Advertisment

ଆଦିଲ ଖାନ୍‌ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଆଦିଲ ଖାନଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଛି।

author-image
Tapas Behera
ଅଦ୍ୟତନ ହୋଇଛି
Rakhi Sawant with Husband

Rakhi Sawant with Husband

ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ସହ ବିବାହ ବିବାଦରେ ଜେଲ ଯାଇଥିବା ସ୍ୱାମୀ ଆଦିଲ ଖାନଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଛି। ଆଦିଲଙ୍କ ନାଁରେ ପୁଣି ଏକ ଏତଲା ରୁଜୁ ହୋଇଛି। ଆଦିଲଙ୍କ ବିରୋଧରେ ଜଣେ ଇରାନୀୟ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏନେଇ ମହୀଶୂରର ଭିଭି ପୁରମ ଥାନାରେ ଆଇପିସି ଧାରା ୩୭୬ ଅନୁଯାୟୀ ଆଦିଲ ଦୁରାନୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଇରାନୀୟ ଯୁବତୀ ଦେଇଥିବା ଏତଲାରେ ଉଲ୍ଲେଖ ଅଛି ଯେ, ସେମାନେ ମହୀଶୂରରେ ଏକତ୍ର ବାସ କରୁଥିବା ବେଳେ ବିବାହ ପ୍ରତିଶ୍ରୁତି ଦେଇ ଆଦିଲ୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ୫ ମାସ ତଳେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ କହିବାରୁ ସେ ମନା କରିଦେଇଥିଲେ ଓ କହିଥିଲେ ଯେ, ଅନେକ ଝିଅଙ୍କ ସହିତ ସେ ଏଭଳି ସମ୍ପର୍କରେ ଅଛନ୍ତି। ଏହାପରେ ସେ ଇରାନୀୟ ଯୁବତୀଙ୍କର କେତେକ ଅଶ୍ଳୀଳ ଫଟୋ ପଠାଇ ଧମକ ଦେଇ କୌଣସି ପ୍ରକାର ଅଭିଯୋଗ ଦାଏର ନକରିବାକୁ କହିଥିଲେ। ଅଭିଯୋଗକୁ ଭିତ୍ତି କରି ଆଦିଲ୍‌ଙ୍କ ନାଁରେ ‘ଆଇପିସି’ ଧାରା ୩୭୬, ୪୧୭, ୪୨୦, ୫୦୪ ଏବଂ ୫୦୬ରେ ମାମାଲା ରୁଜୁ କରାଯାଇଛି। ନିକଟରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଠକେଇ ଓ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଆଦିଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Advertisment

ରାକ୍ଷୀଙ୍କ ଅଭିଯୋଗ ପରେ ପୁଲିସ ଆଦିଲଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ରାକ୍ଷୀ, ଆଦିଲଙ୍କ ବିରୋଧରେ ଆଉ ଏକ ବଡ଼ ଆରୋପ ଲଗାଇଛନ୍ତି। ଆଦିଲ ଟଙ୍କା ପାଇଁ ନଗ୍ନ ଭିଡିଓ ରେକର୍ଡ କରି ବିକିଥିବା କହିଛନ୍ତି ରାକ୍ଷୀ। ରାକ୍ଷୀଙ୍କ ମୁତାବକ, ଆଦିଲ ମୋର ନଗ୍ନ ଭିଡିଓ ନେଇ ଲୋକଙ୍କୁ ବିକ୍ରି କରିଛନ୍ତି। ଏହି ଘଟଣା ପାଇଁ ସାଇବର ଅପରାଧ ବିଭାଗରେ ମୁଁ ଅଭି‌ଯୋଗ କରିଛି। ସେ ବର୍ତ୍ତମାନ ତୃତୀୟ ଥର ପାଇଁ ତନୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ରାକ୍ଷୀ ଏହା ପୂର୍ବରୁ ରାକ୍ଷୀ କହିଥିଲେ ଯେ “ମୁଁ ଏବେ ବି ତାଙ୍କୁ ଭଲ ପାଏ ଏବଂ ତାଙ୍କୁ ସବୁବେଳେ ଭଲ ପାଇବି। କିନ୍ତୁ ସେ ମୋ ସହ ବିଶ୍ୱାସଘାତକତା କରିଛନ୍ତି, ମୋତେ ପ୍ରତାରଣା ଦେଇଛନ୍ତି। 

India