Advertisment

ମୁଁ ହିନ୍ଦୁ ହୋଇଥିବାରୁ ଆଦିଲଙ୍କ ପରିବାର ମୋତେ ଗ୍ରହଣ କରୁନାହାନ୍ତି: ରାଖୀ ସାୱନ୍ତ

ଆଦିଲ ଦୁରାନୀଙ୍କ ସହ ସମ୍ପର୍କ ତିକ୍ତ ହେବା ପରଠାରୁ ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଖବର ସିରୋନାମାରେ ଅଛନ୍ତି।

Rakhi Sawant with Husband

Rakhi Sawant with Husband

Advertisment

ସ୍ୱାମୀ ଆଦିଲ ଦୁରାନୀଙ୍କ ସହ ସମ୍ପର୍କ ତିକ୍ତ ହେବା ପରଠାରୁ ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଖବର ସିରୋନାମାରେ ଅଛନ୍ତି। ଦୁହେଁ ଚଳିତ ବର୍ଷ ଜାନୁଆରୀରେ ବିବାହ ଘୋଷଣା କରିଥିଲେ। ଏହା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏବେ ରାଖୀ ସାୱନ୍ତ କହିଛନ୍ତି ଯେ, ସେ ହିନ୍ଦୁ ହୋଇଥିବାରୁ ଆଦିଲଙ୍କ ପରିବାର ତାଙ୍କୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି। ତାଙ୍କ ଧର୍ମକୁ ନେଇ ଆଦିଲଙ୍କ ପରିବାର ତାଙ୍କୁ ଗ୍ରହଣ କରୁନାହାଁନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ତଲାକ ପାଇଁ ବାରମ୍ବାର ଧମକ ଦିଅନ୍ତି। ଆଦିଲ ମୋତେ ବିବାହ କରିଛନ୍ତି। ମୁଁ ନ୍ୟାୟ ଚାହୁଁଛି।

Advertisment

ଆଜି ସକାଳେ ମୁଁ ତାଙ୍କ ବାପାଙ୍କ ସହ କଥା ହୋଇଛି। ସେ ମୋତେ କହିଥିଲେ ଯେ ମୁଁ ଜଣେ ହିନ୍ଦୁ ହୋଇଥିବାରୁ ସେମାନେ ମୋତେ ଗ୍ରହଣ କରିପାରିବେ ନାହିଁ। ମୁଁ ତାଙ୍କୁ କହିଲି ମୁଁ ବର୍ତ୍ତମାନ ଇସଲାମ ଗ୍ରହଣ କରିଛି ଏବଂ ଆପଣଙ୍କ ପୁଅ ମୋତେ ବିବାହ କରିଛନ୍ତି। ଏହା ପରେ ସେ ମୋର କଲ କାଟିଦେଲେ । ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ଆଦିଲ ମୋତେ ସବୁବେଳେ ତଲାକ ଧମକ ଦିଅନ୍ତି। ନିକଟରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଠକେଇ ଓ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଆଦିଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ରାକ୍ଷୀଙ୍କ ଅଭିଯୋଗ ପରେ ପୁଲିସ ଆଦିଲଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ରାକ୍ଷୀ, ଆଦିଲଙ୍କ ବିରୋଧରେ ଆଉ ଏକ ବଡ଼ ଆରୋପ ଲଗାଇଥିଲେ। ଆଦିଲ ଟଙ୍କା ପାଇଁ ନଗ୍ନ ଭିଡିଓ ରେକର୍ଡ କରି ବିକିଥିବା କହିଛନ୍ତି ରାକ୍ଷୀ। ରାକ୍ଷୀଙ୍କ ମୁତାବକ, ଆଦିଲ ମୋର ନଗ୍ନ ଭିଡିଓ ନେଇ ଲୋକଙ୍କୁ ବିକ୍ରି କରିଛନ୍ତି। ଏହି ଘଟଣା ପାଇଁ ସାଇବର ଅପରାଧ ବିଭାଗରେ ମୁଁ ଅଭି‌ଯୋଗ କରିଛି। ସେ ବର୍ତ୍ତମାନ ତୃତୀୟ ଥର ପାଇଁ ତନୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ରାକ୍ଷୀ ଏହା ପୂର୍ବରୁ ରାକ୍ଷୀ କହିଥିଲେ ଯେ “ମୁଁ ଏବେ ବି ତାଙ୍କୁ ଭଲ ପାଏ ଏବଂ ତାଙ୍କୁ ସବୁବେଳେ ଭଲ ପାଇବି। କିନ୍ତୁ ସେ ମୋ ସହ ବିଶ୍ୱାସଘାତକତା କରିଛନ୍ତି, ମୋତେ ପ୍ରତାରଣା କରିଛନ୍ତି।

Advertisment
Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe