'ଆଦିପୁରୁଷ'କୁ ନେଇ ବର୍ଷିଲେ ଟେଲିଭିଜନର ରାମ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ଟିଜରକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଛି। ଏହାରି ଭିତରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରସିଦ୍ଧ ରାମାୟଣ ସିରିଏଲ୍‌ର ଅଭିନେତା ଅରୁଣ ଗୋଭିଲ୍। ସିନେମା ନିର୍ଦ୍ଦେଶକ ଓ ଲେଖକଙ୍କ ନାଁ ନନେଇ ପରୋକ୍ଷ୍ୟରେ କଡ଼ା ଭାଷାରେ ସେ ସମାଲୋଚନା କରିଛନ୍ତି। ଲୋକଙ୍କ ଧାର୍ମିକ, ସାସ୍କୃତିକ ଏବଂ ପରମ୍ପରାରେ କୌଣସି ନୂତନତ୍ୱର ଆବଶ୍ୟକତା ନାହିଁ। ଯାହା ସତ ତାହା ଆଗାମୀ ପିଢ଼ିକୁ ଦେଖାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ। […]

arun-govil-reacts-adipurush

arun-govil-reacts-adipurush

Madhupriya Mistry
  • Published: Sunday, 09 October 2022
  • Updated: 09 October 2022, 11:45 AM IST

Sports

Latest News

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ଟିଜରକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଛି। ଏହାରି ଭିତରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରସିଦ୍ଧ ରାମାୟଣ ସିରିଏଲ୍‌ର ଅଭିନେତା ଅରୁଣ ଗୋଭିଲ୍। ସିନେମା ନିର୍ଦ୍ଦେଶକ ଓ ଲେଖକଙ୍କ ନାଁ ନନେଇ ପରୋକ୍ଷ୍ୟରେ କଡ଼ା ଭାଷାରେ ସେ ସମାଲୋଚନା କରିଛନ୍ତି।

ଲୋକଙ୍କ ଧାର୍ମିକ, ସାସ୍କୃତିକ ଏବଂ ପରମ୍ପରାରେ କୌଣସି ନୂତନତ୍ୱର ଆବଶ୍ୟକତା ନାହିଁ। ଯାହା ସତ ତାହା ଆଗାମୀ ପିଢ଼ିକୁ ଦେଖାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ୫୦୦ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି। ନିଜ ସତ୍ତା ଓ ପୌରାଣିକ ବିଷୟବସ୍ତୁକୁ ମନେ ରଖି ଶ୍ରୀରାମ ମନ୍ଦିର ହେଉଛି। ତେଣୁ ଏଥିପ୍ରତି ଆମକୁ ଯତ୍ନବାନ ହେବାକୁ ପଡ଼ିବ। ଖାଲି ଏତିକି ନୁହେଁ ଗତ କିଛି ବର୍ଷ ଧରି ସନାତନ ଧର୍ମକୁ ଆକ୍ଷେପ କରି ବିଭିନ୍ନ ସିନେମା, ଚିତ୍ର ପ୍ରଦର୍ଶନ କରାଯାଉଛି। ଏହାକୁ ତ୍ରୀବ ସମାଲୋଚନା କରିବା ସହ ସନାତନ ଧର୍ମକୁ ବିକୃତ କରିବା ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ଏଥିସହ କ୍ରିଏଟିଭ୍ ଲିବର୍ଟି ନାଁରେ ସନାତନ ଧର୍ମକୁ ବିକୃତ ପ୍ରଦର୍ଶନ କରିବା ବନ୍ଦ ହେଉ ବୋଲି ସେ ଦୋହରାଇଛନ୍ତି।

ନିକଟରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ଆଦିପୁରୁଷର ଟିଜର୍‌କୁ ନେଇ ପ୍ରବଳ ବିରୋଧ ଦେଖା ଦେଇଛି। ଏଥିରେ ଶ୍ରୀରାମ, ରାବଣ, ହନୁମାନଙ୍କ ଚରିତ୍ର ଚିତ୍ରଣରେ ଅନେକ ଆପତ୍ତି ରହିଛି। ଶ୍ରୀରାମଙ୍କୁ ଜୋତା ପିନ୍ଧାଇବା, ରାବଣର ଲୁକ୍, ହନୁମାନଙ୍କ ଚମଡ଼ା ବେଲ୍ଟ ପରିଧାନ କରିବା ଏବଂ ସୀତାଙ୍କ ସହ ରାମଙ୍କ ଡୁଏଟ୍ ଗୀତ ଭଳି ଦୃଶ୍ୟ ଲୋକଙ୍କୁ ବ୍ୟଥିତ କରିଛି।

ଏହାକୁ ନେଇ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ଦାବି କରି ଦିଲ୍ଲୀର ତିସହଜାରି କୋର୍ଟରେ ଆବେଦନ ହୋଇଛି। 'ଆଦିପୁରୁଷ'ରେ ପ୍ରଭୁ ରାମ ଏବଂ ହନୁମାନଙ୍କୁ ଭୁଲ୍‌ ରୂପେ ଚିତ୍ରଣ କରାଯାଇଛି। ସେମାନଙ୍କୁ ଚମଡ଼ା ବେଲ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ସେହିଭଳି ରାବଣର ଭୂମିକାକୁ ନେଇ ମଧ୍ୟ ଆବେଦନରେ ଅଭିଯୋଗ ହୋଇଛି। ଏହି ଫିଲ୍ମ ରିଲିଜ ହେଲେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ। ତେଣୁ ଏହାର ରିଲିଜ ଉପରେ ରୋକ ଲଗାଇବା ପାଇଁ ଆବେଦନରେ ଦାବି କରାଯାଇଛି।

https://youtu.be/8li6Vi3_mKg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos