ସହି ପାରିଲେନି ସଫଳତା, ରାଜାମୌଲୀଙ୍କୁ ହତ୍ୟା ଧମକ ଦେଲେ ରାମ ଗୋପାଲ!

ଫିଲ୍ମ ଆର୍‌ଆର୍‌ଆର୍‌କୁ ନେଇ ଭାରତ ସମେତ ପୂରା ବିଶ୍ୱରେ କ୍ରେଜ ଜାରି ରହିଛି। ନିକଟରେ ଗ୍ଲୋବାଲ ଫ୍ଲାଟଫର୍ମରେ ଭାରତର ନାଁ ଉଚ୍ଚା କରିଛି ଏହି ଫିଲ୍ମ। ଗୋଲ୍ଡେନ ଗ୍ଲୋବ୍ସ ଆଓ୍ୱାର୍ଡ ଜିତିବା ପରେ ଫିଲ୍ମଟି ବେଷ୍ଟ ଫରେନ୍‌ ଲାଙ୍ଗୁଏଜ୍‌ ପାଇଁ କ୍ରିଟିକ୍ସ ଚଏସ୍‌ ଆଓ୍ୱର୍ଡ ମଧ୍ୟ ନିଜ ନାଁରେ କରିଛି।

SS rajamouli and Ram gopal varma

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲୀ ଓ ରାମ ଗୋପାଲ ବର୍ମା

Madhupriya Mistry
  • Published: Tuesday, 24 January 2023
  • , Updated: 24 January 2023, 05:56 PM IST

ଇର୍ଷା କରୁଛନ୍ତି ଆର୍‌ଜିବି। ଆର୍‌ଆର୍‌ଆର୍‌ ନିର୍ଦ୍ଦେଶକ ରାଜାମୌଲୀଙ୍କ ସହି ପାରୁନାହାନ୍ତି ସଫଳତା। ଏଥିପାଇଁ ଏସ୍‌ଏସ୍‌ ରାଜାମୌଲୀଙ୍କୁ ଖୋଲାଖୋଲି ଭାବେ ଜୀବନରେ ମାରିବାକୁ ଧମକ ଦେଇଛନ୍ତି ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ତେବେ ସେ ରାଜାମୌଲୀଙ୍କୁ ଏହି ଧମକ ସତସତିକା ନୁହେଁ ମଜାଳିଆ ଢ଼ଙ୍ଗରେ ଦେଇଛନ୍ତି।

ଫିଲ୍ମ ଆର୍‌ଆର୍‌ଆର୍‌କୁ ନେଇ ଭାରତ ସମେତ ପୂରା ବିଶ୍ୱରେ କ୍ରେଜ ଜାରି ରହିଛି। ନିକଟରେ ଗ୍ଲୋବାଲ ଫ୍ଲାଟଫର୍ମରେ ଭାରତର ନାଁ ଉଚ୍ଚା କରିଛି ଏହି ଫିଲ୍ମ। ଗୋଲ୍ଡେନ ଗ୍ଲୋବ୍ସ ଆଓ୍ୱାର୍ଡ ଜିତିବା ପରେ ଫିଲ୍ମଟି ବେଷ୍ଟ ଫରେନ୍‌ ଲାଙ୍ଗୁଏଜ୍‌ ପାଇଁ କ୍ରିଟିକ୍ସ ଚଏସ୍‌ ଆଓ୍ୱର୍ଡ ମଧ୍ୟ ନିଜ ନାଁରେ କରିଛି। ତେବେ ରାଜାମୌଲୀଙ୍କ ଏହି ସଫଳତାକୁ ସହି ପାରିନାହାନ୍ତି ରାମ ଗୋପାଲ। ସେ ଟ୍ୱିଟ୍‌ ଜରିଆରେ ଏକ ଖୁଲାସା କରିବା ସହ ରାଜାମୌଲୀଙ୍କୁ ମଜାଳିଆ ଢ଼ଙ୍ଗରେ ଧମକ ଦେଇଛନ୍ତି।

ରାମ ଗୋପାଲ ଲେଖିଛନ୍ତି, 'ସାର୍‌ ରାଜାମୌଲୀ, ଦୟାକରୀ ନିଜ ସୁରକ୍ଷା ବଢ଼ାଇ ଦିଅନ୍ତୁ। କାରଣ ଭାରତୀୟ ଫିଲ୍ମ ନିର୍ମାତାଙ୍କ ଏକ ଗୋଷ୍ଠୀ ଇର୍ଷାଳୁ ହୋଇ ଆପଣଙ୍କୁ ମାରିବା ପାଇଁ ଯୋଜନା କରୁଛି। ଆଉ ଏଥିରେ ମୁଁ ବି ସାମିଲ ଅଛି। ମୁ କେବଳ ଏହି ରହସ୍ୟ ଖୋଲୁଛି କାରଣ ୪ ପେଗ୍‌ ମଦ ପିଇ ମୁଁ ବସିଛି।'

ଏଥିସହ ରାମ ଗୋପାଲ ବର୍ମା ନିଜ ଟ୍ୱିଟର ହ୍ୟାଣ୍ଡେଲେର ୨୮ତମ କ୍ରିଟିକ୍ସ ଚଏସ୍‌ ଆଓ୍ୱାର୍ଡ ବେଳେ ଜେମ୍ସ କ୍ୟାମରନ୍‌ଙ୍କ ସହ ରାଜାମୌଲୀ ଆଲୋଚନା କରୁଥିବାର ଭିଡିଓକୁ ମଧ୍ୟ ଶେଆର କରିଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, 'ଦାଦାସାହେବ ଫାଲକେ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ସିନେମା ଇତିହାସରେ ରାଜାମୌଲୀଙ୍କୁ କେହି କଳ୍ପନା କରିପାରିନଥିଲେ ଯେ ଦିନେ ଜଣେ ଭାରତୀୟ ନିର୍ଦ୍ଦେଶକ ଏହି ମୁହୂର୍ତ୍ତ ଦେଇ ଯିବେ। ଏ ଆସିଫ୍ ଯିଏ ମୁଗଲେ-ଆଜାମ ଫିଲ୍ମ ତିଆରି କରିଥିଲେ, ରମେଶ ସିପି, ଆଦିତ୍ୟ ଚୋପ୍ରା, କରଣ ଜୋହର ଏବଂ ଭଂଶାଲିଙ୍କୁ ମଧ୍ୟ ଏସ୍‌ଏସ୍‌ ରାଜାମୌଲୀ ପଛରେ ପକାଇ ଦେଇଛନ୍ତି। ଏଥିପାଇଁ ମୁଁ ଗର୍ବିତ।'

Related story