Advertisment

୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ

ବିବାହ ପରେ ନିଜ ପତ୍ନୀ ରାକ୍ଷୀ ସାୱନ୍ତଙ୍କୁ ଆଦିଲ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Rakhi Sawant with Husband

Rakhi Sawant with Husband

Advertisment

ଗିରଫ ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁରାନୀ। ବିବାହ ପରେ ନିଜ ପତ୍ନୀ ତଥା ଡ୍ରମା କୁଇନ୍‌ ୪୧ ବର୍ଷୀୟ ରାକ୍ଷୀ ସାୱନ୍ତଙ୍କୁ ଆଦିଲ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏମିତିକି ରାକ୍ଷୀଙ୍କ ଅଜ୍ଞାତସାରରେ ଆଦିଲ ତାଙ୍କର ସୁନାଗହଣା , ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ କରିଥିଲେ ରାକ୍ଷୀ। ମଙ୍ଗଳବାର ପୁଲିସ ଆଦିଙ୍କ ନାମରେ ମାମଲା ରୁଜୁ କରିଥିଲା।

Advertisment

ଆଦିଲଙ୍କ ବିରୋଧରେ ପୁଲିସ ଯୌତୁକ ନିର୍ଯାତନା ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ମାମଲା ରୁଜୁ କରିଛି। ଆଦିଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ରାକ୍ଷୀ ମଙ୍ଗଳବାର କହିଥିଲେ ଯେ, “ସେ ଗିରଫ ହୋଇଛନ୍ତି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି। ଏହା କୌଣସି ଡ୍ରାମା ନୁହେଁ। ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ସେ ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ମଧ୍ୟ ନେଇଛନ୍ତି।

ଏହା ସହ ତାଙ୍କ ଭାଇ ରାକେଶ ସାୱନ୍ତ କହିଥିଲେ ଯେ, ରାକ୍ଷୀ ନିଜ ବିବାହକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଦିଲ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ଆଦିଲ, ରାକ୍ଷୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ମଙ୍ଗଳବର ବି ସେ ଗିରଫ ହେବା ପୂର୍ବରୁ ରାକ୍ଷୀଙ୍କ ଉପରେ ଏକ ଗ୍ଲାସ ଫିଙ୍ଗିଥିଲେ। ରାକ୍ଷୀଙ୍କୁ ହତ୍ୟା କରି ସେ ତାଙ୍କ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲେ। ରାକ୍ଷୀଙ୍କୁ ମାରପିଟ ତଥା ଧମକ ଦେବା ଅଭିଯୋଗରେ ସ୍ୱାମୀ ଆଦିଲ ଦୁରାନୀଙ୍କୁ ଆଜି ଗିରଫ କରାଯାଇଥିଲା। ପରେ ରାକ୍ଷୀ କହିଛନ୍ତି, ସେ ମୋ ଜୀବନକୁ ସେ ନଷ୍ଟ କରିଦେଇଛନ୍ତି। ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ନେଇଛନ୍ତି । ମୋତେ ବରବାଦ କରି ଦେଇଛନ୍ତି। ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ରାକ୍ଷୀ ସାୱନ୍ତ ଓଶିୱାରା ପୁଲିସ ଷ୍ଟେସନ ବାହାରେ ଅଚେତ ହୋଇପଡ଼ିଥିଲେ।  ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment
Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe