Advertisment

ମିସେସ୍‌ କପୁର ବନିଲେ ଆଲିଆ, ସରିଲା 'ରଣଲିଆ'ଙ୍କ ବିବାହ

ମୁମ୍ବାଇ: ଶେଷରେ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଲା।  ମିସେସ୍‌ କପୁର ବନିଲେ ଆଲିଆ ଭଟ୍ଟ। ରଣବୀର କପୁରଙ୍କ ଧରିଲେ ହାତ। ରୀତିନୀତି ସହ ସରିଲା ବିବାହ। ପତି ପିତ୍ନୀ ବନିଲେ ରଣବୀର-ଆଲିଆ। ଦୀର୍ଘ ଦିନ ହେବ ଆଲିଆ ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପଡିଛି। ଗତକାଲି ଦୁହିଁଙ୍କ ମେହେନ୍ଦି ସେରିମୋନି ଥିଲା। ଆଜି ହଳଦୀ ଓ ବାହାଘର ହୋଇଛି। ଏହି ଗ୍ରାଣ୍ଡ ବିବାହରେ […]

ଅଦ୍ୟତନ ହୋଇଛି
ମିସେସ୍‌ କପୁର ବନିଲେ ଆଲିଆ, ସରିଲା 'ରଣଲିଆ'ଙ୍କ ବିବାହ

Ranbir and Alia

Advertisment

ମୁମ୍ବାଇ: ଶେଷରେ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଲା।  ମିସେସ୍‌ କପୁର ବନିଲେ ଆଲିଆ ଭଟ୍ଟ। ରଣବୀର କପୁରଙ୍କ ଧରିଲେ ହାତ। ରୀତିନୀତି ସହ ସରିଲା ବିବାହ। ପତି ପିତ୍ନୀ ବନିଲେ ରଣବୀର-ଆଲିଆ।

Advertisment

ଦୀର୍ଘ ଦିନ ହେବ ଆଲିଆ ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପଡିଛି। ଗତକାଲି ଦୁହିଁଙ୍କ ମେହେନ୍ଦି ସେରିମୋନି ଥିଲା। ଆଜି ହଳଦୀ ଓ ବାହାଘର ହୋଇଛି। ଏହି ଗ୍ରାଣ୍ଡ ବିବାହରେ ଭଟ୍ଟ ଓ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।

ସେହିପରି ଆଲିଆ ଓ ରଣବୀରଙ୍କ କିଛି ଖାସ୍‌ ବନ୍ଧୁ ମଧ୍ୟରେ ଏଥିରେ ଯୋଗ ଦେଇଥିଲେ। ତେବେ ବଲିଉଡର କିଛି ବଛା ବଛା ସେଲେବ୍ରିଟିଙ୍କୁ ଛାଡ଼ି ଦେଲେ ଆଉ କାହାକୁ ବି ଏହି ବିବାହକୁ ଆମନ୍ତ୍ରିତ କରାଯାଇ ନଥିଲା। ବିବାହରେ ସମସ୍ତେ ଧଳା ଓ ଗୋଲାପି ରଙ୍ଗର ଡ୍ରେସ୍‌ କୋଡ୍‌ ପିନ୍ଧି ଯୋଗ ଦେଇଥିଲେ।

Advertisment

ରଣବୀର ଓ ଆଲିଆଙ୍କ ବିବାହ ବେଳର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ତା’ସହିତ ବିବାହରେ ବାପା ମହେଶ ଭଟ୍ଟଙ୍କ ଲୁକ୍‌ ରିଭିଲ୍‌ ହୋଇଛି। ଟ୍ୱିଟ୍‌ରରେ ଶେଆର ହୋଇଥିବା ଏକ ଫଟୋରେ ମହେଶ ଭଟ୍ଟ ମୁଣ୍ଡରେ ପଗଡ଼ି ପିନ୍ଧି ପୁଅ ରାହୁଲ ଭଟ୍ଟ ସହ ଫଟୋ ପାଇଁ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି।


ମିଡିଆ ରିପୋର୍ଟ ମୁତାବକ, ଆଲିଆ ଓ ରଣବୀରଙ୍କ ବିବାହରେ ୪ ଜଣ ବ୍ରାହ୍ମଣ ଆସିଥିଲେ। ଏହି ୪ ଜଣ ମିଶି 'ରଣଲିଆ'ଙ୍କ ବିବାହ କରାଇଛନ୍ତି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଆଉ କିଛି ଦିନ ଭିତରେ ରଣବୀର ଆଲିଆଙ୍କ ୱେଡିଂ ରିସେପ୍‌ସନ୍‌ ଆୟୋଜିତ ହେବ। ଏଥିରେ ରଣବୀର କପୁରଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫ ଓ ଦୀପିକା ପଦୁକୋନ୍‌ ମଧ୍ୟ ସାମିଲ ହେବ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe