‘ବ୍ରହ୍ମାସ୍ତ୍ର’କୁ ବୟକଟ୍ ଦାବି

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଉଠିଲା ବିବାଦ। ଫିଲ୍ମକୁ ବୟକଟ୍ କରିବା ପାଇଁ ଜୋର ଧରିଲା ଦାବି। ଗତ କିଛି ଦିନ ହେବ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହି ଫିଲ୍ମ ଉପରେ କାମ କରୁଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି। ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ମାସ ବାକି ଅଛି। ତେବେ ଏହାରି ଭିତରେ ଟ୍ୱିଟ୍ର୍ରେ #BoycottBrahmastra ଟ୍ରେଣ୍ଡ କରିବାରେ ଲାଗିଛି।
ଜୁନ୍ ୧୫ରେ ତଥା ଗତକାଲି ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲର ରିଲିଜ ହେବା ପରେ ଫିଲ୍ମର କିଛି ଦୃଶ୍ୟକୁ ନେଇ ଦର୍ଶକ ଆପତ୍ତି ଉଠାଇଛନ୍ତି। ମନ୍ଦିର ଭିତରକୁ ରଣବୀର କପୁର ଜୋତା ପିନ୍ଧି ଯାଉଥିବା ଟ୍ରେଲରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସେ ଜୋତା ପିନ୍ଧି ମନ୍ଦିର ଭିତରେ ଘଣ୍ଟି ମଧ୍ୟ ବାଡେଇଛନ୍ତି। ଯହାକୁ ନେଇ ଉତ୍ୟକ୍ତ ହୋଇପଡିଛନ୍ତି ଲୋକେ। ଏହାପରେ ଟ୍ୱିଟର୍ରେ ଫିଲ୍ମ ବୟକଟ୍ ନେଇ ଦାବି ଉଠିଛି।
କିଛି ସୋଶାଲ ମିଡିଆ ୟୁଜର୍ସ ରଣବୀର ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରେବଶ କରିବାର ଭିଡିଓକୁ ଶେଆର କରି ଏହାକୁ ବିରୋଧ କରିବା ସହ ବଲିଉଡ ସନାତନ ଧର୍ମ ପ୍ରତି ଥିବା ଆମ ଭାବନାକୁ ଆହତ କରିବା ପାଇଁ କୌଣସି ବି ସୁଯୋଗ ଛାଡୁନଥିବା କହିଛନ୍ତି। ଏଥିସହ ବଲିଉଡ ଏବେ ଟଲିଉଡ ସମେତ ହଲିଉଡକୁ କପି କରିବାକୁ ଲାଗିଲାଣି ବୋଲି କୁହାଯାଇଛି।
ସେହିପରି ଆଉଜଣେ ୟୁଜର୍ସ ଲେଖିଛନ୍ତି, ‘ଜୋତା ପିନ୍ଧି ମନ୍ଦିର ଘଣ୍ଟି ବଜାଇବା … ଦକ୍ଷିଣ ଏବଂ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ଏହା ହିଁ ପାର୍ଥକ୍ୟ… ସାଉଥ ଇଣ୍ଡିଷ୍ଟ୍ରି ହିନ୍ଦୁ ସଂସ୍କୃତିକୁ ସମ୍ମାନ କରେ।’ ଟ୍ରେଲର ଦେଖିବା ପରେ ଲୋକମାନେ ଏଭଳି ଅନେକ ମନ୍ତବ୍ୟ ଦେଉଛନ୍ତି।
ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ‘ବ୍ରହ୍ମାସ୍ତ୍ର’ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏଥିରେ ଆଲିଆ ଭଟ୍ଟ, ରଣବୀର କପୁରଙ୍କ ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନି ରୟ ଲିଡ୍ ରୋଲରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମ କରି ରଣବୀର ଓ ଆଲିଆ ବଡ ପରଦାରେ ଏକାଠି ନଜର ଆସିବେ।
Why he Is entering Temple with shoes #BoycottBrahmastra pic.twitter.com/YJGyauTD1z
— Shashikanth Reddy (@Shashi26214076) June 15, 2022
No matter how many religious films you make, these Bollywood people always build mistakes, that's why I don't trust Bollywood. #jagohindu #BoycottBollywood #BoycottBrahmastra #BoycottBrahmastraMovie #WeWantHinduRashtra pic.twitter.com/z79rA2Etac
— Ankit Ranjan Singh (@AnkitSingh13_) June 16, 2022
Bollywood leaves not opportunity unturned to defame HINDU gods & goddess to use their name ONLY FOR BUSINESS PURPOSE
Same people who opposed offering milk to Lord Shiva are now making movies in VFX to show his powers to marvel characters#BoycottBollywood#BoycottBrahmastra pic.twitter.com/4ornz3FouR
— Nitika Singh🦋🇮🇳 (@itsNitikaSingh) June 16, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।