Advertisment

ରଣବୀରଙ୍କ କୋଳରେ ରାହା, ବଡ଼ଦିନରେ ଝିଅ ମୁହଁ ଦେଖାଇଲେ ଆଲିଆ

ଦୀର୍ଘ ବର୍ଷେ ପରେ ଆଲିଆ ଓ ରଣବୀର ନିଜ ଝିଅର ମୁହଁକୁ ସମସ୍ତଙ୍କୁ ଦେଖାଇଛନ୍ତି।

Ranbir alia withe her daughter

Ranbir alia withe her daughter

Advertisment

ଶେଷରେ ଅପେକ୍ଷାର ଘଟିଲା ଅନ୍ତ। ନୀଳ ଆଖି ଓ କ୍ୟୁଟ୍‌ ହସ। କ୍ୟାମେରା ସାମ୍ନାକୁ ଆସିଲେ ରଣବୀର ଓ ଆଲିଆଙ୍କ ଲିଟିଲ୍‌ ପ୍ରିନ୍ସେସ୍‌ ରାହା କପୁର। ପ୍ରଥମ ଥର ପାଇଁ ଝିଅ ମୁହଁ ଦେଖାଇଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ବଡ଼ ଦିନରେ ସେ ନିଜ ଫ୍ୟାନ୍‌ମାନଙ୍କୁ ଦେଲେ ବଡ଼ ଗିଫ୍ଟ। କପୁର ଖାନଦାନର ନାତୁଣୀକୁ ଦେଖି ଫ୍ୟାନ୍‌ମାନେ ଖୁସିରେ ଗଦଗଦ ହୋଇଯାଇଛନ୍ତି। ଦୀର୍ଘ ବର୍ଷେ ପରେ ଆଲିଆ ଓ ରଣବୀର ନିଜ ଝିଅର ମୁହଁକୁ ସମସ୍ତଙ୍କୁ ଦେଖାଇଛନ୍ତି।

Advertisment

ଆଜି ଖ୍ରୀଷ୍ଟମାସ ଅବସରରେ କପୁର ହାଉସ୍‌ରେ ଜୋର୍‌ସୋର୍‌ରେ ଉତ୍ସବ ପାଳନ ହେଉଛି। କପୁର ଫ୍ୟାମିଲିର ଖ୍ରୀଷ୍ଟମାସ ଲଞ୍ଚ ତଥା ମଧ୍ୟାହ୍ଣ ଭୋଜନ ବେଳେ ରଣବୀର-ଆଲିଆ ଝିଅ ରାହାକୁ ସାଙ୍ଗରେ ଧରି ପେପରାଜିଙ୍କୁ ପୋଜ୍‌ ଦେଇଛନ୍ତି। ଏହି ବଲିଉଡ ଷ୍ଟାର୍‌ ଦମ୍ପତି ପ୍ରଥମଥର ପାଇଁ ଝିଅକୁ ସର୍ବସମ୍ମୁଖରେ ଦେଖାଇଛନ୍ତି। ଏହି ସମୟ ରଣବୀର ନିଜ ରାଜକୁମାରୀଙ୍କୁ କୋଳ ଧରିଥିବା ନଜର ଆସିଥିଲେ।

ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଏଥିରେ ରଣବୀର ଏବଂ ଆଲିଆ କିପରି ରାହାଙ୍କୁ ନିଜ କୋଳରେ ନେଇ ପାପାରାଜିଙ୍କୁ ଭେଟିବା ପାଇଁ ଆଣିଛନ୍ତି। ବାପାଙ୍କ କୋଳରେ ବସିଥିବା ବେଳେ ରାହା ବହୁତ ଶାନ୍ତ ଦେଖାଯାଉଥିଲେ। ପ୍ରଶଂସକମାନେ ରାହାଙ୍କ ନୀଳ ଆଖି, କ୍ୟୁଟ୍‌ ଚେହେରା ଏବଂ ହସ ଦେଖି ଗଦଗଦ ହୋଇଯାଇଛନ୍ତି।

Advertisment

ରାହାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହାର ମୁହଁକୁ ଦେଖି ଅନେକ ୟୁଜର୍ସ ଭଳି କି ଭଳି କମେଣ୍ଟ ଦେଇଛନ୍ତି। କିଏ କହୁଛି ଇରା ପୂରା କପୁର ଫ୍ୟାମିଲି ଉପରେ ଯାଇଛି ତ ଆଉ କିଏ ଜେଜେ ବାପା ରିଷି କପୁରଙ୍କ କାର୍ବନ କପି ବୋଲି କହୁଛି। 

ଦୀର୍ଘ ଦିନର ଡେଟିଂ ପରେ ଏପ୍ରିଲ ୨୦୨୨ରେ ରଣବୀର କପୁରଙ୍କ ବିବାହ କରିଥିଲେ ଆଲିଆ ଭଟ୍ଟା। ଏହାପରେ ୨୦୨୨ ନଭେମ୍ବର ୬ ତାରିଖରେ ରାହାଙ୍କୁ ଜନ୍ମ ଦେଇଥିଲେ ଆଲିଆ। 

Alia Bhatt Ranbir Kapoor Bollywood News Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe