ରାଖୀଙ୍କୁ ମିଳିଗଲା ନୂଆ ଘର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସେ ଏବେ ଟକ୍‌ ଅଫ୍‌ ଦା ଟାଉନ୍‌ ପାଲଟିଛନ୍ତି। ନିଜ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିବା ଓ ବ୍ୟବସାୟୀ ଅଦିଲ ଖାନ୍‌ ଦୁରାନୀଙ୍କ ସହ ଡେଟ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ଆଦିଲ ରାଖୀଙ୍କୁ ଏକ ବିଏମ୍‌ଡବ୍ଲୁ କାର ଗିଫ୍ଟ କରିଥିବା ଖବର ଆସିଥିଲା। ଆଉ ଏବେ ସେ ରାଖୀଙ୍କୁ  ଦୁବାଇରେ ଦେଇଛନ୍ତି ଲଗ୍‌ଜୁରୀ ଘର। ଏନେଇ ରାଖୀଙ୍କ […]

Rakhi Shawant and Adil Khan

Madhupriya Mistry
  • Published: Friday, 17 June 2022
  • , Updated: 17 June 2022, 02:10 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସେ ଏବେ ଟକ୍‌ ଅଫ୍‌ ଦା ଟାଉନ୍‌ ପାଲଟିଛନ୍ତି। ନିଜ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିବା ଓ ବ୍ୟବସାୟୀ ଅଦିଲ ଖାନ୍‌ ଦୁରାନୀଙ୍କ ସହ ଡେଟ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ଆଦିଲ ରାଖୀଙ୍କୁ ଏକ ବିଏମ୍‌ଡବ୍ଲୁ କାର ଗିଫ୍ଟ କରିଥିବା ଖବର ଆସିଥିଲା। ଆଉ ଏବେ ସେ ରାଖୀଙ୍କୁ  ଦୁବାଇରେ ଦେଇଛନ୍ତି ଲଗ୍‌ଜୁରୀ ଘର। ଏନେଇ ରାଖୀଙ୍କ ଖୁସି କହିଲେ ନସରେ। ସେ ତାଙ୍କ ନୂଆ ଘରର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ରାଖୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେଆର କରିଛନ୍ତି। ୧ ମିନିଟ୍ ୯ସେକେଣ୍ଡର ଏହି ଭିଡିଓରେ, ତାଙ୍କ ବିଳାସପୂର୍ଣ୍ଣ ଘରର ପ୍ରତ୍ୟେକ କୋଣକୁ ବୁଲି ଦେଖାଉଛନ୍ତି ରାଖୀ। ଭିଡିଓରେ ଟେଲିଭିଜନର ଏହି ଡ୍ରାମା କୁଇନ୍‌ ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି। ରାଖୀ ପ୍ରଥମେ ରୋଷେଇ ଘର ଦେଖାଉଛନ୍ତି। ଏହା ପରେ ସେ ଲିଭିଙ୍ଗ୍ ରୁମ୍, ବେଡରୁମ୍ ଏବଂ ୱାଶରୁମ୍ ଦେଖାଉଥିବାର ନଜର ଆସୁଛନ୍ତି। ଲଗ୍‌ଜୁରୀରେ ଭରପୂର ଏହି ଘରର ସାଜସଜ୍ଜା ଦେଖି ଲୋକେ ଚକିତ ହୋଇପଡିଛନ୍ତି।ଗିଫ୍ଟରେ ମିଳିଥିବା ନିଜର ଏହି ନୂଆ ଘରକୁ ନେଇ ରାଖୀ ବେଶ୍‌ ଖୁସି ଥିବା ଜଣାପଡିଛି।

ରାଖୀ ସାୱନ୍ତ ଗତ ମାସରେ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନଙ୍କ ସହ ଛୁଟି କାଟିବାକୁ ଦୁବାଇରେ ଯାଇଥିଲେ। ଏହି ସମୟରେ ‘ଇ-ଟାଇମ୍ସ’ ସହିତ କଥାବର୍ତ୍ତାବେଳେ ଅଭିନେତ୍ରୀ ଜଣାଇଥିଲେ ଯେ ତାଙ୍କ ବୟଫ୍ରେଣ୍ଡ ଆଦିଲ ଦୁବାଇରେ ତାଙ୍କ ନାମରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି।

ପ୍ରାୟତଃ ସୋଶାଲ ମିଡିଆରେ ଆକ୍ଟିଭ ରୁହନ୍ତି ରାଖୀ। ସେ ଆଦିଲଙ୍କ ଏକାଠି ସମୟ ବିତାଉଥିବାର ଅନେକ ଭିଡିଓ ନିଜ ଫ୍ୟାନ୍‌ମାନଙ୍କ ସହ ଶେଆର କରିଛନ୍ତି। ନିକଟରେ ସେ ଆଦିଲଙ୍କ ଘର ଲୋକଙ୍କ ସହ ଦେଖାସାକ୍ଷାତ କରିବାର ଏକ ଭିଡିଓକୁ ମଧ୍ୟ ରାଖୀ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିଲେ। ତେବେ ରାଖୀଙ୍କ ଏହି ପ୍ରେମ କାହାଣୀ କେତେ ଦୂର ସଫଳ ହେଉଛି ତାହାକୁ ଆଗକୁ ଦେଖିବାକୁ ବାକି ରହିଲା।

 

View this post on Instagram

 

A post shared by Rakhi Sawant (@rakhisawant2511)

Related story