Advertisment

ଜ୍ୟାକିଙ୍କ କନିଆଁ ସାଜିଲେ ରକୁଲ, ଗୋଆରେ ପଡ଼ିଲା ହାତଗଣ୍ଠି

ଏହି ଷ୍ଟାର୍ କପଲ୍ ଦୁଇଟି ରୀତିନୀତିରେ ବିବାହ କରିଛନ୍ତି।

author-image
Debibandita Barick
Rakul & Jackky

Rakul & Jackky

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀ। ଗତକାଲି ଗୋଆରେ ଉଭୟଙ୍କ ହାତଗଣ୍ଠି ପଡ଼ିଛି। ଆଇଟିସି ଗ୍ରାଣ୍ଡ ସାଉଥ ଗୋଆରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Advertisment

ଏହି ଷ୍ଟାର୍ କପଲ୍ ଦୁଇଟି ରୀତିନୀତିରେ ବିବାହ କରିଛନ୍ତି। ଜ୍ୟାକି ଏବଂ ରକୁଲ ଆନନ୍ଦ କାରଜ ଏବଂ ସିନ୍ଧି ଶୈଳୀରେ ବିବାହ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିବାହ ପରେ ନବ ଦମ୍ପତି ଅତିଥିଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିବେ। ଏହା ପୂର୍ବରୁ ଫେବ୍ରୁଆରୀ ୨୦ରେ ସଙ୍ଗୀତ ସେରିମନିରେ ମଧ୍ୟ ଅନେକ ବଲିଉଡ଼ ତାରକା ଯୋଗ ଦେଇଥିଲେ। 

Advertisment

ରକୁଲ-ଜ୍ୟାକିଙ୍କ ସଂଗୀତ ସେରିମନିରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ଚମତ୍କାର ଡ୍ୟାନ୍ସ କରିଥିଲେ, ଯାହାର ଏକ ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିଲା। ବରୁଣ ଧାୱନ ମଧ୍ୟ କୁଲି ନଂ୧ ସଙ୍ଗରେ ଡ୍ୟାନ୍ସ କରିଥିଲେ।

ନବ ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ନେଟିଜେନ୍ସ ଖୁବ୍ ପ୍ରଶଂସା କରିଛନ୍ତି। ଏଥିସହ ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। 

Bollywood Wedding Rakul Jackky Wedding Rakul Preet Singh Jackky Bhagnani