ତିଷ୍ଠିବନି ରାଖୀଙ୍କ ବିବାହ? ଟ୍ରୋଲର ଶିକାର ହେଲେ ଡ୍ରାମା କୁଇନ୍‌

ମୁମ୍ବାଇ: ପୁଣି ଥରେ ବିବାହ କରିଛନ୍ତି ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ। ସେ ତାଙ୍କର ଚର୍ଚ୍ଚିତ ବୟଫ୍ରେଣ୍ଡ ଆଦିଲ ଖାଦ୍ ଦୁରାନୀଙ୍କ ବେକରେ ପକାଇଛନ୍ତି ବରଣମାଳା। ମୁସଲିମ ରିତିନୀତି ଅନୁସାରେ ପଢ଼ିଛନ୍ତି ନିକହା। ରାଖୀଙ୍କ ଏହି ସିକ୍ରେଟ୍ ବିବାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ବିବାହ ତିଷ୍ଟିବନି। ସେ ପବ୍ଲିସିଟି ପାଇଁ ଜାଣିଶୁଣି ଡ୍ରାମା କରୁଛନ୍ତି। ଏହି ବିବାହ ଫେକ୍ ବୋଲି କହି ସୋଶଲ ମିଡଆରେ ସେ ଟ୍ରୋଲର ଶିକାର ହୋଇଛନ୍ତି […]

rakhi-sawant

Madhupriya Mistry
  • Published: Thursday, 12 January 2023
  • , Updated: 12 January 2023, 01:49 PM IST

ମୁମ୍ବାଇ: ପୁଣି ଥରେ ବିବାହ କରିଛନ୍ତି ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ। ସେ ତାଙ୍କର ଚର୍ଚ୍ଚିତ ବୟଫ୍ରେଣ୍ଡ ଆଦିଲ ଖାଦ୍ ଦୁରାନୀଙ୍କ ବେକରେ ପକାଇଛନ୍ତି ବରଣମାଳା। ମୁସଲିମ ରିତିନୀତି ଅନୁସାରେ ପଢ଼ିଛନ୍ତି ନିକହା। ରାଖୀଙ୍କ ଏହି ସିକ୍ରେଟ୍ ବିବାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ବିବାହ ତିଷ୍ଟିବନି। ସେ ପବ୍ଲିସିଟି ପାଇଁ ଜାଣିଶୁଣି ଡ୍ରାମା କରୁଛନ୍ତି। ଏହି ବିବାହ ଫେକ୍ ବୋଲି କହି ସୋଶଲ ମିଡଆରେ ସେ ଟ୍ରୋଲର ଶିକାର ହୋଇଛନ୍ତି ।

୭ ମାସ ପୂର୍ବେ ସରିଛି ରାଖୀ ଓ ଆଦିଲଙ୍କ ବିବାହ। ଏନେଇ ବୁଧବାର ରାଖୀ ନିଜେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। କେବଳ ଫଟୋ ନୁହେଁ ଭିଡିଓ ଶେଆର କରିବା ସହ ମ୍ୟାରେଜ ସାର୍ଟିଫିକେଟ୍ ମଧ୍ୟ ଲୋକଙ୍କ ସାମ୍ନାରେ ରଖିଛନ୍ତି।

ଫଟୋରେ ରାଖୀ ଲାଲ ରଙ୍ଗର ସାଲୱାର୍ ସୁଟ୍ ପିନ୍ଧିଥିବା ବେଳେ ଆଦିଲ କଳା ରଙ୍ଗର ଟି-ସାର୍ଟ ଓ ଜିନ୍ସ ପିନ୍ଧିଛନ୍ତି। ଉଭୟ ମ୍ୟାରେଜ ସାର୍ଟିଫିକେଟ୍‌ରେ ଦସ୍ତଖତ କରୁଥିବା ନଜର ଆସିଛନ୍ତି। ଆଉ ଏକ ଫଟୋରେ ଦୁହେଁ ବେକରେ ଫୁଲମାଳ ପକାଇଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Rakhi Sawant (@rakhisawant2511)

ଏହି ଫଟୋ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଅନେକ ଲୋକେ ରାଖୀଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଆଉ କିଛି ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି। ରାଖୀଙ୍କ ଏହି ବିବାହକୁ ଲୋକେ ନୂଆ ଡ୍ରାମା ବୋଲି କହିଛନ୍ତି। ସେମାନେ ଏ ଦୁହିଁଙ୍କ ବିବାହକୁ ନେଇ ଉପହାସ କରିଛନ୍ତି। ଏହି ବିବାହ ଏକ ପବ୍ଲିକ ଷ୍ଟଣ୍ଟ ଛଡା ଆଉ କିଛି ନୁହେଁ ବୋଲି ୟୁଜର୍ସ କହିଛନ୍ତି।

ଆଦିଲ ଓ ରାଖୀଙ୍କ ଦୀର୍ଘ ସମୟ ଧରି ପରସ୍ପରକୁ ସହ ସମ୍ପର୍କରେ ଅଛନ୍ତି। ଏକଥା କାହାକୁ ଅଛପା ନୁହେଁ। ଦୁହେଁ ମିଡିଆ ସାମ୍ନାକୁରେ ପ୍ରାୟତଃ ପୋଜ ଦେଇଥାନ୍ତି। ଆଦିଲଙ୍କ ପୂର୍ବରୁ ରାଖୀ ରିତେଶଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ବେଳେ ସେ ରିତେଶଙ୍କ ମୁହଁ ରିଭିଲ୍ କରିନଥିଲେ। ଦୀର୍ଘ ଅଢ଼େଇ ବର୍ଷ ପରେ ରାଖୀ ବିସ୍‌ବସ୍‌ରେ ରିତେଶଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ବିଗ୍ ବସ୍ ଛାଡିବା ପରେ ରାଖୀ ଓ ରିତେଶ ଅଲଗା ହୋଇଯାଇଥିଲେ।

Related story