର୍ଯାତନା ଅଭିଯୋଗ ପରେ ଆଦିଲଙ୍କୁ ପୁଲିସ ଗିରଫ ଜେଲ୍‌କୁ ପଠାଇଛି।

ଅଦ୍ୟତନ ହୋଇଛି
Adil and rakhi sawant

Adil and rakhi sawant

Advertisment

ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାଓ୍ୱନ୍ତ। ସେ ଏବେ ତାଙ୍କ ବିବାହିତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଖୀ ଓ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ବଢ଼ିଥିବା ବିବାଦ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଶାରୀରିକ ଓ ମାନସିକା ନିର୍ଯାତନା ଅଭିଯୋଗ ପରେ ଆଦିଲଙ୍କୁ ପୁଲିସ ଗିରଫ ଜେଲ୍‌କୁ ପଠାଇଛି। ଏହାରି ଭିତରେ ଡ୍ରାମା କୁଇନ୍‌ ରାଖୀ ନିଜ ସ୍ୱାମୀଙ୍କୁ ନେଇ କରିଛନ୍ତି ଏକ ନୂଆ ଖୁଲାସା। ଆଦିଲ କୁଆଡେ ସୁପାରୀ ଦେଇ ତାଙ୍କୁ ଟ୍ରକ୍‌ ଚଢ଼ାଇ ମାରି ଦେବାକୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

ରାଖୀ ଏକ ଭିଡିଓ ଶେଆର କରି କହିଛନ୍ତି, ମୁଁ ଏବେ ବି ତାଙ୍କୁ ଭଲ ପାଏ। ତାଙ୍କୁ ସବୁବେଳେ ମୁଁ ଭଲ ପାଇବି। କିନ୍ତୁ ସେ ମୋ ସହ ବିଶ୍ୱାସଘାତକତା କରିଛନ୍ତି, ମୋତେ ପ୍ରତାରଣା ଦେଇଛନ୍ତି। ମୋତେ ହିରୋ କର ବୋଲି କହି ସେ ମୋତେ ସବୁବେଳେ ମାଡ ମାରୁଥିଲେ। ଗଣମାଧ୍ୟମ ଆଗରେ ସେ ଜଣେ ବଡ଼ ବ୍ୟବସାୟୀ ଏବଂ ସେ ମୋତେ ରହିବାକୁ ଏକ ଘର ଦେଇଛନ୍ତି ବୋଲି କହିବାକୁ ବାଧ୍ୟ କରିଥିଲେ। ଏଭଳି ନକେଲ ମୋତେ ବିବାହ କରିବେ ନାହିଁ ବୋଲି କହିଥିଲେ।

ଏହା ସହ ସେ ଅନ୍ୟ ମହିଳାମାନଙ୍କ ସହିତ ଶୋଇବେ ଏବଂ ଏହାର ଭିଡିଓ ପ୍ରସ୍ତୁତ କରି ମୋତେ ପଠାଇବେ ବୋଲି କହିଥିଲେ। ତାଙ୍କ କଥା ନମାନିଲେ ୫୦,୦୦୦ଟଙ୍କା ଦେଇ ମୋ ଉପ‌ରେ ଟ୍ରକ ଚଢ଼ାଇ ଦେବେ ବୋଲି ଧମକ ଦେଉଥିଲେ। ମୁଁ ପାଇଥିବା ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଲା ଭଳି ଖବର ହେଉଛି ଆଦିଲ ପୂର୍ବରୁ ବିବାହିତ ଥିଲେ। ସେ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀ ମୋତେ ଫୋନ କରି କହିଛନ୍ତି ଯେ, ‘ମୁଁ ଜଣେ ହିନ୍ଦୁ ଥିଲି। କିନ୍ତୁ ସେ ମୋତେ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ଆଦିଲ ମୋର ଟଙ୍କା ଓ ଗହଣା ମଧ୍ୟ ନେଇ ଯାଇଛନ୍ତି।'

Advertisment

ଏହି ଖୁଲାସା ସହ ରାଖୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆଦିଲ ତାଙ୍କଠାରୁ ଟଙ୍କା ନେଇ କାର୍ ବ୍ୟବସାୟରେ ଲଗାଇଥିବା ସ୍ୱୀକାର କରିଛନ୍ତି।

ଏହାପୂର୍ବରୁ ରାଖୀଙ୍କ ପୂର୍ବତନ ସ୍ୱାମୀ ରିତେଶ ଭିଡିଓ ଶେଆର କରି କହିଛନ୍ତି, ତିନି ମାସ ପୂର୍ବରୁ ମୁଁ ରାଖୀଙ୍କୁ ଆଦିଲ ବିଷୟରେ ଜଣାଇଥିଲି। ରାଖୀଙ୍କ ଆଖି ସତ ନଜର ଆସୁଛି। କିନ୍ତୁ ଏହାର ଫଇସଲା କୋର୍ଟ କରିବା ଉଚିତ। ରାଖୀ ମିଛ କଥା କହୁନାହାନ୍ତି।

ଉଲ୍ଲେଖଯୋଗ୍ୟ ୨୦୧୯ରେ ରାଖୀ ଏନ୍‌ଆର୍‌ଆଇ ବିଜନେସମ୍ୟାନ୍‌ ରିତେଶଙ୍କୁ ବିବାହ କରିଥିଲେ। କିନ୍ତୁ ଗତବର୍ଷ ଉଭୟଙ୍କ ଛାଡପତ୍ର ହୋଇଥିଲା। ଏହାପରେ ରାଖୀ ଆଦିଲ ଖାନ୍‌ଙ୍କ ପ୍ରେମରେ ପଡିଥିଲେ। ୮ ମାସ ପୂର୍ବେ ରାଖୀ ନିଜ ଧର୍ମ ପରିବର୍ତ୍ତନ କରି ଆଦିଲଙ୍କୁ ବିବାହ କରିଥିଲେ। ଯାହାର ଫଟୋ ସୋଶାଲ ମିଡିଆରେ ନିକଟରେ ଭାଇରାଲ ହୋଇଥିଲା।

Rakhi Sawant Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe