Advertisment

ସୋମିଙ୍କୁ ବାହା ହେଲେ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ

ଆଦିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇସଲାମ ରୀତିନୀତିରେ ହୋଇଥିବା ବାହାଘର ବେଳର କିଛି ଫଟୋ ପୋଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Rakhi

Rakhi

Advertisment

ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀ ପୁଣି ବିବାହ କରିଛନ୍ତି। ସେ ବିଗବସ ୧୨ର ପ୍ରତିଯୋଗୀ ସୋମି ଖାନଙ୍କୁ ମାର୍ଚ୍ଚ ୩ ତାରିଖରେ ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଗୁରୁବାର ଆଦିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇସଲାମ ରୀତିନୀତିରେ ହୋଇଥିବା ବାହାଘର ବେଳର କିଛି ଫଟୋ ପୋଷ୍ଟ କରିଛନ୍ତି।

Advertisment

ପ୍ରଥମ ଫଟୋରେ ଆଦିଲ ଓ ସୋମି ସେମାନଙ୍କର ନିକା ନାମା ବା ବିବାହ ପ୍ରମାଣପତ୍ର ଧରିଛନ୍ତି। ବାହାଘର ବେଳେ ସୋମି ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଆଦିଲ ଫିକା ଧଳା ରଙ୍ଗର ଶେରୱାନୀ ପିନ୍ଧିଥିଲେ। ନିକା ବେଳର କିଛି ଫଟୋକୁ ମଧ୍ୟ ଆଦିଲ ଶେୟାର କରିଛନ୍ତି।

Advertisment

ସେ ଫଟୋ ସହ ସୋଶାଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ଅତ୍ୟନ୍ତ ସରଳ ଓ ସୁନ୍ଦର ଭାବେ ସମଙ୍କ ଆଶୀର୍ବାଦ ନେଇ ଆମର ନିକା ଶେଷ ହୋଇଛି। ସମସ୍ତଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ। ଆମେ ଏକାଠି ସ୍ୱାମୀ-ସ୍ତ୍ରୀ ଭାବେ ନୂଆ ଯାତ୍ରା ଆରମ୍ଭ କରିବାକୁ ବେଶ ଉତ୍ସାହିତ। ଆମକୁ ସମସ୍ତେ ନିଜ ନିଜର ପ୍ରାର୍ଥନାରେ ମନେ ରଖନ୍ତୁ ବୋଲି ଆଦିଲ ଅନୁରୋଧ କରିଛନ୍ତି।

ଗତବର୍ଷ ଜାନୁଆରୀରେ ରାକ୍ଷୀ ସାୱନ୍ତ ସୋଶାଲ ମିଡିଆରେ ଆଦିଲଙ୍କ ସହ ତାଙ୍କର ବାହାଘର ହୋଇଥିବା କଥା ଘୋଷଣା କରିଥିଲେ। ସେ ବାହାଘର ବେଳର ଏକାଧିକ ଫଟୋ ମଧ୍ୟ ପୋଷ୍ଟ କରି ସମସ୍ତଙ୍କୁ ଖୁସି ଖବର ଦେଇଥିଲେ। ରାକ୍ଷୀ ଦେଖାଇଥିବା ବିବାହ ପ୍ରମାଣପତ୍ର ଅନୁଯାୟୀ ସେ ଓ ଆଦିଲ ୨୦୨୨ ମସିହା ମେ’ ୨୯ ତାରିଖରେ ବାହା ହୋଇଥିଲେ।

ବାହାଘରର କିଛି ଦିନ ପରେ ସବୁ କିଛି ବଦଳି ଯାଇଥିଲା। ହଠାତ୍‌ ଆଦିଲଙ୍କ ନାଁରେ ଘରୋଇ ହିଂସା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅଭିଯୋଗ ଆଣିଥିଲେ ରାକ୍ଷୀ।
୨୦୨୩ ଫେବୃଆରୀ ୭ରେ ମୁମ୍ବାଇ ପୁଲିସ ଆଦିଲଙ୍କୁ ଗିରଫ କରିଥିଲା। ୫ ମାସ ଜେଲରେ ରହିବା ପରେ ସେ ମୁକୁଳି ଥିଲେ। ଏସବୁ ଭିତରେ ମାର୍ଚ୍ଚ ମାସରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଥିବା ରାକ୍ଷୀ କହିଥିଲେ।

Mumbai Rakhi Sawant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe