Advertisment

ଓସ୍କାର୍‌ରେ ‘ନାଟୁ ନାଟୁ’ରେ ଝୁମିବ ଆମେରିକା,  ପୁଣି ହେବ ରିଲିଜ

ଥମୁନି ବ୍ଲକବଷ୍ଟର ଫିଲ୍ମ ଆର୍‌ଆର୍‌ଆରର ନାଟୁ ନାଟୁ ଗୀତର କ୍ରେଜ୍

author-image
Madhupriya Mistry
JrNTR and Ram Charan

JrNTR and Ram Charan

ଥମୁନି ବ୍ଲକବଷ୍ଟର ଫିଲ୍ମ ଆର୍‌ଆର୍‌ଆରର ନାଟୁ ନାଟୁ ଗୀତର କ୍ରେଜ୍। ସାରା ବିଶ୍ୱର ଏହା ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବ୍‌ରେ ଏହି ଗୀତର ଭ୍ୟୁ ୧୨୨ ମିଲିୟନରୁ ଅଧିକ କ୍ରସ୍ କରିସାରିଲାଣି। ସାରା ବିଶ୍ୱରେ ଏହି ଗୀତର ସିଗ୍‌ନେଚର ଷ୍ଟେପ୍‌କୁ ଟିକ୍ ଟକ ଚ୍ୟାଲେଞ୍ଜ ରୂପେ ଲୋକେ ଆପଣାଇଛନ୍ତି। ଏହାରି ଭିତରେ ୯୫ତମ ଓସ୍କାର ଆୱାର୍ଡ ସମାରୋହରେ ଏହି ଗୀତରେ ଆମେରିକାବାସୀ ଝୁମିବେ ବୋଲି ଖରବ ସାମ୍ନାକୁ ଆସିଛି। ଓସ୍କାର ସମାରୋହରେ ଏହି ଗୀତର ଲାଇଭ୍ ପରଫରମାନ୍ସ କରାଯିବ। 

Advertisment

ଏସ୍‌ଏସ୍ ରାଜାମୌଲିଙ୍କ ଆର୍‌ଆର୍‌ଆର୍‌ର ଓସ୍କାର ନମିନେଟେଡ୍ ଗୀତ ନାଟୁ ନାଟୁ ୯୫ତମ ଏକାଡେମି ପୁରସ୍କାର ସମାରୋହରେ ପ୍ରଦର୍ଶିତ କରାଯିବ। ଏନେଇ ଶୋ’ର ନିର୍ମାତାମାନେ ଘୋଷଣା କରିଛନ୍ତି। ଏହି ଗୀତର ସିଙ୍ଗର୍ ସିପ୍ଲିଗୁଞ୍ଜ ଓ କାଳା ଭୌରବ ମଞ୍ଚ ଉପରେ ପରଫର୍ମ କରିବେ। ସେହିପରି ରାମ ଚରଣ ଓ ଜୁନିଅର୍ ଏନ୍‌ଟିଆର୍ ମଧ୍ୟ ମଞ୍ଚ ଉପରକୁ ଆସି ଲୋକଙ୍କ ମନୋରଞ୍ଜନ କରିବେ। 

ସେପଟେ ଓସ୍କାର ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ରାଜାମୌଲିଙ୍କ ଫିଲ୍ମ ଆର୍‌ଆର୍‌ଆର୍‌କୁ ପୁଣି ଥରେ ଅମେରିକାର ୨୦୦ଟି ଥିଏଟର୍‌ରେ ରିଲିଜ କରାଯିବ। ଲସ୍ ଏଞ୍ଜଲିସ୍‌ରେ ଏହି ଫିଲ୍ମର ସବୁଠାରୁ ବଡ଼ ସ୍କ୍ରିନିଂ ରଖାଯାଇଛି। ଲସ୍ ଏଞ୍ଜଲିସର ଡଲ୍‌ବି ଥିଏଟର୍‌ରେ ରାଜାମୌଲିଙ୍କ ଏହି ଆକ୍ସନ ଏପିକ୍ ଫିଲ୍ମ ଆର୍‌ଆର୍‌ଆର୍‌ର ଧୁମ୍ ଦେଖିବାକୁ ମିଳିବ।

Advertisment

ଜାନୁଆରୀ ମାସରେ ନାଟୁ ନାଟୁ ଗୀତ ବେଷ୍‌ଟ ଅରିଜିନାଲ ସଙ୍ଗ କ୍ୟାଟେଗୋରୀରେ ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ ଜିତିଥିଲା। ଏହାର ୫ ଦିନ ପରେ ଫିଲ୍ମ ଆର୍‌ଆର୍‌ଆର୍ କ୍ରିଟିକ୍ସ ଚଏସ୍ ଆୱାର୍ଡର ୨୮ତମ ସଂସ୍କରରେ ଆଉ ୨ଟି ପୁରସ୍କାର ହାତେଇଥିଲା।  

JrNTR RRR Oscar 2023 Ram Charan