Advertisment

ଅଫତାବଙ୍କୁ ୭୦ ଖଣ୍ଡ କରିବ ଶ୍ରଦ୍ଧାଙ୍କ ଆତ୍ମା: ରାମ ଗୋପାଲ ବର୍ମା

ମୁମ୍ବାଇ: ସମସ୍ତ ଦେଶକୁ ଦୋହଲାଇ ଦେଇଛି ଶ୍ରଦ୍ଧା ୱକର ହତ୍ୟା ମାମଲା। ପ୍ରତିଦିନ ଏହି ହତ୍ୟା ମାମଲାକୁ ନେଇ ନୂଆ ନୂଆ ଖୁଲାସା ହେଉଛି। ଅଫତାବ ଅମୀନ ପୁନାୱାଲ ନୃଶଂସ ଭାବେ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ଜନତାଠାରୁ ଆରମ୍ଭ କରି ବଲିଉଡ ସେଲେବ୍ରିଟି ଯାଏ ସମସ୍ତେ ଏହାକୁ ନେଇ ନିନ୍ଦା କରୁଛନ୍ତି। ସୋଶାଲ ମିଡିଆରେ ନିଜ ନିଜ ମତ ରଖିବା ସହ କ୍ରୋଧ ମଧ୍ୟ ଜାହରି […]

ଅଦ୍ୟତନ ହୋଇଛି
ଅଫତାବଙ୍କୁ ୭୦ ଖଣ୍ଡ କରିବ ଶ୍ରଦ୍ଧାଙ୍କ ଆତ୍ମା: ରାମ ଗୋପାଲ ବର୍ମା

ram gopal verma

Advertisment

ମୁମ୍ବାଇ: ସମସ୍ତ ଦେଶକୁ ଦୋହଲାଇ ଦେଇଛି ଶ୍ରଦ୍ଧା ୱକର ହତ୍ୟା ମାମଲା। ପ୍ରତିଦିନ ଏହି ହତ୍ୟା ମାମଲାକୁ ନେଇ ନୂଆ ନୂଆ ଖୁଲାସା ହେଉଛି। ଅଫତାବ ଅମୀନ ପୁନାୱାଲ ନୃଶଂସ ଭାବେ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ଜନତାଠାରୁ ଆରମ୍ଭ କରି ବଲିଉଡ ସେଲେବ୍ରିଟି ଯାଏ ସମସ୍ତେ ଏହାକୁ ନେଇ ନିନ୍ଦା କରୁଛନ୍ତି। ସୋଶାଲ ମିଡିଆରେ ନିଜ ନିଜ ମତ ରଖିବା ସହ କ୍ରୋଧ ମଧ୍ୟ ଜାହରି କରିଛନ୍ତି। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ପରେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନାଁ ଏବେ ଯୋଡି ହୋଇଛି । ସେ ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ନିଜ ପ୍ରିତିକ୍ରିୟା ପ୍ରକାଶ କରିଛନ୍ତି।

Advertisment

ଟ୍ୱିଟର୍‌ରେ ନିଜ କ୍ରୋଧ ଜାହିର କରି ରାମ ଗୋପାଲ ଲେଖିଛନ୍ତି, ‘ଶ୍ରଦ୍ଧା ଆତ୍ମା ରୂପରେ ଆସି ନିଶ୍ଚିତ ରୂପେ ଅଫତାବଙ୍କୁ ଦଣ୍ଡ ଦେବା ଉଚିତ। ସେ ଅଫତାବଙ୍କ ଶରୀରକୁ ମଧ୍ୟ ୭୦ ଖଣ୍ଡରେ କାଟିଦେବା ଉଚିତ। ଏଭଳି ନୃଶଂସ ହତ୍ୟାକୁ କେବଳ ଆଇନର ଭୟ ଦେଖାଇ ରୋକି ହେବ ନାହିଁ। ଭଗବାନ ଏଥିପ୍ରତି ବିଚାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।’

https://twitter.com/RGVzoomin/status/1592841840793128960?s=20&t=UeXifuWq3cksYw18CjfAwQ

Advertisment

https://twitter.com/RGVzoomin/status/1592843269578555393?s=20&t=3KQEWDnEoE6N19p9_PDDyg

ରାମ ଗୋପାଲ ବର୍ମାଙ୍କ ପୂର୍ବରୁ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଓ ଟେଲି ଅଭିନେତ୍ରୀ କବିତା କୌସିକ୍ ମଧ୍ୟ ଏହି ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ଟ୍ୱିଟ୍ ଜରିଆରେ ନିଜ ନିଜ ପ୍ରତିକ୍ରିୟା ରଖିସାରିଛନ୍ତି। କବିତା କୌସିକ ସୋଶାଲ ମିଡିଆ ଜରିଆରେ ଅଭିଯୁକ୍ତ ଅଫତାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଦାବି କରିଛନ୍ତି। ସେହିପରି ସ୍ୱରା ମଧ୍ୟ ଅଭିଯୁକ୍ତ ଅଫତାବକୁ ରାକ୍ଷସ ବୋଲି କହିବା ସହ ଆଶା କରୁଛି ପୋଲିସ୍ ତଦନ୍ତ କରିବ ଏବଂ ଏହି ରାକ୍ଷସକୁ କଠୋର ଦଣ୍ଡ ମିଳିବ ବୋଲି ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe